BREAKING
ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର“ଭାରତୀୟ ଜ୍ଞାନ ପରମ୍ପରା କେବଳ ଅତୀତର ସ୍ମୃତି ନୁହେଁ, ବରଂ ଏହା ଏକ ଜୀବନ୍ତ ବ୍ୟବସ୍ଥା”

କେନ୍ଦ୍ର ସରକାର ଉପରେ ବର୍ଷିଲେ ଉତ୍ତର ବିଧାୟକ ସୁଶାନ୍ତ ରାଉତ

ଅହେତୁକ ଦରଦାମ ବୃଦ୍ଧି ପ୍ରତିବାଦରେ ଉତ୍ତର ବିଜେଡିର ଆନ୍ଦୋଳନ

ଭୁବନେଶ୍ୱର : କେନ୍ଦ୍ର ସରକାରଙ୍କର ଅହେତୁକ ଦରଦାମ ବୃଦ୍ଧି ଯଥା, ( ରନ୍ଧନ ଗ୍ୟାସ ) ବିରୁଦ୍ଧରେ ଉତ୍ତର ଭୁବନେଶ୍ୱର ନିର୍ବାଚନ ମଣ୍ଡଳୀର ବିଜୁ ଯୁବ, ଛାତ୍ର ଓ ମହିଳା ଜନତା ଦଳ ପକ୍ଷରୁ
ଚନ୍ଦ୍ରଶେଖରପୁର ସ୍ଥିତ ଆଇଓସିଏଲ ଅଫିସ ସମ୍ମୁଖରେ ହଜାର ହଜାର କର୍ମୀଙ୍କୁ ନେଇ ବିକ୍ଷୋଭ ଓ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଯାଇଛି । ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ସୁଶାନ୍ତ ରାଉତଙ୍କ ନେତୃତ୍ବରେ ହୋଇଥିବା ଏହି ପ୍ରତିବାଦ ସଭାରେ କେନ୍ଦ୍ରର ବୈମାତୃକ ମନୋଭାବ ଓ ଦରଦାମ ବୃଦ୍ଧିକୁ ସର୍ବସାଧାରଣରେ ନିନ୍ଦା କରାଯାଇଥୁଲା । ଆଗାମୀ ଦିନରେ କେନ୍ଦ୍ର ସରକାର ଯଦି ଗ୍ୟାସ ଦରବୃଦ୍ଧି ହ୍ରାସ ନ କରନ୍ତି ତେବେ ଏ ଆନ୍ଦୋଳନ ପଲ୍ଲୀ ରୁ ଦିଲ୍ଲୀ ପର୍ଯ୍ୟନ୍ତ ନେବା ପାଇଁ ବିଧାୟକ ନିଜ ଅଭିଭାଷଣରେ କହିଥିଲେ।

ଯଦି ଗ୍ୟାସର ଦର ହ୍ରାସ ନ ଘଟେ ତେବେ କେନ୍ଦ୍ରସରକାରଙ୍କର ପ୍ରତ୍ୟକ ସଂସ୍ଥାକୁ ଏଠାରେ ଅଚଳ କରିଦିଆଯିବ ବୋଲି ରାଜ୍ୟ ସମ୍ପାଦକ ଶ୍ରୀଯୁକ୍ତ ସୁବାଷ ଚନ୍ଦ୍ର ପାତ୍ର ନିଜ ଅଭିଭାଷଣ ରଖିଥିଲେ । ଆଜିର ଏହି ପ୍ରତିବାଦ ସଭାରେ ବରିଷ୍ଠ
ନେତା ଶ୍ରୀଯୁକ୍ତ ସମରେନ୍ଦ୍ର ସାହୁ , କୁନବିହାରୀ ଦାସ, ଦିଲ୍ଲୀପ ଦାସ ଶର୍ମା , ସୁମିତ୍ରା ଜେନା, ଗୀତା ବସ୍ତିଆ, ସୂର୍ଯ୍ୟକାନ୍ତି ଜେନା ,ଭାରତୀ ସିଂ , ପ୍ରୀତିନନ୍ଦା ରାଉତରାୟ , ମୋନାଲିଶା ସାହୁ ,

