BREAKING
‘ଯୁଧିଷ୍ଠିର ଥିଏଟର’ର ଦ୍ୱିତୀୟ ବାର୍ଷିକ ନାଟ୍ୟୋତ୍ସବରେ ମଞ୍ଚସ୍ଥ ହେଲା ‘ଶୁକ ଶାରୀ କଥା’ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର

ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ଶ୍ରମିକ ଦିବସ ପାଳିତ

ଭୁବନେଶ୍ୱର : ଶ୍ରମିକମାନେ ହେଉଛନ୍ତି ବିଶ୍ୱ ଗଠନର ଏକମାତ୍ର ମେରୁଦଣ୍ଡ। ଶ୍ରମିକ ମାନଙ୍କର ତ୍ୟାଗ, ନିଷ୍ଠା, ପରିଶ୍ରମ ଓ ଦେଶପ୍ରତି ଅବଦାନ ପ୍ରଶଂସନୀୟ। ଶ୍ରମିକ ମାନେ ହିଁ ହେଉଛନ୍ତି ପ୍ରତ୍ୟେକ ନିର୍ମାଣର ବିଶକର୍ମା । ତେବେ ସେହି ଶ୍ରମିକ ମାନଙ୍କ ଉଦ୍ଦେଶ୍ୟରେ ପ୍ରତିବର୍ଷ ମେ୧ ତାରିଖକୁ ବିଶ ଶ୍ରମିକ ଦିବସ ଭାବେ ପାଳନ କରାଯାଏ । ସୋମବାର ଶ୍ରମିକ ଦିବସକୁ ଉତ୍କଳ ବିଶବିଦ୍ୟାଳୟର ବିଜୁ ଛାତ୍ର ଜନତା ଦଳର ଛାତ୍ରୀଛାତ୍ର ନିଆରା ଢଙ୍ଗରେ ପାଳନ କରିଛନ୍ତି । ବିଜୁ ଛାତ୍ର ଜନତା ଦଳର କର୍ମକର୍ତ୍ତା ବିଶ୍ୱ ବିଦ୍ୟାଳୟରେ କାର୍ଯ୍ୟ କରୁଥିବା ସମସ୍ତ ଶ୍ରମଜୀବୀ ଲୋକ ଅଥବା ଶ୍ରମିକ ମାନଙ୍କୁ ମାସିକ ଘରୋଇ ରାସନ ପ୍ରଦାନ କରିଛନ୍ତି । ଏହା ସହ ଆମ ଦୈନଦିନ ଜୀବନରେ ଶ୍ରମିକ ମାନଙ୍କର ମହତ୍ତ୍ୱ, ଉପସ୍ଥିତି ଓ ସେମାନଙ୍କ କାର୍ଯ୍ୟକୁ ନେଇ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ଏକ ସଚେତନତା ବାର୍ତ୍ତା ମଧ୍ୟ ପ୍ରଦାନ କରାଯାଇଛି ।
ତେବେ ଏହି ଅବସରରେ ଉତ୍କଳ ବିଶବିଦ୍ୟାଳୟର ଛାତ୍ର ନେତା ତଥା ବିଜୁ ଛାତ୍ର ଜନତା ଦଳର ରାଜ୍ୟ ଉପସଭାପତି ଅରୁପ ଶ୍ରୀଚନ୍ଦନ, ରାଜ୍ୟ ସମ୍ପାଦକ ରଶ୍ମି ରଞ୍ଜନ ପରିଡ଼ା, ରାଜ୍ୟ ସାଧାରଣ ସମ୍ପାଦିକା ସୁଶ୍ରୀ ସିମ୍ରନ ସିଂ ରାଜପୁତ, ବିଶବିଦ୍ୟାଳୟର ଦକ୍ଷ ଛାତ୍ର ନେତା ସନ୍ତୋଷ ମାଝୀ ଓ ବିଶ୍ୱ ବିଦ୍ୟାଳୟରେ ଥିବା ଛାତ୍ର ନେତା ସଚ୍ଚିକାନ୍ତ ସାହୁ, ରୁଦ୍ର ପଟ୍ଟନାୟକ, ବିଶ୍ୱଜିତ୍‌ ଯତୀନ ପାତ୍ର, ହିତେଶ ମଲ୍ଲିକ , ଓଁକାର ନନ୍ଦ, ରାଜେନ୍ଦ୍ର ସାହୁ , ଶକ୍ତି ପ୍ରସାଦ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।