ଭୁବନେଶ୍ବର : ଭୁବନେଶ୍ବର ଉତ୍ତର ନିର୍ବାଚନ ମଣ୍ଡଳୀ ସବୁବେଳେ ବିଜେଡି ପାଇଁ ଶୁଭଙ୍କର ହୋଇ ରହିଛି।ବିଧାୟକ ସୁଶାନ୍ତ ରାଉତ ଜିତିବା ପରେ ସମସ୍ତଙ୍କୁ ନବୀନଙ୍କ ଲୋକାଭିମୁଖୀ ସ୍ରୋତରେ ସାମିଲ କରିବା ସାମିଲ କରିବା ସହିତ ବିଜେଡି ଗଡ ବନେଇ ଦେଇଛନ୍ତି। ବିଏମସି ନିର୍ବାଚନରେ ୨୪ ଓ୍ବାର୍ଡରୁ ୧୮ ଜିତି ନିଜ ସାଙ୍ଗଠନିକ ଦକ୍ଷତାର ପ୍ରମାଣ ଦେଇଛନ୍ତି। ଅସନ୍ତୁଷ୍ଟଙ୍କୁ ମନାଇବାରେ ମାହିର ଥିବା ବିଧାୟକ ପୁଣି ନିଜ ଗଡରେ ଜଣଙ୍କୁ ସାମିଲ କରି ଗଡକୁ ମଜବୁତ କରିଛନ୍ତି। ଆଜି ଭୁବନେଶ୍ୱର ମହାନଗର ନିଗମର ୱାର୍ଡ ନଂ ୯ ର ସ୍ଵାଧୀନ କର୍ପୋରେଟର ଶ୍ରୀମତୀ ସୁଷମା ସାହୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କର ଆଦର୍ଶରେ ଅନୁପ୍ରାଣିତ ହୋଇ ବିଧିବଦ୍ଧ ଭାବରେ ସାଙ୍ଗଠନିକ ସମ୍ପାଦକ ଶ୍ରୀଯୁକ୍ତ ପ୍ରଣବ ପ୍ରକାଶ ଦାସ ଏବଂ ମାନ୍ୟବର ଉତ୍ତର ଭୁବନେଶ୍ବର ବିଧାୟକ ତଥା ଜିଲ୍ଲା ସଭାପତି ଶ୍ରୀଯୁକ୍ତ ସୁଶାନ୍ତ କୁମାର ରାଉତଙ୍କ ଉପସ୍ଥିତିରେ ଶହ ଶହ କର୍ମୀଙ୍କ ଗହଣରେ ଆସି ବିଜୁ ଜନତା ଦଳରେ ଯୋଗ ଦେଇଛନ୍ତି ।

ଆଗାମୀ ଦିନରେ ୯ ନମ୍ବର ୱାର୍ଡର ସମସ୍ତ ଗୁରୁଜନ, ଯୁବକ ସାଥି, ବସ୍ତି ବାସିନ୍ଦାମାନଙ୍କୁ ନେଇ ବିଧାୟକଙ୍କ ସହଯୋଗରେ ଉକ୍ତ ୱାର୍ଡକୁ ଏକ ଆଦର୍ଶ ୱାର୍ଡରେ ପରିଣତ କରିବା ପାଇଁ କର୍ପୋରେଟର ଶ୍ରୀମତୀ ସୁଷମା ସାହୁ ପ୍ରତିଜ୍ଞାବଦ୍ଧ ବୋଲି କହିଥିଲେ । ଆଜିର ଏହି ମିଶ୍ରଣ ପର୍ବରେ ଗାଡକଣ ଗ୍ରାମର ମୁରବି ଲକ୍ଷଣ ପାତ୍ର , ଭୈରବ ନନ୍ଦ, ଯୋଗୀ ପାତ୍ର , ପୁର୍ଣ ସାହୁ, ନରେନ୍ଦ୍ର ଦାସ, ସରୋଜ ଜେନା, ପୂର୍ଣ୍ଣଚନ୍ଦ୍ର ପାତ୍ର, ପବିତ୍ର ସାହୁ, ଚଗଲା ନନ୍ଦ, ରଶ୍ମି ପରିଡା, ଗଗନ ପଣ୍ଡା, ମମତା ବିଶ୍ବାଳ, ସୋନାଲି ସାହୁ, ମାଧବ ଭୋଇ ପ୍ରମୁଖ ଯୋଗଦେଇଥିଲେ ।
BREAKING
‘ଯୁଧିଷ୍ଠିର ଥିଏଟର’ର ଦ୍ୱିତୀୟ ବାର୍ଷିକ ନାଟ୍ୟୋତ୍ସବରେ ମଞ୍ଚସ୍ଥ ହେଲା ‘ଶୁକ ଶାରୀ କଥା’ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର