▪️ସିନ୍ଦୂର ପାଇଁ ହେଲେ ମୁହାଁମୁହିଁ !
▪️ସୁହାଗର ବଦଲା ନେଉଛି ସିନ୍ଦୂର।
▪️ ଆତଙ୍କୀ ଉପରେ ଘନ ଘନ ମିସାଇଲ୍ ମାଡ଼ କରୁଛି ଭାରତ।
▪️ଆଉ ଯାହାକୁ ଦେଖି ଛାନିଆ ହୋଇଗଲାଣି ପାକିସ୍ତାନ।
▪️ଜମ୍ମୁ କାଶ୍ମୀରର ଉରି ଓ ବାରମୂଳା ବ୍ଲାକ୍ ଆଉଟ୍
▪️ଅମୃତସର ସହର ସଂପୂର୍ଣ୍ଣ ବ୍ଲାକ୍ ଆଉଟ୍
▪️ପାକିସ୍ତାନର ଡ୍ରୋନ୍ ଆଟାକ ପରେ ବ୍ଲାକ୍ ଆଉଟ୍
▪️ପଞ୍ଜାବର ଜଳନ୍ଧର ସହର ବି ସଂପୂର୍ଣ୍ଣ ବ୍ଲାକ୍ ଆଉଟ୍
▪️ସାରା ରାତି ବ୍ଲାକ୍ଆଉଟ୍ ରହିବା ପରେ ପଞ୍ଜାବ ଅମୃତସରରେ ଆଜି ବିଦ୍ୟୁତ ସରବରାହ ହେଲା ସ୍ୱାଭାବିକ ।
▪️ ଅମୃତସରକୁ ପୁଣି ପାକିସ୍ତାନ ଟାର୍ଗେଟ୍ କରିପାରେ, ଏଣୁ ଲୋକଙ୍କୁ ଘରୁ ନବାହାରିବା ପାଇଁ ପ୍ରଶାସନ ନିର୍ଦ୍ଦେଶ ଦେଇଛି ।
▪️ଖାଲି ସେତିକି ନୁହେଁ, ଲୋକଙ୍କୁ ପରଦା ପକାଇ ରଖିବାକୁ ବି ପରାମର୍ଶ ଦିଆଯାଇଛି ।
▪️ଝରକା ପାଖରୁ ଦୂରେଇ ରହିବାକୁ ବି ଲୋକଙ୍କୁ ପରାମର୍ଶ ଦେଇଛି ପ୍ରଶାସନ ।
▪️ ଲୋକଙ୍କ ଭୟଭୀତ ନହେବାକୁ ଅପିଲ୍।
▪️ଭାରତରେ କେବଳ ଭାରତୀୟ ରହିବେ।
▪️ରୋହିଙ୍ଗ୍ୟା ମୁସଲମାନ ଭାରତ ଛାଡ଼।
▪️ ଗୁରୁବାର ସୁପ୍ରିମକୋର୍ଟ ଦିଲ୍ଲୀରୁ ରୋହିଙ୍ଗ୍ୟା ମୁସଲମାନଙ୍କ ସମ୍ଭାବ୍ୟ ନିର୍ବାସନ ଉପରେ ରୋକ୍ ଲଗାଇବାକୁ ମନା କରି ଦେଇଛନ୍ତି।
▪️ଜଷ୍ଟିସ୍ ସୂର୍ଯ୍ୟକାନ୍ତ, ଦୀପଙ୍କର ଦତ୍ତା ଏବଂ ଏନ.କୋଟେଶ୍ଵର ସିଂହଙ୍କ ଖଣ୍ଡପୀଠ ଏନେଇ ଶୁଣାଣି କରିଛନ୍ତି।
▪️ଟେରିଟୋରିଆଲ୍ ଆର୍ମିକୁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ
▪️ଏନେଇ ସ୍ଥଳସେନା ମୁଖ୍ୟଙ୍କୁ କ୍ଷମତା ଦେଲେ ସରକାର
▪️ଟେରିଟୋରିଆଲ୍ ଆର୍ମିର ଅଧିକାରୀଙ୍କୁ ଯୋଗଦେବାକୁ ନିର୍ଦ୍ଦେଶ
▪️ସେନାକୁ ସହଯୋଗ କରିବାକୁ ସାମିଲ୍ ହେବ ଟେରିଟୋରିଆଲ୍ ଆର୍ମି
▪️୩୨ଟି ବାଟାଲିୟନରୁ ୧୪ଟି TA ବାଟାଲିୟନ ବିଭିନ୍ନ କମାଣ୍ଡରେ ମୁତୟନ ହେବେ
▪️କ୍ରିକେଟପ୍ରେମୀଙ୍କ ପାଇଁ ଖୁସି ଖବର ।
▪️ କାରଣ ବେଶି ଦିନ ନୁହେଁ ବରଂ ମାତ୍ର ୧ ସପ୍ତାହ ପାଇଁ ସ୍ଥଗିତ ରହିବ ଆଇପିଏଲ ମ୍ୟାଚ୍ ।
▪️ସପ୍ତାହକ ପରେ ପୁଣି ଆରମ୍ଭ ହେବ ମ୍ୟାଚ୍ ।
▪️ଆଇପିଏଲ ପକ୍ଷରୁ ଦିଆଯାଇଛି ବିସିସିଆଇ ।
▪️ସବୁ ATM ସହ ଡିଜିଟାଲ ସେବା ସ୍ବାଭାବିକ ଚାଲୁଛି.
