BREAKING
ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର“ଭାରତୀୟ ଜ୍ଞାନ ପରମ୍ପରା କେବଳ ଅତୀତର ସ୍ମୃତି ନୁହେଁ, ବରଂ ଏହା ଏକ ଜୀବନ୍ତ ବ୍ୟବସ୍ଥା”

ବିହାର ରାଜନୀତି ସରଗରମ, ନୀତୀଶ ହେବେ ମୁଖ୍ୟମନ୍ତ୍ରୀ

ପାଟନା, ୯।୮ : ମହାମେଣ୍ଟର ନେତା ଭାବେ ଜେଡ଼ିୟୁ ନେତା ନୀତୀଶ କୁମାରଙ୍କୁ ଚୟନ କରାଯାଇଛି। ମଙ୍ଗଳବାର ଅପରାହ୍ନରେ ନୀତୀଶ ରାବ୍ରୀ ଦେବୀଙ୍କ ବାସଜ ଭବନରେ ପହଞ୍ଚିଥିଲେ। ସେଠାରୁ ଆରଜେଡି ନେତା ତେଜସ୍ବୀ ଯାଦବ ଏବଂ କଂଗ୍ରେସର ଭକ୍ତ ଚରଣ ଦାସଙ୍କ ସହିତ ମିଶି ମୁଖ୍ୟମନ୍ତ୍ରର ଆବାସ ଯାଇଥିଲେ। ସେଠାରେ ନୀତୀଶଙ୍କୁ ମହାମେଣ୍ଟର ନେତା ଭାବେ ଚୟନ କରାଯାଇଥିଲା।

ଫଳରେ ଏବେ ନୀତୀଶ ୮ମ ଥର ପାଇଁ ରାଜ୍ୟର ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି। ଏନଡିଏରେ ତାଙ୍କ ପାଖରେ ୧୨୭ ବିଧାୟକଙ୍କ ସମର୍ଥନ ଥିବାବେଳେ ମହାମେଣ୍ଟରେ ତାଙ୍କୁ ୧୬୩ ବିଧାୟକ ସମର୍ଥନ କରୁଛନ୍ତି। ରାଜ୍ୟରେ ଗଠନ ହେବାକୁ ଥିବା ନୂଆ ସରକାର ଭାଜପା-ଜେଡିୟୁ ମେଣ୍ଟଠାରୁ ଅଧିକ ଶକ୍ତିଶାଳୀ ହେବ ବୋଲି ଚର୍ଚ୍ଚା ହେଉଛି।

ସମ୍ପ୍ରତି ରାଜ୍ୟ ବିଧାନସଭାରେ ଭାଜପାର ୭୭ ବିଧାୟକ ଥିବାବେଳେ ଜଣେ ସ୍ବାଧୀନ ବିଧାୟକ ଦଳକୁ ସମର୍ଥନ କରୁଛନ୍ତି। ଫଳରେ ଭାଜପାର ମୋଟ ବିଧାୟକ ସଂଖ୍ୟା ୭୮ ରହିଛି।