BREAKING
ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର“ଭାରତୀୟ ଜ୍ଞାନ ପରମ୍ପରା କେବଳ ଅତୀତର ସ୍ମୃତି ନୁହେଁ, ବରଂ ଏହା ଏକ ଜୀବନ୍ତ ବ୍ୟବସ୍ଥା”

ଅଳିଆ ପଦାର୍ଥରେ କୁନି ବୈଜ୍ଞାନିକ ମାନଙ୍କର ନୂତନ ଆବିଷ୍କାର

ଭୁବନେଶ୍ୱର : ପଦ୍ମାବତୀ ମେମୋରିଆଲ ଟ୍ରଷ୍ଟ ପକ୍ଷରୁ ଚନ୍ଦ୍ରଶେଖରପୁର ସ୍ଥିତ ଗାୟତ୍ରୀ ମନ୍ଦିର ପରିସରରେ ବିଜ୍ଞାନ ପ୍ରଦର୍ଶନୀ ଅନୁଷ୍ଠିତ ହୋଇଯାଇଛି । ଟ୍ରଷ୍ଟର ପରିଚାଳକ ଶୁଭଲକ୍ଷ୍ମୀ ରଥଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଉତ୍ତର ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର ଯୋଗଦେଇ ଅଦରକାରୀ ପଦାର୍ଥକୁ ନେଇ କୁନି କୁନି ବୈଜ୍ଞାନିକ ମାନେ ଆବିଷ୍କାର କରିଥିବା ସୁନ୍ଦର ପକଳ୍ପକୁ ପ୍ରଶଂସା କରିବା ସହିତ କହିଥିଲେ ଆମ ପରିବେଶକୁ ବର୍ଜ୍ୟ ପ୍ଲାଷ୍ଟିକ ଏକ ପ୍ରକାର ନଷ୍ଟ କରିଦେଉଛି । ଭଙ୍ଗା ପ୍ଲାଷ୍ଟିକରୁ ପିଲାମାନେ ଯେଉଁ ସୁନ୍ଦର ପଦାର୍ଥମାନ ତିଆରି କରିଛନ୍ତି ତାହା ଅତ୍ୟନ୍ତ ଆକର୍ଶଣୀୟ । ପିଲାମାନଙ୍କ ଏଭଳି ଚିନ୍ତାଧାରା ଅନ୍ୟ ମାନଙ୍କୁ ଦିଗ୍‌ଦର୍ଶନ ଦେବା ସହ ପରିବେଶ ସ୍ୱଚ୍ଛ ରହିବ । ସମ୍ମାନିତ ଅତିଥି ଭାବେ କ୍ରିଏଟିଭ ସ୍କୁଲର ଅଧ୍ୟକ୍ଷା ସୁସ୍ମିତା ଶତପଥୀ, ଏଲପିଟିମର ସଭାପତି ରମାକାନ୍ତ ସ୍ୱାଇଁ, ଟ୍ରଷ୍ଟର ଅଧ୍ୟକ୍ଷ ଜନ୍ମେଜୟ ପଣ୍ଡା ପ୍ରମୁଖ ଯୋଗଦେଇଥିଲେ । ଏଥିରେ ସ୍ଥାନୀୟ ଅଳରେ ଥିବା ସ୍କୁଲ ମାନଙ୍କରୁ ୫୦ ରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ଯୋଗଦାନ କରି ପ୍ରକଳ୍ପ ଉପସ୍ଥାପନ ପରିଥିଲେ । କୃତି ବୈଜ୍ଞାନିକ ମାନଙ୍କୁ ଅତିଥି ମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା । ଏହି ଅବସରରେ ସମାଜସେବା କ୍ଷେତ୍ରରେ ବିଶେଷ ଅବଦାନ ପାଇଁ ଏଲପିଟିମକୁ ସମ୍ମାନୀତ କରାଯାଇଥିଲା ।