BREAKING
ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର“ଭାରତୀୟ ଜ୍ଞାନ ପରମ୍ପରା କେବଳ ଅତୀତର ସ୍ମୃତି ନୁହେଁ, ବରଂ ଏହା ଏକ ଜୀବନ୍ତ ବ୍ୟବସ୍ଥା”

ଆଦିବାସୀ ସମାଜ ଭାରତୀୟ ସଭ୍ୟତାର ଅଭିନ୍ନ ଅଂଶ

ଫୁଲବାଣୀରେ ବିର୍ସା ମୁଣ୍ଡାଙ୍କ ଜୟନ୍ତୀ ଓ ଜନ ନଜାତୀୟ ଗୌରବ ଦିବସ

ଫୁଲବାଣୀ : ଆଦିବାସୀ ସମାଜ ଭାରତୀୟ ସଭ୍ୟତାର ଅଭିନ୍ନ ଅଂଶ। ସେମାନେ ନିଜସ୍ବ ସଂସ୍କୃତି, ପରମ୍ପରା, ଜୀବନଶୈଳୀ ଓ ପ୍ରାକୃତିକ ସମ୍ପଦରେ ନିର୍ଭରଶୀଳ କିନ୍ତୁ, ଆଦିବାସୀ ଦୀର୍ଘଦିନ ଧରି ଦାରିଦ୍ର୍ୟ, ଅସୁସ୍ଥତା, ଶିକ୍ଷାର ଅଭାବ, ବିକାଶ ପଥରୁ ଦୂରରେ ରହି ଅନେକ ସମସ୍ୟାରେ ବୁଝୁଥିଲେ। ଏବେ ସରକାରୀ ଯୋଜନା ଆଦିବାସୀଙ୍କ ପାଖରେ ସିଧାସଳଖ ପହଞ୍ଚାଇବାକୁ ସରକାର ପ୍ରୟାସ କରୁଛନ୍ତି ବୋଲି ଧରତୀ ଆବା ଥାବା ଭଗବାନ ମୁଣ୍ଡାଙ୍କ ଜନ୍ମ ବାର୍ଷିକୀ ତଥା ଜନ ନଜାତୀୟ ଗୌରବ ଦିବସ ପାଳନ ଅବସରରେ ବକ୍ତାମାନେ କହିଛନ୍ତି।

ଫୁଲବାଣୀ କରୋନେଶନ ପଡ଼ିଆରେ ଧରତୀ ଆବା ଥାବା ଭଗବାନ ମୁଣ୍ଡାଙ୍କ ଜନ୍ମ ବାର୍ଷିକୀ ତଥା ଜନ ନଜାତୀୟ ଗୌରବ ଦିବସ ପାଳିତ ହୋଇଛି। କନ୍ଧମାଳ ଲୋକସଭା ସାଂସଦ ସୁକାନ୍ତ କୁମାର ପାଣିଗ୍ରାହୀ ମୁଖ୍ୟ ଅତିଥ୍ ସମ୍ମାନିତ ଅତିଥ୍ ଭାବେ ଯୋଗ ଦେଇଥିଲେ। ଫୁଲବାଣୀ ବିଧାୟକ ଉମା ଚରଣ ମଲ୍ଲିକ ଏବଂ କୁଇ ସମାଜର ସମ୍ପାଦକ ଅବନୀ କହଁର ସମ୍ମଳନିତ ଅତି‍ଥି ଭାବେ ଯୋଗଦେଇ ବକ୍ତବ୍ୟ ପ୍ରଦାନ କରିଥିଲେ।

