BREAKING
ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର“ଭାରତୀୟ ଜ୍ଞାନ ପରମ୍ପରା କେବଳ ଅତୀତର ସ୍ମୃତି ନୁହେଁ, ବରଂ ଏହା ଏକ ଜୀବନ୍ତ ବ୍ୟବସ୍ଥା”

ନୂଆ ବର୍ଷରେ ନୂଆ ରୂପରେ ବୁଲିବେ ଏନଫୋର୍ସମେଣ୍ଟ ସ୍କ୍ୱାର୍ଡ

ଭୁବନେଶ୍ୱର,୨୮/୧୨ : ନୂଆ ବର୍ଷରେ ନୂଆ ରୂପରେ ସାରା ସହର ଘୁରି ବୁଲିବେ ଏନଫୋର୍ସମେଣ୍ଟ ସ୍କ୍ୱାର୍ଡ । ହାତରେ ଲାଠି, ଦେହରେ ଡ୍ରେସ୍ କୋଡ ତା ସାଙ୍ଗକୁ ଏନଫୋର୍ସମେଣ୍ଟ ଗାଡିରେ ପୁଲିସ ସାଇରନ। ଗଳିକନ୍ଦି ଠାରୁ ରାଜରାସ୍ତା ସବୁଠି ଏହି ଟିମ୍ ଘୁରି ବୁଲିବେ। ଜବରଦଖଲ, ସୌନ୍ଦର୍ଯ୍ୟକରଣ, ପାର୍କିଂ ସମସ୍ୟା​‌​‌ ଆଦିକୁ ଏହି ଟିମ୍ ଅନୁଧ୍ୟାନ କରିବେ। ବିଡିଏ ଉପାଧ୍ୟକ୍ଷ ବଲବନ୍ତ ସିଂଙ୍କ ନିର୍ଦ୍ଦେଶକ୍ରମେ ଏହି ୧୭ଟି ସ୍କ୍ୱାର୍ଡ ଗଠନ ହୋଇଛି ଓ ସୋମନଙ୍କ ପାଇଁ ସ୍ବତନ୍ତ୍ର ଗାଡିର ବ୍ୟବସ୍ଥା କରାଯାଇଛି। ହକି ବିଶ୍ୱକପ୍ ପାଇଁ କାଉଣ୍ଟଡାଉନ୍ ଆରମ୍ଭ ହୋଇଛି। ଏଥିପାଇଁ ଏନଫୋର୍ସମେଣ୍ଟ ସ୍କ୍ୱାର୍ଡକୁ ସଶକ୍ତ କରାଯାଇଛି। ଡ୍ରେସ କୋଡ୍ ସହ ପୁଲିସ ସାଇରନ ଗାଡିରେ ବୁଲିବେ ଏନଫୋର୍ସମେଣ୍ଟ ସ୍କ୍ୱାର୍ଡ । ୧୭ଟି ଏନଫୋର୍ସମେଣ୍ଟ ସ୍କ୍ବାଡକୁ ମନିଟରିଂ କରିବେ ଜଣେ ଓଏସ୍ ସ୍ତରର ଅଧିକାରୀ। ପ୍ରତିି ସ୍କ୍ୱାର୍ଡରେ ଜଣେ ଏନଫୋର୍ସମେଣ୍ଟ ସହଯୋଗୀ, ସର୍ଭେ ଏନଫୋର୍ସମେଣ୍ଟ, ଜଣେ ବିଏସି କର୍ମଚାରୀ, ଜଣେ ଓ୍ୱାର୍କ ସାଇଟ୍ ସହଯୋଗୀ ଓ ୨ଜଣ ସୁରକ୍ଷା କର୍ମଚାରୀ ରହିବେ। ସେମାନେ ହକି ବିଶ୍ୱକପ୍ ପାଇଁ ବିଭିନ୍ନ ସମସ୍ୟାର ସମାଧାନ କରିବେ, ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ତଦାରଖ କରିବା ସହିତ ରାସ୍ତା ଉପରୁ ଠେଲାଗାଡି ଏବଂ ଉଠାଦୋକାନୀଙ୍କୁ ହଟାଇବେ।ସେଥି ପାଇଁ ସେମାନଙ୍କୁ ନୂଆ ଡ୍ରେସ କୋଡ୍ ଦିଆଯାଇଛି।
କମିଶନରେଟ ପୁଲିସଠାରୁ ଅନୁମତି ପରେ ପ୍ରତି ଏନଫୋର୍ସମେଣ୍ଟ ଗାଡିରେ ପୁଲିସ ଲାଇଟ୍ ସହିତ ସାଇରନ ବ୍ୟବସ୍ଥା ହୋଇଛି । ଏହା ସହ ଗାଡିରେ ମଧ୍ୟ ଷ୍ଟିକରିଂ କରାଯାଇଛି । ଏନଫୋର୍ସମେଣ୍ଟ ସ୍କ୍ୱାର୍ଡ ପାଇଁ ପ୍ୟାଣ୍ଟ, ଟି-ସାର୍ଟ,ଜାକେଟ୍, ଜୋତା ଏବଂ ଲାଠି ଦିଆଯାଇଛି । ସେମାନେ ଏନଫୋର୍ସମେଣ୍ଟ ସମୟରେ ଏହି ଡ୍ରେସ୍ ପିନ୍ଧିବାକୁ କୁହାଯାଇଛି। ଡ୍ରେସ କୋଡରେ ଯିବା ଫଳରେ ଲୋକମାନେ ଜାଣିପାରିବେ ଯେ ଏମାନେ ହେଉଛନ୍ତି ପ୍ରକୃତ ଉଚ୍ଛେଦକାରୀ ଦଳ।