BREAKING
ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର“ଭାରତୀୟ ଜ୍ଞାନ ପରମ୍ପରା କେବଳ ଅତୀତର ସ୍ମୃତି ନୁହେଁ, ବରଂ ଏହା ଏକ ଜୀବନ୍ତ ବ୍ୟବସ୍ଥା”

ବିପଦ ସମୟରେ କ°ଗ୍ରେସ ଲୋକଙ୍କ ମନରେ ଭ୍ରାନ୍ତ ଧାରଣା ସୃଷ୍ଟି କରୁଛି।

ନୂଆଦିଲ୍ଲୀ,୧୧।୫: ଦେଶରେ କରୋନା ବିପର୍ଯ୍ୟୟ ଜାରି ରଖିଛି। କିନ୍ତୁ କରୋନା ଉପରେ ରାଜନୀତି ଥମିବାର ନାଁ ନେଉନାହିଁ। ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ଚିଠି ଲେଖି ରାଜନୀତି ନ କରିବାକୁ ପରାମର୍ଶ ଦେଇଛନ୍ତି।
ସେ ଚିଠିରେ ଲେଖିଛନ୍ତି ଯେ, ଏ ସଙ୍କଟରେ କଂଗ୍ରେସର ଆଚରଣ ମୋତେ ଦୁଃଖିତ କରିଛି, କିନ୍ତୁ ଆଶ୍ଚର୍ଯ୍ୟ ନୁହେଁ। କଂଗ୍ରେସ ଦଳର କିଛି କର୍ମୀ ଏବେ ଲୋକଙ୍କୁ ସାହାଯ୍ୟ କରିବା ଭଳି ପ୍ରଶଂସନୀୟ କାର୍ଯ୍ୟ କରୁଛନ୍ତି, କିନ୍ତୁ ଦଳର ବରିଷ୍ଠ ନେତାଙ୍କ ନକାରାତ୍ମକତା ହେତୁ ସେମାନଙ୍କର କଠିନ ପରିଶ୍ରମ ନଷ୍ଟ ହେଉଛି।
ଭାରତ କରୋନାର ଦ୍ୱିତୀୟ ଲହର ସହିତ ମୁକାବିଲା କରୁଥିବାବେଳେ କଂଗ୍ରେସର ବରିଷ୍ଠ ନେତାମାନେ ଏହି ସମୟରେ ଜନସାଧାରଣଙ୍କ ମନରେ ଭ୍ରାନ୍ତ ଧାରଣା ସୃଷ୍ଟି କରୁଛନ୍ତି। ଏଥିରୁ ବିରତ ରହିବାକୁ ନଡ୍ଡା ଚିଠିରେ ଉଲ୍ଲେଖ କରିଛନ୍ତି।