ଏହି ଅବସରରେ ଆଦିବାସୀ ସଂପ୍ରଦାୟର ପୂର୍ଣାଙ୍ଗ ବିକାଶ ପାଇଁ ଆଦି କର୍ମଯୋଗୀ ଅଭିଯାନ ଆରମ୍ଭ କରାଯାଇଛି। କନ୍ଧମାଳ ଜିଲ୍ଲାର ୧୨ ଗୋଟି ବ୍ଲକରେ ସମୁଦାୟ ୩୯୫ ଗ୍ରାମରେ ଏହି ଅଭିଯାନ ଚାଲୁଅଛି। ଏଥିପାଇଁ ପ୍ରାୟ ୮୦୦୦ ଆଦି କର୍ମଯୋଗୀ, ଆଦି ସହଯୋଗୀ ଓ ଆଦି ସାଥ୍‌ ଚୟନ କରାଯାଇଛି ଏବଂ ପ୍ରତି ଗ୍ରାମରେ ଆଦି ସେବା କେନ୍ଦ୍ର ଖୋଲାଯାଇଛି।

ସେବା କେନ୍ଦ୍ରରେ ସମସ୍ତେ ଏକାଠି ଗ୍ରାମର ସର୍ବାଙ୍ଗୀନ ବିକାଶ ନିମନ୍ତେ ଏକ ପରିକଳ୍ପନା ପତ୍ର ପ୍ରସ୍ତୁତ କରିଛନ୍ତି ବୋଲି ଉପସ୍ଥିତ ଅତିଥ୍ ମାନେ ବକ୍ତବ୍ୟ ରଖୁଥିଲେ। କାର୍ଯ୍ୟକ୍ରମ ମରେ ଏଫଆର୍‌ଏ ଟାଇଟଲ ବଣ୍ଟନ, ଯୁବ ଉଦ୍ୟୋଗୀଙ୍କୁ ଏମଏମଜେଜେଏମ ଅଧୀନ ଆର୍ଥିକ ସହାୟତା ତା ବଣ୍ଟନ ଆଦି ବିଭିନ୍ନ ସରକାରୀ ଯୋଜନାର ସହାୟ ୟତା ବଣ୍ଟନ କରାଯାଇଥିଲା ଏବଂ  ଜନଜାତୀୟ କ୍ଷେତ୍ରରେ କ୍ରିୟାଶୀଳ ସଫଳ ବ୍ୟକ୍ତିତ୍ବଙ୍କୁ ସମ୍ମାନିତ କରାଯାଇଥିଲା I

ଜନଜାତୀୟ ଗୌରବ ଦିବସ ଉପ ପଲକ୍ଷେ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀମାନଙ୍କୁ ଅତିଥ୍‌ମାନେ ପୁରସ୍କୃତ କରିଥିଲେ। କାର୍ଯ୍ୟକ୍ରମକୁ ପ୍ରକଳ୍ପ ପ୍ରଶାସକ, ସମନ୍ବିତ ଆଦିବାସ ନିବାସୀ ଉନ୍ନୟନ ସଂସ୍ଥା, ଫୁଲବାଣୀ-ତଥା- ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଓ ଜିଲ୍ଲା ସଂସ୍କୃତି ଅଧୂକାରୀ ଗଦାଧର ପାତ୍ର ପରିଚାଳନ କରିବା ସହିତ ଧନ୍ୟବାଦ ଅର୍ପଣ କରିଥିଲେ। ପ୍ରକଳ୍ପ ନିର୍ଦ୍ଦେଶକ, ଜିଲ୍ଲା ସହରାଞ୍ଚଳ ଉନ୍ନୟନ ସଂସ୍ଥା ପ୍ରବ ପ୍ରବୀଣ ବଣୁଆ, ପ୍ରକଳ୍ପ ପ୍ରଶାସକ, ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥା, ବାଲିଗୁଡା କୃପାସିନ୍ଧୁ ବେହେରା, ଉପାଧ୍ଯକ୍ଷ, ଟ୍ରାଇଫେଡ୍‌ ପବିତ୍ର କୁମାର କହଁରଙ୍କ ସମେତ ଜିଲ୍ଲାସ୍ତରୀୟ ଅଧିକାରୀ, ଜନ ପ୍ରତିନିଧୂ, ସରକାରୀ କର୍ମକର୍ତ୍ତା, ଲୋକ କଳାକାର ଓ ଜନସାଧାରଣ ଉପସ୍ଥିତ ଥିଲେ।