BREAKING
ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର“ଭାରତୀୟ ଜ୍ଞାନ ପରମ୍ପରା କେବଳ ଅତୀତର ସ୍ମୃତି ନୁହେଁ, ବରଂ ଏହା ଏକ ଜୀବନ୍ତ ବ୍ୟବସ୍ଥା”

ପୌରାଞ୍ଚଳ ବସ୍ତି ଉନ୍ନୟନ ମହାସଂଘର ସମ୍ବର୍ଦ୍ଧନା ଉତ୍ସବ

ଭୁବନେଶ୍ୱର,: ପୌରାଞ୍ଚଳ ବସ୍ତି ଉନ୍ନୟନ ମହାସଂଘର ସମ୍ବର୍ଦ୍ଧନା ଉତ୍ସବ ଜୟଦେବ ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି । ମହାସଂଘର ସଭାପତି ବଳରାମ ବେହେରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଜୟ ଓଡିଶାର ଅଧ୍ୟକ୍ଷ ରୁଦ୍ର ନାରାୟଣ ସାମନ୍ତରାୟ,ସମ୍ମାନିତ ଅତିଥି ଭାବେ ନାରିନେତ୍ରୀ ସଞ୍ଜୁକ୍ତା ମହାନ୍ତି ଯୋଗଦେଇ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ବସ୍ତି ବାସିନ୍ଦାଙ୍କ ପାଇଁ ଥିବା ଉତ୍ସର୍ଗୀକୃତ ମନୋଭାବ ଓ ବିଭିନ୍ନ ଲୋକାଭିମୁଖୀ ଯୋଜନା ସମ୍ବନ୍ଧରେ କହିଥିଲେ । ମହାସଂଘର କାର୍ଯ୍ୟକାରୀ ସଭାପତି ସୁରେନ୍ଦ୍ର କୁମାର ସ୍ୱାଇଁ ମଞ୍ଚ ପରିଚାଳନା କରିଥିଲା ବେଳେ ସମ୍ପାଦକ ଧିରେନ୍ଦ୍ର ସ୍ୱାଇଁ ବାର୍ଷୀକ ବିବରଣି ପାଠ କରିଥିଲେ ।

ଏହି ଅବସରରେ ନବ ନିର୍ବାଚିତ କର୍ପୋରେଟର ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । କାର୍ଯ୍ୟକ୍ରମକୁ ଉପସଭାପତି ଅଲେଖ ଚନ୍ଦ୍ର ବାରିକ,ନୀଳକଣ୍ଠ ରାଉତ,ସହ ସମ୍ପାଦକ ଆନନ୍ଦ ପରିଡା,କୋଷାଧ୍ୟକ୍ଷ ସନ୍ତୋଷ ଘଡେଇ ଓ ଉମାକାନ୍ତ ରାଉତ ପ୍ରମୁଖ ପରିଚାଳନା କରିଥିଲେ । ଏଥିରେ ସମସ୍ତ ବସ୍ତିର କର୍ମକର୍ତ୍ତା ଓ ବାସିନ୍ଦାମାନେ ଉପସ୍ଥିତ ଥିଲେ ।