BREAKING
ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର“ଭାରତୀୟ ଜ୍ଞାନ ପରମ୍ପରା କେବଳ ଅତୀତର ସ୍ମୃତି ନୁହେଁ, ବରଂ ଏହା ଏକ ଜୀବନ୍ତ ବ୍ୟବସ୍ଥା”

ନବନିର୍ବାଚିତ କର୍ପୋରେଟର ଜୟନ୍ତୀ ସାହୁଙ୍କୁ ବିପୁଳ ସମ୍ବର୍ଦ୍ଧନା

ଭୁବନେଶ୍ବର, ୨/୪(ଓଡ଼ିଆ ନ୍ୟୁଜ) ଭୁବନେଶ୍ୱର ମହାନଗର ନିଗମ ଅନ୍ତର୍ଗତ ୧୨ନମ୍ବର ୱାର୍ଡରେ ନିର୍ବାଚିତ ବିଜେଡି କର୍ପୋରେଟର ଜୟନ୍ତୀ ସାହୁଙ୍କୁ ୱାର୍ଡବାସୀ ଓ ବିଭିନ୍ନ ସଂଗଠନ ପକ୍ଷରୁ ବିପୁଳ ସମ୍ବର୍ଦ୍ଧନା ଦିଆଯାଇଛି । ସପ୍ତମ ବାଟାଲିଅନ ମହିଳା ସଂଘ, ଗଜପତି ନଗର ମହିଳା ସମିତି, ଦାସରଜା ସାହି ବସ୍ତି, ସାମନ୍ତପୁରୀ, ପାତ୍ର ସାହି ବସ୍ତିର ଲୋକମାନେ, ଶ୍ରୀମତୀ ସାହୁଙ୍କ ବାସଭବନରେ ପହଞ୍ଚି ପୁଷ୍ପ ଗୁଚ୍ଛ ଓ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରିଛନ୍ତି ।

ସେହିପରି ଗାଡକଣ ଯୁବକ ସଂଘର ସଦସ୍ୟ ଜଗଦିଶ ପାତ୍ର, ସିଦ୍ଧାର୍ଥ ଅଶ୍ୱୀନଜିତ୍ ପାତ୍ର, ରଶ୍ମିରଞ୍ଜନ ପାତ୍ର, ଲଳିତ ଜେନା, ସିପୁନ୍ ପାତ୍ର, ଶିବଶଙ୍କର ପାତ୍ର, ସରୋଜ କୁମାର ନାୟକ ଓ ମନୋଜ ମାଣିକ ପ୍ରମୁଖ ଶ୍ରୀମତୀ ସାହୁ ଏବଂ ତାଙ୍କ ସ୍ୱାମୀ ପ୍ରଶନ୍ନ ସାହୁଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ନୀଳକଣ୍ଠ ଲାଇବ୍ରେରୀ ପକ୍ଷରୁ ଏକ ସମ୍ବର୍ଦ୍ଧନା ସଭାର ଆୟୋଜନ କରାଯାଇ ଉଭୟଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ଏବଂ ଓଡିଶା ସେବକ ସଂଘ ପକ୍ଷରୁ ମଧ୍ୟ ସମ୍ବର୍ଦ୍ଧନା କରାଯାଇଥିଲା । କର୍ପୋରେଟର ହେବା ପୂର୍ବରୁ ପ୍ରଶନ୍ନ ସାହୁ ସ୍ଥାନୀୟ ଅଞ୍ଚଳରେ ବିଭିନ୍ନ ଜନହିତକର କାର୍ଯ୍ୟ କରିବା ସହିତ ଲୋକମାନଙ୍କର ପ୍ରିୟ ଭାଜନ ହୋଇଛନ୍ତି । ସେ ବାବୁ ଭାଇ ଟିମ୍ ମାଧ୍ୟମରେ ଯୁବକ ମାନଙ୍କୁ ଏକାଠି କରି କଲୋନୀ ଠାରୁ ବସ୍ତି ପର୍ଯ୍ୟନ୍ତ ବିଭିନ୍ନ ସୁବିଧା ଅସୁବିଧାରେ ଲୋକମାନଙ୍କ ପାଖରେ ପହଞ୍ଚି ସେବା ଯୋଗାଇ ଆସିଛନ୍ତି ।