BREAKING
ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର“ଭାରତୀୟ ଜ୍ଞାନ ପରମ୍ପରା କେବଳ ଅତୀତର ସ୍ମୃତି ନୁହେଁ, ବରଂ ଏହା ଏକ ଜୀବନ୍ତ ବ୍ୟବସ୍ଥା”

ନିରାଡମ୍ବରେ ପାଳିତ ହେଲା ରାଜଧାନୀ ପ୍ରତିଷ୍ଠା ଦିବସ।

ଭୁବନେଶ୍ୱର,୧୩/୪(ଓଡ଼ିଆ ନ୍ୟୁଜ) : ଆଜି ରାଜଧାନୀର ୭୩ ତମ ପ୍ରତିଷ୍ଠା ଦିବସ। ମନ୍ଦିରମାଳିନୀ ଏକାମ୍ରକ୍ଷେତ୍ର ଭୁବନେଶ୍ୱର ୧୯୪୮ ମସିହା ଏପ୍ରିଲ ୧୩ ତାରିଖରେ ଓଡିଶାର ରାଜଧାନୀ ଭାବେ ପ୍ରତିଷ୍ଠିତ ହୋଇଥିଲା। ସେହଦିନ ଠାରୁ ପ୍ରତିବର୍ଷ ଏହି ଦିନକୁ ଭୁବନେଶ୍ୱର ପ୍ରତିଷ୍ଠା ଦିବସ ବା ରାଜଧାନୀ ପ୍ରତିଷ୍ଠା ଭାବେ ପାଳନ କରାଯାଏ। ଚଳିତ ବର୍ଷ କୋଭିଡ କଟକଣା ଯୋଗୁଁ ନିରାଡମ୍ବରରେ ଏହା ପାଳନ କରାଯାଉଛି। ଆଜି ବିଧାନସଭା ସମ୍ମୁଖରେ ଥିବା ରାଜଧାନୀ ଶିଳାନ୍ୟାସ ଫଳରେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଓ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ମାଲ୍ୟାର୍ପଣ କରିଛନ୍ତି। ୧୯୪୮ରେ ରାଜଧାନୀ ଭାବେ ପ୍ରତିଷ୍ଠା ହୋଇଥିବା ସମୟରେ ଏହି ସହରରେ ମାତ୍ର ୧୪ ହଜାର ଲୋକଙ୍କ ରହଣି ପାଇଁ ତିଆରି ହୋଇଥିବା ବେଳେ ଏବେ ୨୦ ଲକ୍ଷରୁ ଅଧିକ ଲୋକେ ବାସ କରୁଛନ୍ତି। ରାଜଧାନୀର ଆହରୁ ବିକାଶ କରିବା ପାଇଁ ସରକାର ଲକ୍ଷ୍ୟ ରଖିଛନ୍ତି ବୋଲି ବାଚସ୍ପତି କହିଛନ୍ତି। ପ୍ରତିଷ୍ଠା ଦିବସ ଉପଲକ୍ଷେ ବିଭିନ୍ନ ସରକାରୀ କାର୍ଯ୍ୟାଳୟ ଓ ରାସ୍ତା ଘାଟ ଗୁଡିକୁ ରଙ୍ଗୀନ ଆଲୋକରେ ସଜାଯାଇଛି।
୧୯୪୮ ମସିହା ଏପ୍ରିଲ ୧୩ ତାରିଖ ଦିନ ଭୁବନେଶ୍ୱରରେ ନୂଆ ରାଜଧାନୀର ପ୍ରତିଷ୍ଠା ଫଳକ ତତ୍କାଳିନ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କ କରକମଳରେ ସ୍ଥାପିତ ହୋଇଥିଲା। ସେହି ପ୍ରତିଷ୍ଠାଫଳକ ବର୍ତ୍ତମାନ ବିଧାନସଭା ସନ୍ନିକଟ ପାଚେରୀ ନିକଟରେ ରହିଛି।