BREAKING
‘ଯୁଧିଷ୍ଠିର ଥିଏଟର’ର ଦ୍ୱିତୀୟ ବାର୍ଷିକ ନାଟ୍ୟୋତ୍ସବରେ ମଞ୍ଚସ୍ଥ ହେଲା ‘ଶୁକ ଶାରୀ କଥା’ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର

ଭାରତୀୟ ଭ୍ରଷ୍ଟାଚାର ନିବାରଣ ସଂସ୍ଥା ତରଫରୁ ବାସହରା ଆଶ୍ରୟ ସ୍ଥଳରେ ରନ୍ଧା ଖାଦ୍ୟ ବଣ୍ଟନ

ଭୁବନେଶ୍ୱର : ଭାରତୀୟ ଭ୍ରଷ୍ଟାଚାର ନିବାରଣ ସଂସ୍ଥା ଭୁବନେଶ୍ୱର କମିଟି ତରଫରୁ ଘାଟିକିଆରେ ଥିବା ସରକାରୀ ବାସହରା ଆଶ୍ରୟସ୍ଥଳରେ ରନ୍ଧା ଖାଦ୍ୟ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସମ୍ପ୍ରତି ରାଜ୍ୟରେ ଦେଖା ଦେଇଥିବା ମହାମାରୀ କରୋନା ପ୍ରଭାବରେ ଲୋକଙ୍କ ଆର୍ଥିକ ମେରୁଦଣ୍ଡ ଭାଙ୍ଗି ଯାଇଛି । ଗରିବ ନିରାଶ୍ରୟ ଲୋକମାନେ ସେମାନଙ୍କର ରୋଜଗାର ହରାଇ ବସିଛନ୍ତି । କରୋନାର ପ୍ରଭାବ କମୁଥିବା ବେଳେ ଏହିସବୁ ଲୋକମାନେ କିଛି କିଛି ରୋଜଗାର କରିବାକୁ ପ୍ରୟାସ କରୁଥିବା ବେଳେ ଭୟଙ୍କର ବନ୍ୟା ସେମାନଙ୍କ ରୋଜଗାରରେ ବାଧା ସୃଷ୍ଟି କରିଛି । ବନ୍ୟା ପ୍ରଭାବରେ ସେମାନଙ୍କ ଘରଦ୍ୱାର ଉଜୁଡ଼ି ଯାଇଛି, ସେମାନଙ୍କ ଫସଲ ମଧ୍ୟ ଉଜୁଡ଼ି ଯାଇଛି । ଏସବୁକୁ ହୃଦୟଙ୍ଗମ କରି ସଂସ୍ଥା ତରଫରୁ ବାସହରା ଆଶ୍ରୟସ୍ଥଳରେ ୫୦ ଜଣ ଅନ୍ତେବାସୀଙ୍କୁ ରନ୍ଧା ଖାଦ୍ୟ ବନ କରାଯାଇଥିଲା । ଏଥିରେ ସଂସ୍ଥାର ରାଷ୍ଟ୍ରୀୟ ସମ୍ପାଦକ ଡ. ବିପିନ ମିଶ୍ର ଏବଂ ରାଜ୍ୟ ସମ୍ପାଦକ ଲାୟନ ଇଂ ବିପିନ ବିହାରୀ ନାୟକ, ରାଜ୍ୟ ଯୁଗ୍ମ ସମ୍ପାଦକ ଶ୍ରୀ ବାଳକୃଷ୍ଣ ରାଉତ, ଭୁବନେଶ୍ୱର ସଭାପତି ଶ୍ରୀ ଦ୍ୱାରିକାନାଥ ଶତପଥୀ, ଯୁଗ୍ମ ସମ୍ପାଦକ ବିଶ୍ୱଜିତ କାନୁନ୍‌ଗୋ, ସମରଜିତ ପାଢୀ, ସମ୍ବିତ ମହାପାତ୍ର, ସ୍ମାରକ ରଞ୍ଜନ ବେହେରା ପ୍ରମୁଖ ଉପସ୍ଥିତ ରହି ଆଶ୍ରୟ ସ୍ଥଳରେ ବାସହରାମାନଙ୍କୁ ଖାଦ୍ୟ ବଣ୍ଟନ କରିଥିଲେ ।
ଏଠାରେ ପ୍ରକାଶଥାଉକି, ରାଜ୍ୟରେ ଗରିବ, ଅସହାୟ ଓ ନିରାଶ୍ରୟ ଲୋକମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା ସହ ରାଜ୍ୟରୁ ଦୁର୍ନୀତି ହ୍ରାସ କରିବା ପାଇଁ ଭାରତୀୟ ଭ୍ରଷ୍ଟାଚାର ନିବାରଣ ସଂସ୍ଥା ଦୀର୍ଘଦିନ ଧରି କାର୍ଯ୍ୟ କରି ଆସୁଅଛି ।