BREAKING
ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର“ଭାରତୀୟ ଜ୍ଞାନ ପରମ୍ପରା କେବଳ ଅତୀତର ସ୍ମୃତି ନୁହେଁ, ବରଂ ଏହା ଏକ ଜୀବନ୍ତ ବ୍ୟବସ୍ଥା”

ବିଜେପି  ‘ସଙ୍ଗଠନ ପର୍ବ-୨୦୨୪’ : ରାଜ୍ୟ ସଭାପତି ଓ ୩୨ ଜଣ ରାଷ୍ଟ୍ରୀୟ ପରିଷଦ ସଦସ୍ୟ ନିର୍ବାଚିତ

ରାଜ୍ୟ ସଭାପତି ଭାବେ ମନମୋହନ ସାମଲ ଏବଂ ୩୨ ଜଣ ରାଷ୍ଟ୍ରୀୟ ପରିଷଦ ସଦସ୍ୟଙ୍କ ନାମ ଘୋଷଣା କଲେ ବିଜେପି କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଡ.ସଂଜୟ ଜୟସ୍ୱାଲ

ଭୁବନେଶ୍ୱର: ବିଜେପି  ରାଷ୍ଟ୍ରୀୟ ନିର୍ବାଚନ ଅଧିକାରୀ ଡ.କେ.ଲକ୍ଷ୍ମଣଙ୍କ ନିର୍ଦ୍ଦେଶାନୁଯାୟୀ ରାଜ୍ୟ ସଭାପତି ଏବଂ ରାଷ୍ଟ୍ରୀୟ ପରିଷଦ ସଦସ୍ୟ ନିର୍ବାଚନ ଲାଗି ସୋମବାର ନାମାଙ୍କନ ପ୍ରକ୍ରିୟା ଶେଷ ହୋଇଥିବାବେଳେ ମଙ୍ଗଳବାର ବିଧିବଦ୍ଧ ଭାବେ ନାମ ଘୋଷଣା କରାଯାଇଛି। ରାଜ୍ୟ ସଭାପତି ପଦରେ ଅପ୍ରତିଦ୍ୱନ୍ଦୀ ଭାବେ ମନମୋହନ ସାମଲ ଓ ୩୨ ଜଣ ରାଷ୍ଟ୍ରୀୟ ପରିଷଦ ସଦସ୍ୟଙ୍କ ନାମ ଘୋଷଣା କରିଛନ୍ତି ଓଡିଶା ଦାୟୀତ୍ୱରେ ଥିବା ବିଜେପି  ରାଷ୍ଟ୍ରୀୟ ପର୍ଯ୍ୟବେକ୍ଷକ ଡ.ସଂଜୟ ଜୟସ୍ୱାଲ।