▪️କୌଣସି ଗୁଜବକୁ ବିଶ୍ବାସ ନକରିବାକୁ SBIର ପରାମର୍ଶ
▪️ ଏମିତି ଆକଳନ କରିଛନ୍ତି ଅର୍ଥନୀତି ବିଶାରଦ ।
▪️ସେମାନଙ୍କ ମତରେ ପାକିସ୍ତାନ ପାଖରେ ମାତ୍ର ୧୫ ବିଲିୟନ ଡଲାର ବିଦେଶୀ ମୁଦ୍ରା ରହିଛି ।
▪️ କିନ୍ତୁ ଭାରତ ପାଖରେ ୭୦୦ ବିଲିୟନ ଡଲାର ବିଦେଶୀ ମୁଦ୍ରା ରହିଛି l
▪️ଭାରତର ହମଲାରେ କାନ୍ଦିଲାଣି ପାକିସ୍ତାନ
▪️ନିଜ ବନ୍ଧୁ ରାଷ୍ଟ୍ରଙ୍କୁ ଋଣ ମାଗିଲାଣି ପାକିସ୍ତାନ
▪️ବିଶ୍ବ ଆଗରେ ଋଣ ପାଇଁ ଗୁହାରି କଲାଣି ପାକିସ୍ତାନ
▪️ଉତ୍ତର ଭାରତର ୫ ରାଜ୍ୟକୁ ହାଇଆଲର୍ଟ ।
▪️ ଜମ୍ମୁ କାଶ୍ମୀର, ପଞ୍ଜାବ , ରାଜସ୍ଥାନ , ଗୁଜରାଟ , ୟୁପିରେ ଆଲର୍ଟ ।
▪️ ଏପଟେ ଆରବ ସାଗରରେ ନୌସେନାର ଯୁଦ୍ଧାଭ୍ୟାସ ।
▪️ବିଭିନ୍ନ ସ୍ଥାନରେ ସେନାର ଚାଲିଛି ଜୋରଦାର ଅପରେସନ୍ ।
▪️ଭାରତୀୟ ସେନାର ଅପରେସନ ସିନ୍ଦୂରରେ ରକ୍ତ ଚାଉଳ ଚୋବାଉଛି ପାକିସ୍ତାନ।
▪️ପୁଣି ହମଲା କରିବାକୁ ଉଦ୍ୟମ କରି ଫେଲ୍ ମାରିଛି।
▪️ରାତିଅଧରେ ପାକିସ୍ତାନ କରିଥିବା ଚକ୍ରାନ୍ତକୁ କାଟି ଖିନଭିନ୍ କରି ଦେଇଛି ଭାରତର ସୁଦର୍ଶନ ଚକ୍ର !
▪️କିଏ ଜାଣିଥିଲା ଭାରତ ଏମିତି ଆଟାକ୍ କରିବ ବୋଲି।
▪️ମିସାଇଲ୍ ମାଡ଼ରେ ଭୟଭୀତ ହୋଇପଡ଼ିଛି ପାକିସ୍ତାନ।
▪️ଏବେ ଥରହର ହୋଇଛି ଆମେରିକା।