BREAKING
ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର“ଭାରତୀୟ ଜ୍ଞାନ ପରମ୍ପରା କେବଳ ଅତୀତର ସ୍ମୃତି ନୁହେଁ, ବରଂ ଏହା ଏକ ଜୀବନ୍ତ ବ୍ୟବସ୍ଥା”

ନକଲି ମିନିଟ୍ରକ ଆସୋସିଏସନ୍ ନାମରେ ଲକ୍ଷ ଲକ୍ଷ ଲୁଟ

ଭୁବନେଶ୍ୱର, ରାଜ୍ୟରେ ସାଧାରଣ ଦ୍ରବ୍ୟ ପରିବହନ କ୍ଷେତ୍ରରେ ମିନିଟ୍ରକ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । ସେ ଦୃଷ୍ଟିରୁ ଓଡିଶାରେ ବହୁ ମାତ୍ରାରେ ମିନିଟ୍ରକ ଚଳାଚଳ କରିଥାଏ । ପରିବହାନ କ୍ଷେତ୍ରରେ ଅନ୍ୟ ଯାନବାହାନ ତୁଳନାରେ ମିନିଟ୍ରକ ସଂଖ୍ୟା ବହୁ ଅଧିକ । ଯାତାୟାତ, ଲୋଡ ଅଲୋଡରେ ବିଭିନ୍ନ ପ୍ରକାର ସମସ୍ୟା ଓ ସୁରୁଖୁରୁରେ ଚଳାଚଳ କରିବା ପାଇଁ ଓଡିଶାର ପ୍ରତେକ ଜିଲ୍ଲରେ ମିନିଟ୍ରକ ଆସୋସିଏସନ ଗଢି ଉଠିଛି । ପ୍ରାୟତଃ ସମସ୍ତ ଆସୋସିଏସନ ଓଡିଶା ସରକାରଙ୍କ ଆଇନ ଅନୁସାରେ ପଞ୍ଜିକୃତ ହୋଇଛନ୍ତି । କିନ୍ତୁ କେତେକ ନ୍ୟସ୍ତ ସ୍ୱାର୍ଥ ବ୍ୟକ୍ତି ବେନାମି ପଞ୍ଜିକରଣ ନାମରେ ମାଲିକ ମାନଙ୍କ ଠାରୁ ବିଭିନ୍ନ ଆଳ ଦେଖାଇ ଲକ୍ଷ ଲକ୍ଷ ଟଙ୍କା ଲୁଟ କରୁଛନ୍ତି । ଖାଲି ସେତିକି ନୁହେଁ ହଜାର ହଜାର ସ୍କୋୟାର ଫୁଟର ଦାମୀ ସରକାରୀ ଜାଗା ଅକ୍ତିଆର କରି ବେପାର ଚଳାଇଛନ୍ତି । ଆଜି ମଞ୍ଚେଶ୍ୱେର ଶିଳ୍ପାଞ୍ଚଳ ଠାରେ ଅଲ ଓଡିଶା ମିନି ଟ୍ରକ ଆସୋସିଏସନ ପକ୍ଷରୁ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଏଭଳି ଅଭିଯୋଗ ଆଣିଛନ୍ତି ଅଲ ଓଡିଶା ମିନି ଟ୍ରକ ଓନର୍ସ ଅସୋସିଏସନର କର୍ମକର୍ତ୍ତା ମାନେ। ସେମାନେ କହିଛନ୍ତି ମଞ୍ଚେଶ୍ୱେର ଶିଳ୍ପାଞ୍ଚଳ ଠାରେ ବିଭିନ୍ନ ଆସୋସିଏସନର ବେନାମୀ ପଞ୍ଜିକରଣ ଦେଖାଇ କିଛି ଅସାଧୁ ବ୍ୟକ୍ତି ମାଲିକ ମାନଙ୍କ ଠାରୁ ଟଙ୍କା ଆଦାୟ କରିବା ସହିତ ସରକାରୀ ଜାଗାରେ ଘରକରି ଭଡା ଆଦାୟ କରୁଛନ୍ତି । ଆମେ ସେମାନଙ୍କ ନାମରେ ଆଇନଗତ କାର୍ଯ୍ୟାନୁଷ୍ଠାନ ସ୍ୱରୁପ ମାନ୍ୟବର ଉଚ୍ଚ ନ୍ୟାୟଳୟର ଦ୍ୱାରସ୍ତ ହୋଇଛୁ । ତେଣୁ ସମସ୍ତ ମାଲିକ ଓ ଆସୋସିଏସନ ମାନଙ୍କୁ ଅନୁରୋଧ ସେମାନେ ନକଲି ଆସୋସିଏସନ ପ୍ରତି ସାବଧାନ ରୁହନ୍ତୁ । ଅଜିର ଏହି ସାମ୍ବାଦିକ ସମ୍ମିଳନୀରେ ଅଲ ଓଡିଶା ମିନିଟ୍ରକ ଆସୋସିଏସନର ସଭାପତି ବଳରାମ ମହାପାତ୍ର, ସମ୍ପାଦକ ସୁଶାନ୍ତ କୁମାର ରଣା ଓ ବାସନ୍ତି ଦୁର୍ଗା ମିନିଟ୍ରକ ଅସୋସିଏସନର ସଭାପତି ତ୍ରିଲୋଚନ ରାଉତରାୟ ପ୍ରମୁଖ ଉପସ୍ଥିତ ଥିଲେ ।