BREAKING
ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର“ଭାରତୀୟ ଜ୍ଞାନ ପରମ୍ପରା କେବଳ ଅତୀତର ସ୍ମୃତି ନୁହେଁ, ବରଂ ଏହା ଏକ ଜୀବନ୍ତ ବ୍ୟବସ୍ଥା”

ବିମାନ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ୧୭୦ ଯାତ୍ରୀ

ପାଟନା : ବିହାରର ପାଟନା ବିମାନବନ୍ଦରରେ ଏକ ବଡ଼ ବିମାନ ଦୁର୍ଘଟଣାକୁ ଏଡ଼ାଇ ଦିଆଯାଇଛି। ଏଠାରେ ଗୋଏୟାରର ବିମାନ ସହିତ ଏକ ପକ୍ଷୀ ଧକ୍କା ହୋଇଥିଲା। ପାଇଲଟଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ୧୭୦ ଯାତ୍ରୀ ସୁରକ୍ଷିତ ରହି ପାରିଛନ୍ତି।

ସୂଚନାନୁସାରେ, ଗୋଏୟାରର ବିମାନ ମଙ୍ଗଳବାର ବାଙ୍ଗାଲୋରରୁ ପାଟନାକୁ ଆସୁଥିଲା। ଏହି ସମୟରେ ବିମାନର ଡେଣାରେ ଏକ ପକ୍ଷୀ ଧକ୍କା ହୋଇଥିଲା। ବିମାନର ଆଗମନ ସମୟ ପୂର୍ବାହ୍ନ ୧୧ଟା ୩୫ ଥିଲା। କିନ୍ତୁ ପକ୍ଷୀ ଅବତରଣ କରିବା ପୂର୍ବରୁ ଧକ୍କା ଦେଇଥିଲା। ତେବେ ପାଇଲଟଙ୍କ ଉପସ୍ଥିତ ବୂଦ୍ଧି ଯୋଗୁ ଏକ ବଡ଼ ଦୁର୍ଘଟଣାକୁ ରୋକାଯାଇ ବିମାନଟି ନିରାପଦରେ ଅବତରଣ କରିଥିଲା।

ଏହା କୁହାଯାଉଛି ଯେ ବିମାନର ଡେଣାଗୁଡ଼ିକରେ ସାମାନ୍ୟ କ୍ଷତି ହୋଇଛି। ଯାହାକୁ ମରାମତି କରିବାକୁ ଚେଷ୍ଟା କରାଯାଉଛି। ବର୍ତ୍ତମାନ ବିମାନଟି ରନୱେରେ ଠିଆ ହୋଇଛି। ବୈଷୟିକ ଅଧିକାରୀମାନେ ବିମାନ ଯାଞ୍ଚ କରିଛନ୍ତି। ବିମାନରେ ୧୭୦ରୁ ଅଧିକ ଯାତ୍ରୀ ଥିଲେ। ଅନ୍ୟ ବିମାନରେ ଯାତ୍ରୀ ପଠାଇବା ପାଇଁ ବ୍ୟବସ୍ଥା କରାଯାଇଛି।

ପାଟନା ବିମାନବନ୍ଦରରେ ୪୦ ଯୋଡ଼ା ବିମାନ ଚଳାଚଳ କରୁଛି। ତେବେ ବର୍ତ୍ତମାନ ଘନ କୁହୁଡ଼ି ଯୋଗୁ ବିମାନଗୁଡିକର ଉଡ଼ାଣ ପ୍ରଭାବିତ ହେଉଛି। କମ ଦୃଶ୍ୟମାନତା ହେତୁ ବିମାନଗୁଡ଼ିକର ଯାତ୍ରାରେ ପ୍ରତିଦିନ ବିଳମ୍ବ ହେଉଛି। ବିଶେଷକରି ସକାଳ ଏବଂ ବିଳମ୍ବିତ ରାତିରେ ଆସୁଥିବା ବିମାନଗୁଡ଼ିକ କୁହୁଡ଼ି ଯୋଗୁ ପ୍ରଭାବିତ ହେଉଛନ୍ତି।