ମଙ୍ଗଳବାର ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ସୁଚନା ଦେଇ ଡ.ଜୟସ୍ୱାଲ କହିଛନ୍ତି ଯେ, ବିଜେପି ରାଜ୍ୟ ସଭାପତି ଭାବେ ଏକ ମାତ୍ର ପ୍ରାର୍ଥୀ ଭାବେ ମନମୋହନ ସାମଲଙ୍କ ନାମାଙ୍କନ ପତ୍ର କାୟମ ରହିଥିବାରୁ ସେ ଅପ୍ରତିଦ୍ୱନ୍ଦୀ ଭାବେ ନିର୍ବାଚିତ ହୋଇଛନ୍ତି । ସେହିପରି ଓଡିଶା ପ୍ରଦେଶରୁ ୩୨ ଜଣ ରାଷ୍ଟ୍ରୀୟ ପରିଷଦ ସଦସ୍ୟ ନିର୍ବାଚିତ ହୋଇଛନ୍ତି । ସେମାନେ ହେଲେ; ବିମ୍ବାଧର କୁଅଁର, ପ୍ରେମ ସାଗର ଓରାମ, ସବିତା ନନ୍ଦ, ଦିଲୀପ ମିଶ୍ର, ମମିତା ନାୟକ, ଡା.ବୁଧନ ମୁର୍ମୁ, ଜୀବନ ପ୍ରଦୀପ ଦାସ, ଅନିଲ ବେହେରା, ପୂର୍ଣ୍ଣଚନ୍ଦ୍ର ପାଣି, ବିନୋଦ ବିହାରୀ ଜେନା, ସଂଚିତା ମହାନ୍ତି, ପ୍ରେମାନନ୍ଦ ଜେନା, ଡା.ଓମପ୍ରକାଶ ଯୋଶୀ, ବସନ୍ତ ପଣ୍ଡା, ପ୍ରଦୀପ୍ତ କୁମାର ନାଏକ, ଗୁରୁଚରଣ ମହାନ୍ତି, ପର୍ଶୁରାମ ମାଝୀ, ସଂଜିତ ମଣ୍ଡଳ, ବ୍ରଜେନ୍ଦ୍ର ରାୟ, ଦୁର୍ଯ୍ୟୋଧନ ସାହୁ, ଇଶ୍ୱର ଚନ୍ଦ୍ର ବେହେରା, ଉପେନ୍ଦ୍ରନାଥ ବିଶ୍ୱାଳ, ମଧୁସୁଦନ ସିଂହାରୀ, ପ୍ରତ୍ୟୁଷା ରାଜେଶ୍ୱରୀ ସିଂହ, ଅଜୟ କୁମାର ମିଶ୍ର, କାନନବାଳା ପଟ୍ଟନାୟକ, ଜୟନ୍ତୀ ପଢିଆରୀ, ମହେଶ ଚନ୍ଦ୍ର ମହାନ୍ତି, କାହ୍ନୁଚରଣ ପତି, ନଳିନୀକାନ୍ତ ପାତ୍ର, ଜୟରାମ ଭୋଇ ଏବଂ ଇ.ଗଣପତି।

ଏହି ଅବସରରେ ବିଜେପି ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା, ରାଷ୍ଟ୍ରୀୟ ମୁଖପାତ୍ର ତଥା ରାଷ୍ଟ୍ରୀୟ ସହ ନିର୍ବାଚନ ଅଧିକାରୀ ଡ.ସମ୍ବିତ ପାତ୍ର, ରାଜ୍ୟ ନିର୍ବାଚନ ଅଧିକାରୀ ତଥା ସାଂସଦ ପ୍ରତାପ ଷଡଙ୍ଗୀ, ରାଜ୍ୟ ପ୍ରଭାରୀ ବିଜୟ ପାଲ ସିଂହ ତୋମାର, ରାଷ୍ଟ୍ରୀୟ ଉପସଭାନେତ୍ରୀ ତଥା ରାଜ୍ୟ ସହପ୍ରଭାରୀ ସୁଶ୍ରୀ ଲତା ଉସେଣ୍ଡି, ବରିଷ୍ଠ ମନ୍ତ୍ରୀ ତଥା ପୂର୍ବତନ ରାଜ୍ୟ ସଭାପତି ସୁରେଶ ପୁଜାରୀ ପ୍ରମୁଖ ଉପସ୍ଥିତ ଥିଲେ।
ବିଜେପି ସଂଗଠନ ପର୍ବ – ୨୦୨୪ର ଅନ୍ତିମ ପର୍ଯ୍ୟାୟ ପାଇଁ ଗତ ଜୁଲାଇ ୪ ତାରିଖରେ ବିଜ୍ଞପ୍ତି ଜାରି ହୋଇଥିବାବେଳେ ୬ ତାରିଖରେ ଚୂଡ଼ାନ୍ତ ମତଦାତାଙ୍କ ତାଲିକା ପ୍ରକାଶ ପାଇଥିଲା। ସୋମବାର ନାମାଙ୍କନ ପତ୍ର ଦାଖଲ କରାଯାଇଥିବାବେଳେ ମଙ୍ଗଳବାର ନିର୍ବାଚିତ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି।