BREAKING
ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର“ଭାରତୀୟ ଜ୍ଞାନ ପରମ୍ପରା କେବଳ ଅତୀତର ସ୍ମୃତି ନୁହେଁ, ବରଂ ଏହା ଏକ ଜୀବନ୍ତ ବ୍ୟବସ୍ଥା”

ଚର୍ଚ୍ଚାରେ ଯବାନିକା ଟାଣିଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ

ପାଣ୍ଡିଆନଙ୍କ ସପକ୍ଷରେ ବାହାରିଲେ ନବୀନ: ହୋଟେଲ ବୈଠକକୁ ନାପସନ୍ଦ, ପ୍ରଭାତଙ୍କୁ ସମାଲୋଚନା

ଭୁବନେଶ୍ବର: ଚର୍ଚ୍ଚାରେ ଯବନିକା ଟାଣିଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ପାର୍ଟି ଅଫିସ ବାହାରେ ହେଉଥିବା ବୈଠକକୁ ନବୀନ ନା ପସନ୍ଦ କରିଛନ୍ତି । ପାର୍ଟି ଅଫିସ୍‌ ‘ଶଙ୍ଖ ଭବନ’ରେ ବୈଠକ ପାଇଁ ନବୀନ ପରାମର୍ଶ ଦେଇଛନ୍ତି। ଅତୀତରେ କାର୍ତ୍ତିକ ପାଣ୍ଡିଆନ୍ ଦଳ ପାଇଁ ଅନେକ କାମ କରିଛନ୍ତି। ସେ ଏବେ ରାଜନୀତିରେ ନାହାନ୍ତି। ସେ ଗତ ୧୦ ମାସ ହେଲା ବିଜେଡିରୁ ଇସ୍ତଫା ଦେଇ ସାରଛନ୍ତି। ସେ ଏବେ କୌଣସି ଦଳୀୟ କାର୍ଯ୍ୟରେ ଲିପ୍ତ ନାହାଁନ୍ତି ବୋଲି ନବୀନ କହିଛନ୍ତି ।

ପ୍ରଭାତ ତ୍ରିପାଠୀଙ୍କ ପ୍ରତି କଡ଼ା ମନ୍ତବ୍ୟ ଦେଇଛନ୍ତି ବିଜେଡି ସୁପ୍ରିମୋ ନବୀବନ ପଟ୍ଟନାୟକ। ପୂର୍ବତନ ବିଧାୟକ ପ୍ରଭାତ ତ୍ରିପାଠୀ ବିଜେଡିର କିଛି ନୁହଁନ୍ତି। ପୂର୍ବତନ ବିଧାୟକ ପ୍ରଭାତ ତ୍ରିପାଠୀ ଦଳରେ କେହି ନୁହନ୍ତି।  ସେ ଦଳରେ ନାହାନ୍ତି ବୋଲି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ସ୍ପଷ୍ଟ କରିଛନ୍ତି। ଚିଟଫଣ୍ଡ ମାମଲାରେ ସେ ଜେଲ ଯାଇଥିଲେ।  ଦଳରୁ ତାଙ୍କୁ ସେତେବେଳେ ବହିଷ୍କାର କରାଯାଇଛି ବୋଲି ସେ କହିଛନ୍ତି।

ସେହିପରି  ୧୦ ମାସ ହେଲା ପାଣ୍ଡିଆନ ଦଳରେ ନାହାନ୍ତି। ସେ ଦଳ ଛାଡି ସାରିଛନ୍ତି। ଦଳର କାର୍ଯ୍ୟକ୍ରମ ପାଇଁ ତାଙ୍କୁ ଦାୟୀ କରାଯାଇ ପାରିବନି।  ସେ ରାଜ୍ୟ ଓ  ଦଳ ପାଇଁ ଭଲ କାମ କରିଛନ୍ତି । ତାଙ୍କ ବିଷୟରେ ଆଲୋଚନା ନ କରିବାକୁ ସେ ଦଳୀୟ କର୍ମକର୍ତ୍ତାଙ୍କୁ ପରାମର୍ଶ ଦେଇଛନ୍ତି। ପାର୍ଟି ଅଫିସ ବାହାରେ ବିଭିନ୍ନ ହୋଟେଲରେ ଦଳର ନେତାଙ୍କ ବୈଠକକୁ ସେ ନାପସନ୍ଦ କରିଛନ୍ତି।  ବୈଠକ ପାଇଁ ଶଙ୍ଖ ଭବନ ରହିଛି  ବୋଲି ସେ କହିଛନ୍ତି।

ରାଜ୍ୟସଭାରେ ଓ୍ବାକଫ ସଂଶୋଧନ ବିଧେୟକ ଉପରେ ଭୋଟିଂ ପୂର୍ବରୁ ରାଜ୍ୟସଭା ସାଂସଦ ସମ୍ବିତ ପାତ୍ର ବିବେକ ଅନୁସାରେ ଭୋଟ ଦେବାକୁ ସୋସିଆଲ ମିଡିଆରେ ଟୁଇଟ କରିଥିଲେ। ଏହାକୁ  ନେଇ  ଦଳର ନେତାମାନେ ବିଭିନ୍ନ ବୟାନବାଜି ଦେଇଥିଲେ। ଏପରିକି ଦଳର ନେତାମାନେ ପାର୍ଟି ଅଫିସ ବାହାରେ ବାରମ୍ବାର ବୈଠକ କରିଥିଲେ। ପୂର୍ବତନ ବିଧାୟକ ପ୍ରଭାତ ତ୍ରିପାଠୀ ମଧ୍ୟ ଏହି ପ୍ରସଙ୍ଗକୁ ନେଇ ବୟାନ ଦେଇଥିଲେ। ଗତ କିଛି ଦିନ ଧରି ଦଳର ନେତାମାନେ ବିଭିନ୍ନ ବୟାନ ଦେବା ପରେ ବୁଧବାର ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ମୁହଁ ଖୋଲିଛନ୍ତି ଏବଂ ଏସବୁ ଚର୍ଚ୍ଚାର ଯବାନିକା ଟାଣିଛନ୍ତି।