BREAKING
‘ଯୁଧିଷ୍ଠିର ଥିଏଟର’ର ଦ୍ୱିତୀୟ ବାର୍ଷିକ ନାଟ୍ୟୋତ୍ସବରେ ମଞ୍ଚସ୍ଥ ହେଲା ‘ଶୁକ ଶାରୀ କଥା’ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର

ବିଜ୍‌ନେସ୍ ମେଳାରେ ଖାଦ୍ୟ ଓ ଗେମିଂ ଜୋନ୍‌ରେ ଜମୁଛି ଭିଡ଼

ଭୁବନେଶ୍ୱର, ୫ା୫: ଜନତା ମଇଦାନରେ ଆରମ୍ଭ ହୋଇଥିବା ଇଣ୍ଡିଆନ୍ ଚାମ୍ବର ଅଫ୍ କମର୍ସର ଏଣ୍ଟରପ୍ରିନ୍ୟୁଅରସିପ୍ କାଉନ୍‌ସିଲ୍ ଦ୍ୱାରା ଆୟୋଜିତ ଭାରତର ପ୍ରଥମ ମହିଳା ବିଜ୍‌ନେସ୍ ମେଳାର ଆଜି ଥିଲା ଦ୍ୱିତୀୟ ଦିବସ । ଏଥିରେ ମହିଳା ଉଦ୍ୟୋଗୀଙ୍କ ପାଇଁ ୧୦୦ରୁ ଅଧିକ ଷ୍ଟଲ ରହିଛି । ଅପରାହ୍ନ ହେବା କ୍ଷଣି ଏହିସବୁ ଷ୍ଟଲରେ ଜମୁଛି ଦର୍ଶକଙ୍କ ଭିଡ଼ । ଷ୍ଟଲ୍‌ରୁ ଷ୍ଟଲ ବୁଲି ସେମାନେ ମହିଳା ଉଦ୍ୟୋଗୀଙ୍କ ଦ୍ୱାରା ପ୍ରସ୍ତୁତ ବିଭିନ୍ନ ସାମଗ୍ରୀ ଓ ବ୍ରାଣ୍ଡର ଜିନିଷ ସବୁ ଦେଖୁଛନ୍ତି । ଦର୍ଶକ ଏହା ସହ ଏହି ମହିଳାମାନଙ୍କ ସଫଳତାର କାହାଣୀ ଦେଖି ଉତ୍ସାହିତ ହେଉଛନ୍ତି । ମେଳାରେ ଥିବା ଓଡ଼ିଆ ପାରମ୍ପରିକ ଖାଦ୍ୟର ମଜା ଉଠାଉଛନ୍ତି । ପିଲାମାନେ ଗେମିଂ ଜୋନ୍‌ରେ ବିଭିନ୍ନ ଖେଳ ଖେଳୁଛନ୍ତି ଆଉ ସେଲ୍ଫିନେଉଛନ୍ତି । ଏହି ମେଳାରେ କୌଣସି ପ୍ରବେଶ ଶୁଳ୍କ ନାହିଁ । ଦ୍ୱିତୀୟ ଦିବସରେ ବିଭିନ୍ନ ଅଧିବେଶନ ଆୟୋଜିତ କରାଯାଇଥିଲା । ଏଥିରେ ବକ୍ତା ଭାବେ ସମୀର ପୂରୋହିତ, ମଲ୍ଲିକା ତ୍ରିପାଠୀ, ମୋନିକା ବାହଲ୍‌, ସୁହାସ ଲଖାଣ୍ଡେ, ସୁମା ଦେବୀ ଦାଶ, ଅନୁରାଧା ମହାନ୍ତି, ଲୁକେ, କୋଟିନୋ, ସ୍ୱାତି କେଜିରୱାଲ୍ ଯୋଗ ଦେଇ ମହିଳା ସଶକ୍ତିକରଣକୁ ଉପରେ ଆଲୋଚନା କରିଥିଲେ । ବିଶେଷ କରି
ଆଧ୍ୟତ୍ମିକ ବ୍ୟକ୍ତିତ୍ୱ ଶ୍ରୀ ଗୌରାଙ୍ଗ ଦାଶ ପ୍ରଭୁ ଯୋଗ ଦେଇ ମହିଳା ମାନେ ସମାଜରେ କିଭଳି ନିଜର ସ୍ୱତନ୍ତ୍ର ସ୍ଥାନ ତିଆରି କରିବେ ଏବଂ ସମାନତା ପାଇବେ ସେ ବିଷୟରେ ଗୁରୁତ୍ୱାରୋପ କରିଥିଲେ ।ଏହି କାର୍ଯ୍ୟକ୍ରମରେ ଆଇ.ସି.ସି ଓଡ଼ିଶା ରାଜ୍ୟ ପରିଷଦର ଅଧ୍ୟକ୍ଷ ଜେ.ବି. ପାଣି, ସହ ଅଧ୍ୟକ୍ଷ ଏମ୍‌.କେ ଗୁପ୍ତା, ମହିଳା ଉଦ୍ୟୋଗୀ ପରିଷଦର ଆବାହକ ସୁକିର୍ତ୍ତୀ ପଟ୍ଟନାୟକ, ସହ-ଆବାହକ ତନୟା ପଟ୍ଟନାୟକ, ଆଇସିସିର ଜେ.ବି ପାଲ୍‌, ଆଇ.ସି.ସିର ସଭାପତି ପ୍ରଦୀପ ସୁରେଖା ପ୍ରମୁଖ ଉପସ୍ଥିତି ରହି କାର୍ଯ୍ୟକ୍ରମର ପରିଚାଳନା କରିଥିଲେ । ଏହି ମେଳା ଆସନ୍ତା ୮ ତାରିଖ ପର୍ଯ୍ୟନ୍ତ ଚାଲିବ । ଦିନ ୧ଟାରୁ ରାତି ୧୦ଟା ଯାଏଁ ସର୍ବସାଧାରଣଙ୍କ ପାଇଁ ଖୋଲା ରହିବ । ଦର୍ଶକମାନେ ମେଳାକୁ ଆସି ବିଭିନ୍ନ ଷ୍ଟଲ ବୁଲିବା ସହ ଖାଦ୍ୟର ମଜା ଉଠାଇ ପାରିବେ ।