BREAKING
ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର“ଭାରତୀୟ ଜ୍ଞାନ ପରମ୍ପରା କେବଳ ଅତୀତର ସ୍ମୃତି ନୁହେଁ, ବରଂ ଏହା ଏକ ଜୀବନ୍ତ ବ୍ୟବସ୍ଥା”

ବିଜେପିର ବିଶାଳ ଶୋଭାଯାତ୍ରା, ପୋଲିସ କର୍ମୀ ଖଣ୍ଡଯୁଦ୍ଧ

ଭୁବନେଶ୍ୱର,୯।୧୨(ବ୍ୟୁରୋ) ମମିତା ମେହେର ମର୍ଡର ମିଷ୍ଟ୍ରିକୁ ନେଇ ସାତ ଦିନ ହେବ ବିଧାନସଭା ଚାଲିପାରୁନି । ନିଜ ନିଜ ଜିଦ୍‌ରେ ଅଟଳ ରହିଛନ୍ତି ଶାସକ ଓ ବିରୋଧୀ। ଗୋବିନ୍ଦ ସାହୁଙ୍କ ସହିତ ସୁସଂପର୍କ ରଖିଥିବା ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଇସ୍ତଫା ଓ ଗିରଫ ଦାବି ସହ ଘଟଣାର ସିବିଆଇ ତଦନ୍ତ ଦାବିରେ ଆଜି ରାଜରାସ୍ତାରେ ଗର୍ଜୁଛି ବିରୋଧୀ। ମମିତାଙ୍କ ପରିବାରକୁ ନ୍ୟାୟ ପ୍ରଦାନ ଦାବି ଓ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ଭୁବନେଶ୍ୱରରେ ଭାଜପା ଯୁବ ମୋର୍ଚ୍ଚା ପକ୍ଷରୁ ବିଶାଳ ରାଲି କରାଯାଇଛି। ଏହି ଆନ୍ଦୋଳନର ନାଁ ‘ହଲ୍ଲାବୋଲ’ ରଖାଯାଇଛି। ଗୁରୁବାର ଭାଜପାର ଶତାଧିକ କର୍ମୀ ଶୋଭାଯାତ୍ରାରେ ପାର୍ଟି ଅଫିସରୁ ବାହାରି ପୋଲିସ ବ୍ୟାରିକେଡ ଭାଙ୍ଗି ବିଧାନସଭା ଅଭିମୁଖେ ଯିବା ନିମନ୍ତେ ଉଦ୍ୟତ ହେଉଥିଲେ। ହେଲେ ବାଟରେ ପୋଲିସ ସେମାନଙ୍କୁ ଅଟକାଇଥିଲା। ଏହା ମଧ୍ୟରେ ଭାଜପା କର୍ମୀ ପୋଲିସ ସହ ମୁହାଁମୁହିଁ ହୋଇଥିଲେ। ଭାଜପା କର୍ମୀଙ୍କୁ ଗିରଫ କଲା ବେଳେପୋଲିସ ସହ ଠେଲାପେଲା ହୋଇଥିଲା। ପୋଲିସ ବସ୍‌କୁ ଉତ୍ତ୍ୟକ୍ତ ଲୋକେ ଭାଙ୍ଗି ଦେଇଥିବା ଜଣାଯାଇଛି। ଲୋୟର ପିଏମ୍‌ଜି ପର୍ଯ୍ୟନ୍ତ ଭାଜପା କର୍ମୀ ରାଲିରେ ଯାଇ ଧାରଣାରେ ବସିଥିବା ଜଣାଯାଇଛି। ଏ ନେଇ ପୋଲିସ ବହୁ କର୍ମୀଙ୍କୁ ଗିରଫ କରିଛି।