BREAKING
ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର“ଭାରତୀୟ ଜ୍ଞାନ ପରମ୍ପରା କେବଳ ଅତୀତର ସ୍ମୃତି ନୁହେଁ, ବରଂ ଏହା ଏକ ଜୀବନ୍ତ ବ୍ୟବସ୍ଥା”

ଜାମସେଦପୁରକୁ ଉଡ଼ିଲା ବିମାନ

ଭୁବନେଶ୍ୱର : ଭୁବନେଶ୍ୱରରୁ ଝାଡ଼ଖଣ୍ଡର ଜାମଶେଦପୁରକୁ ଦୈନିକ ବିମାନସେବା ମଙ୍ଗଳବାରଠାରୁ ଆରମ୍ଭ ହୋଇଛି। ଇଣ୍ଡିଆ ଓ୍ବାନ୍‌ ଏୟାର ପକ୍ଷରୁ ଏହି ସେବା ପ୍ରଦାନ କରାଯାଉଛି। ମଙ୍ଗଳବାର ସକାଳ ୭ଟା ୩୦ରେ ଏୟାରକ୍ରାଫ୍ଟ ଭିଟି-କେଏସ୍‌ଏସ୍‌ ଭୁବନେଶ୍ୱର ବିମାନବନ୍ଦରରୁ ଉଡ଼ାଣ ଶୁଭାରମ୍ଭ କରିଥିଲା।

ଭୁବନେଶ୍ୱରରୁ ଜାମଶେଦପୁର ଭଡ଼ା ୨,୯୯୯ଟଙ୍କା ରହିଥିବାବେଳେ ଜାମସେଦପୁରରୁ କୋଲକାତା ଭଡ଼ା ୧,୯୯୯ ଟଙ୍କା ରହିଛି। ତେବେ ବୁଧବାରଠାରୁ ଦୈନିକ ବିମାନ ଚଳାଚଳ ସମୟ ଅଲଗା ରହିଛି। ବୁଧବାରଠାରୁ ଏହା ଭୁବନେଶ୍ୱରରୁ ସକାଳ ୬ଟା ୩୦ରେ ବାହାରି ଜାମଶେଦପୁରରେ ୭ଟା ୫୦ରେ ପହଞ୍ଚିବ। ସେଠାରୁ ୮ଟା ୧୫ରେ କୋଲକାତା ଅଭିମୁଖେ ବାହାରି ୯ଟା ୨୦ରେ ପହଞ୍ଚିବ। କୋଲକାତାରୁ ପୁଣି ୧୦ଟା ୧୦ରେ ବାହାରି ଜାମଶେଦପୁରରେ ୧୧ଟା ୧୫ରେ ପହଞ୍ଚତ୍ ସେଠାରୁ ଅପରାହ୍ନ ୧୨ଟା ୪୫ରେ ଉଡ଼ାଣ କରି ଭୁବନେଶ୍ୱରରେ ୨ଟା ୫ରେ ଅବତରଣ କରିବ।