BREAKING
ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର“ଭାରତୀୟ ଜ୍ଞାନ ପରମ୍ପରା କେବଳ ଅତୀତର ସ୍ମୃତି ନୁହେଁ, ବରଂ ଏହା ଏକ ଜୀବନ୍ତ ବ୍ୟବସ୍ଥା”

ଅସାନିର ମୁକାବିଲା ପାଇଁ ରାଜଧାନୀର ତଳିଆ ଅଞ୍ଚଳ ବୁଲିଲେ ମେୟର

ଭୁବନେଶ୍ବର,୧୧।୫(ବ୍ୟୁରୋ) : ଦୁର୍ବଳ ହେଲା ଭୀଷଣ ବାତ୍ୟା ‘ଅସାନି’। ଦୁର୍ବଳ ହୋଇ ବାତ୍ୟାରେ ପରିଣତ ହୋଇଛି। ଏହାର ପ୍ରଭାବରେ ରାଜଧାନୀ ଭୁବନେଶ୍ବରରେ ମଙ୍ଗଳବାରରୁ ବର୍ଷା ଲାଗି ରହିଛି। ଆଜି ସକାଳେ ମଧ୍ୟ ପ୍ରବଳ ବର୍ଷା ହୋଇଛି। ତେବେ ବର୍ଷା ଲାଗି ରହିଲେ ତଳିଆ ଅଞ୍ଚଳରେ ପାଣି ଜମିବା ଆଶଙ୍କା ରହିଛି । ତେଣୁ ବିଏମ୍‌ସି ମେୟର ସୁଲୋଚନା ଦାସ ବୁଧବାର ସକାଳୁ ତଳିଆ ଅଞ୍ଚଳ ବୁଲି ଦେଖିଛନ୍ତି। ତାଙ୍କ ସାଙ୍ଗରେ ମଧ୍ୟ କର୍ପୋରେଟର ଓ ବିଏମ୍‌ସିର ବିଭାଗୀୟ ଯନ୍ତ୍ରୀ ମଧ୍ୟ ଉପସ୍ଥିତ ଥିଲେ। ତେବେ ମେୟରଙ୍କ କହିବାନୁଯାୟୀ, ବର୍ତ୍ତମାନ ସୁଦ୍ଧା ସେଭଳି କୌଣସି ସ୍ଥିତି ଉପୁଜି ନାହିଁ।ସମ୍ବେଦନଶୀଳ ଜାଗାରେ ମୋଟର ପମ୍ପ ମହଜୁଦ ରହିଛି। ଯଦି ସମସ୍ୟା ହୁଏ ତୁରନ୍ତ ଜଳ ନିଷ୍କାସନ ବ୍ୟବସ୍ଥା କରାଯିବ ବୋଲି ସୁଲୋଚନା ଦାସ କହିଛନ୍ତି।