BREAKING
ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର“ଭାରତୀୟ ଜ୍ଞାନ ପରମ୍ପରା କେବଳ ଅତୀତର ସ୍ମୃତି ନୁହେଁ, ବରଂ ଏହା ଏକ ଜୀବନ୍ତ ବ୍ୟବସ୍ଥା”

ନବୀନଙ୍କ ଜନହିତକର ଯୋଜନାକୁ ନେଇ ଲୋକଙ୍କ ପାଖରେ ପ୍ରାର୍ଥୀନୀ ଗଣ୍ଡରପୁର ଗ୍ରାମରେ ବିଜେଡିର ଜୋରଦାର ପ୍ରଚାର

ଭୁବନେଶ୍ୱର,୩୦ା୧(ବ୍ୟୁରୋ) ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ବିଭିନ୍ନ ଦଳ ପକ୍ଷରୁ ଜୋରଦାର ପ୍ରଚାର ଆରମ୍ଭ ହୋଇଯାଇଛି । ଭୋଟ ହାତେଇବା ପାଇଁ ପ୍ରାର୍ଥୀ ମାନେ ବିଭିନ୍ନ ମୁଦା ନେଇ ଲୋକଙ୍କ ପାଖରେ ପହଞ୍ଚୁଛନ୍ତି । ଏହି କ୍ରମରେ ବିଜେଡି ବହୁ ଆଗରେ ରହିଛି । ନବୀନ
ପଟ୍ଟନାୟକଙ୍କ ବିଭିନ୍ନ ପ୍ରକାର ଲୋକାଭିମୁଖୀ ଯୋଜନାକୁ ନେଇ ପ୍ରାର୍ଥୀମାନେ ଘରଘର ବୁଲି ଲୋକଙ୍କ ପାଖରେ ପହଞ୍ଚାଇ ବିପୁଳ ସମର୍ଥନ
ହାତଉଛନ୍ତି ।

ଆଜି ଉତ୍ତର ନିର୍ବାଚନ ମଣ୍ଡଳୀର ଖୋର୍ଦ୍ଧା ଜିଲ୍ଲା ପରିଷଦ ୩୦ ନମ୍ବର ଜୋନର ବିଜେଡି ପ୍ରାର୍ଥୀନୀ ବବିତା ରାଉତ ଦଳୀୟ କର୍ମୀଙ୍କ ସହ କଲ୍ୟାଣପୁର ପଞ୍ଚାୟତର ଗଣ୍ଡରପୁର ଗ୍ରାମରେ ଘରଘର ବୁଲି ସରକାରଙ୍କ
ଜନହିତକର ଯୋଜନା ସମ୍ବନ୍ଧରେ କହିବା ସହିତ ପ୍ରଚାର ଜାରି ରଖିଛନ୍ତି ।
ଏହି କାର୍ଯ୍ୟକ୍ରମରେ ଓଡିଶା ମୋ ପରିବାରର ସଂପାଦକ ସୁବାଷ ଚନ୍ଦ୍ର ପାତ୍ର,ପୂର୍ବତନ ଜିଲ୍ଲା ପରିଷଦ କୁନାଲ ରାଉତ,ବରିଷ୍ଠ ମୁରବୀ
ଅନ୍ତର୍ଯ୍ୟାମୀ କଅଁର,କରୁଣାକର ରାଉତ,ମାଧବ ରାଉତ, ପର୍ଯ୍ୟାବେକ୍ଷକ ସମରେନ୍ଦ୍ର ସାହୁ, ରମେଶ ସାହୁ,ଚିତ୍ତରଞ୍ଜନ ଦାସ,ନିମାଇଁ ଦାସ,ଅନୁ ଖୁଣ୍ଟିଆ,ଟୁଟୁ ହାତୀ,ଦିପୁ ରାଉତ,ଗୀତା ପଣ୍ଡା,ଶାନ୍ତିଲତା ପ୍ରଧାନ,ରୁତୁପୂର୍ଣ୍ଣା ମହାନ୍ତି,ମୋନାଲିସା ମହାରଣା ଓ ସ୍ଥାନୀୟ କର୍ମକର୍ତ୍ତା ସାମିଲ ଥିଲେ । ବିଭିନ୍ନ ସ୍ଥାନରେ ଗାଁର ମହିଳାମାନେ ଫୁଲମାଳ ଓ ହୁଳହୁଳି ଦେଇ
ପ୍ରାର୍ଥୀନୀଙ୍କୁ ସ୍ୱାଗତ କରିଥିଲେ ।