BREAKING
‘ଯୁଧିଷ୍ଠିର ଥିଏଟର’ର ଦ୍ୱିତୀୟ ବାର୍ଷିକ ନାଟ୍ୟୋତ୍ସବରେ ମଞ୍ଚସ୍ଥ ହେଲା ‘ଶୁକ ଶାରୀ କଥା’ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର

ବାତ୍ୟା ୟାସ ପାଇଁ ପ୍ରଶାସନ ତତ୍ପର।

ଭଦ୍ରକ,୨୫। ୫ : ବାତ୍ୟା ‘ୟାସ୍‌’ର ସୁପରିଚାଳନା ଓ ମୁକାବିଲା ପାଇଁ ଜିଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚାଲିଛି। ଏ ନେଇ ଜିଲା ପର୍ଯ୍ୟବେକ୍ଷକ ରାଜ୍ୟ ଖାଦ୍ୟ, ଯୋଗାଣ, ଖାଉଟି କଲ୍ୟାଣ ବିଭାଗର ପ୍ରମୁଖ ଶାସନ ସଚିବ ଭିଭି ଯାଦବ ଭଦ୍ରକରେ ପହଞ୍ଚି ସମୀକ୍ଷା କରିଛନ୍ତି । ଜିଲାପାଳଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ଏହି ସମୀକ୍ଷା ବୈଠକରେ ଜିଲାପାଳ ଡ. ଜ୍ଞାନ ରଞ୍ଜନ ଦାସ ବାତ୍ୟା ପୂର୍ବରୁ ଲୋକଙ୍କୁ ସ୍ଥାନାନ୍ତର, ସେମାନଙ୍କୁ କୋଭିଡ୍‌ ନିୟମ ମଧ୍ୟରେ ଥଇଥାନ, ପାନୀୟଜଳ, ବିଦ୍ୟୁତ, ଶୁଖିଲା ଖାଦ୍ୟ ଏବଂ ଆବଶ୍ୟକ ସ୍ଥଳେ ରନ୍ଧା ଖାଦ୍ୟର ବନ୍ଦୋବସ୍ତ  ଉପରେ ଗୁରୁତ୍ୱ ଦେଇଛନ୍ତି। ବାତ୍ୟା ସମୟରେ ଉଦ୍ଧାର ଏବଂ ଥଇଥାନ କାର୍ଯ୍ୟ ପାଇଁ ଜିଲାସ୍ତରୀୟ ନୋଡାଲ ଅଫିସରଙ୍କୁ ଦାୟିତ୍ୱ ଦିଆଯାଇଛି । ଏହି ଦାୟିତ୍ୱରେ ଧାମରା ପାଇଁ ଅତିରିକ୍ତ ଜିଲାପାଳ (ସାଧାରଣ) ମଧୁସୂଦନ ଦାସ, ବାସୁଦେବପୁର ପାଇଁ ପ୍ରକଳ୍ପ ନିର୍ଦ୍ଦେଶକ ଇନ୍ଦ୍ରମଣି ନାୟକ, ତିହଡ଼ିି ପାଇଁ ଉପଜିଲାପାଳ ପୀତାମ୍ବର ସାମଲ ଏବଂ ଚାନ୍ଦବାଲି ପାଇଁ ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ ରାଜେନ୍ଦ୍ର ପଣ୍ଡା ରହିଛନ୍ତି। ବାତ୍ୟା ନିମନ୍ତେ ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ ହୋଇଥିବା ବେଳେ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍‌ ମଧ୍ୟ ଖୋଲା ଯାଇଛି । ଉଦ୍ଧାର କାର୍ଯ୍ୟ ନିମନ୍ତେ ଜିଲାକୁୁ ଆସିଥିବା ୮ଟି ଏନ୍‌ଡିଆର୍‌ଏଫ ଟିମ୍‌କୁ ନିର୍ଦ୍ଦିଷ୍ଟ ସ୍ଥାନ ଧାମରା, ତିହିଡ଼ି, ଚାନ୍ଦବାଲି, ବିଦେଇପୁର ପଠାଯାଇଛି ।
ସେହିଭଳି ୩ଟି ଓଡ୍ରାଫ ଟିମ୍‌କୁ ତିହଡିି ବ୍ଲକର ପୀରହାଟ, ବାସୁଦେବପୁର, ଭଦ୍ରକରେ ରଖା ଯାଇଛି । ୧୧ଟି ଅଗ୍ନିଶମ ବାହିନୀଙ୍କୁ ପୀରହାଟ, ଦୋଳସାହି, ଆରଡି, ୨ଟି ଟିମ୍‌ ଧାମରା, ତିହିଡି ଧୁଷୁରୀ, ବନ୍ତ, ବାସୁଦେବପୁର ଓ ୨ଟି ଟିମ୍‌ ଭଦ୍ରକରେ ଅଛନ୍ତି । ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ବିତ କରିବାକୁ ଗୁରୁତ୍ୱ ଦିଆ ଯାଇଛି । ବାତ୍ୟା ପରବର୍ତ୍ତୀ ସମୟରେ ବିଦ୍ୟୁତ ସରବରାହକୁ ପୁନଃ କାର୍ଯ୍ୟକ୍ଷମ କରାଯିବାକୁ ବିଦ୍ୟୁତ ବିଭାଗ ପକ୍ଷରୁ ନିଆଯାଇଥିବା ପ୍ରସ୍ତୁତି ସମ୍ପର୍କରେ ନେସ୍କୋ ନିର୍ବାହୀ ଅଧିକାରୀ ସୂଚନା ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଏସ୍‌ପି ଚରଣସିଂ ମୀନା, ଅତିରିକ୍ତ ଜିଲାପାଳ ଅରୁଣ ମହାପାତ୍ର ଓ ଅନ୍ୟାନ୍ୟ ଜିଲା ସ୍ତରୀୟ ଅଧିକାରୀ ଉପସ୍ଥିତ ଥିଲେ ।