ମିହିର ରାଉତ , ନିର୍ମଳ ରାଉତ , ସଞ୍ଜୟ ସେଠୀ, ପ୍ରେମାନନ୍ଦ ଜେନା, ହରେକୃଷ୍ଣ ନାୟକ, ବାସନ୍ତୀ ସିଂ , ଝୁନୁବାଳା ଦେଇ , ପ୍ରଣତି ନାୟକ, ରଶ୍ମିତା ମହାନ୍ତି ,

ସୁସ୍ମିତା ଦାସ , ସ୍ବର୍ଣପ୍ରଭା ରାୟ, ଜ୍ୟୋସ୍ନାରାଣୀ ରାଉତରାୟ , ମାନସୀ ସୁନ୍ଦରାୟ , ସୌଭାଗ୍ୟ ବାରିକ, ଦେବୀପ୍ରସାଦ
ମଲ୍ଲିକ, ସରପଂଚ ବୀରେନ୍ଦ୍ର ଜେନା, ସମିତି ସଭ୍ୟ ଝୁନାରାଣୀ ରାଉତ, ଛାତ୍ର ସଭାପତି ସୁବାସ ସାହୁ, ସନ୍ତୋଷ ନାଥ
, ପ୍ରକାଶ ତ୍ରିପାଠୀ, ପ୍ରସନ୍ନ ସାହୁ, ମାନସ ଦାସ, ସ୍ବାକ୍ଷର ମହାନ୍ତି , ବନ୍ଦନା କର, ପଦ୍ମାଳୟା ମହାନ୍ତି , ପୁଷ୍ପା ପାଣି, ଇତିଶ୍ରୀ
ଜେନା, ଭୋଳାନାଥ ମହାରଣା, ଆଦିକନ୍ଦ ରାଉତ , ରମେଶ ସାହୁ , ରାଜେନ୍ଦ୍ର ସ୍ବାଇଁ, ଅରୁଣ ସେନାପତି, ମାଧବ ଚନ୍ଦ୍ର
ରାଉତ , ଲଛମନ ରାଉତ , ଆଲୋକ ପାଣିଗ୍ରାହୀଙ୍କ ସହିତ ବିଭିନ୍ନ ୱାର୍ଡ ଓ ଫଚାୟତ ରୁ ଆସିଥିବା ବରିଷ୍ଠ ନେତୁ
ମଣ୍ଡଳୀ ଏବଂ ଏସ ଏଚ ଜି ର ମା ମାନେ ଯୋଗ ଦେଇ କେନ୍ଦ୍ର ସରକାରଙ୍କର ଏଭଳି ଗରିବ ମାରଣ ନୀତିକୁ ଦୃଢ ଭାବେ
ନିନ୍ଦା କରିଥିଲେ । ଯେ ପର୍ଯ୍ୟନ୍ତ ଗ୍ୟାସ ଦର ହ୍ରାସ ନ ଘଟିଛି ସେ ପର୍ଯ୍ୟନ୍ତ ବିଜୁ ଜନତା ଦଳ ତାର ଆନ୍ଦୋଳନ ଜାରି
ରଖୁବା ବୋଲି ନିଷ୍ପତି ନିଆଯାଇଛି । ଆଜିର ଏହି ଆନ୍ଦୋଳନରେ ସ୍ୱତଃ ପ୍ରବୃତ ଭାବେ ବିଭିନ୍ନ ୱାର୍ଡରୁ ଯୁବକ, ଛାତ୍ର ଓ
ମହିଳା ଯୋଗ ଦେଇ ଆନ୍ଦୋଳନଟିକୁ ସଫଳ କରିଥିଲେ । କାର୍ଯ୍ୟକ୍ରମ ଶେଷରେ ବିଧାୟକଙ୍କ ନେତୃତ୍ବରେ ବିଜୁ ଜନତା
ଦଳର ଏକ ପ୍ରତିନିଧ୍ବ ମଣ୍ଡଳୀ ବିଡ଼ିଓଙ୍କୁ ଭେଟି ରାଷ୍ଟ୍ରପତିଙ୍କ ଉଦେଶରେ ଏକ ଦାବିପତ୍ର ପ୍ରଦାନ କରିଥିଲେ ।