BREAKING
ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର“ଭାରତୀୟ ଜ୍ଞାନ ପରମ୍ପରା କେବଳ ଅତୀତର ସ୍ମୃତି ନୁହେଁ, ବରଂ ଏହା ଏକ ଜୀବନ୍ତ ବ୍ୟବସ୍ଥା”

୯ରେ ଶ୍ରୀଲିଙ୍ଗରାଜଙ୍କ ରଥଯାତ୍ରା

ଭୁବନେଶ୍ୱର,୬ା୪ (ଡି.ଏନ୍‌.ଏ.): ଆସନ୍ତା ୯ତାରିଖ ଶନିବାର ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା ଅନୁଷ୍ଠିତ ହେବ। ଏନେଇ ମଙ୍ଗଳବାର ଶ୍ରୀଲିଙ୍ଗରାଜ ମନ୍ଦିର ଟ୍ରଷ୍ଟ ବୋର୍ଡ ପକ୍ଷରୁ ସ୍ଥାନୀୟ ସର୍କିଟ ହାଉସ ପରିସରରେ ଏକ ସମନ୍ବୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲାପାଳ ସଂଗ୍ରାମ କେଶରୀ ମହାପାତ୍ର ଅଧ୍ୟକ୍ଷତା କରିଥିଲେ। ଆସନ୍ତା ଶନିବାର ଅପରାହ୍ନ ୩ଟା ୩୦ରେ ରଥ ଟଣା ଯିବା ସହ ଗୋଟିଏ ଦିନରେ ରାମେଶ୍ୱର ମନ୍ଦିରରେ ରଥ ପହଞ୍ଚିବ ବୋଲି ବୈଠକରେ ନିଷ୍ପତ୍ତି ହୋଇଛି। ଗତ ବର୍ଷ କୋଭିଡ୍‌ ମହାମାରୀ ପାଇଁ ନିର୍ଦ୍ଦିଷ୍ଟ ସଂଖ୍ୟକ ସେବାୟତ ଓ ପୋଲିସ ରଥ ଟାଣିଥିବା ବେଳେ ଚଳିତ ବର୍ଷ ଭକ୍ତମାନେ ରଥ ଟାଣିବାରେ ସୁଯୋଗ ପାଇପାରିବେ। ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ମନ୍ଦିର ଟ୍ରଷ୍ଟୀ ଅବନୀକାନ୍ତ ପଟ୍ଟନାୟକ, ଜୋନ-୨ ଏସିପି ଅନିରୁଦ୍ଧ ରାଉତ, ଲିଙ୍ଗରାଜ ଥାନା ଆଇଆଇସି ଶରତ ଚନ୍ଦ୍ର ପାତ୍ର, ମନ୍ଦିର ଟ୍ରଷ୍ଟ ବୋର୍ଡ କାର୍ଯ୍ୟନିର୍ବାହୀ ଅଧିକାରୀ ଭବାନୀ ପ୍ରସାଦ ମିଶ୍ର, ବଡୁ ନିଯୋଗ ସଭାପତି ଅଞ୍ଚଳ ବଡୁ, ସମ୍ପାଦକ କମଳାକାନ୍ତ ବଡୁଙ୍କ ସମତେ ବିଭିନ୍ନ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ।
ନେତ୍ର ଉତ୍ସବରେ ହେବ ମରୀଚକୁଣ୍ଡ ପାଣି ନିଲାମ
କୋଭିଡ୍‌ ପାଇଁ ଗତ ୨ବର୍ଷ ଧରି ମୁକ୍ତେଶ୍ୱର ମନ୍ଦିର ପରିସରରେ ଥିବା ମରିଚୀ କୁଣ୍ଡ ପାଣି ନିଲାମ ହୋଇପାରି ନ ଥିଲା। ଚଳିତ ବର୍ଷ ଏହି ପାଣି ନିଲାମ ପାଇଁ ବିଏମ୍‌ସି ପକ୍ଷରୁ ସବୁଜ ସଙ୍କେତ ମିଳିଛି। ନେତ୍ରାତ୍ସବ ଅର୍ଥାତ୍‌ ରଥଯାତ୍ରା ପୂର୍ବ ରାତିରେ ରଥ ପ୍ରତିଷ୍ଠା ପାଇଁ ବିଧି ମୁତାବକ ମରିଚୀ କୁଣ୍ଡରୁ ପ୍ରଥମ ଗରା ପାଣି ଆସିବା ପରେ ସେଠାରେ ନିଲାମ ହେବ। ଅସ୍ଥାୟୀ ଗାଧୁଆ ଘର, ଆଲୋକୀକରଣ ବ୍ୟବସ୍ଥା ସହ ପୋଲିସ ମୁତୟନ ରହିବେ।