BREAKING
‘ଯୁଧିଷ୍ଠିର ଥିଏଟର’ର ଦ୍ୱିତୀୟ ବାର୍ଷିକ ନାଟ୍ୟୋତ୍ସବରେ ମଞ୍ଚସ୍ଥ ହେଲା ‘ଶୁକ ଶାରୀ କଥା’ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର

ମନୀଷ ଅନୁରାଗଙ୍କ ମୃତ୍ୟୁ ରହସ୍ୟ ଉପରୁ ହଟିଛି ପରଦା।

 

ଭୁବନେଶ୍ଵର, ୧୬/୧୦ : ବହୁ ଚର୍ଚ୍ଚିତ ମନିଷ ଅନୁରାଗ ମୃତ୍ୟୁ ରହସ୍ୟ ଉପରୁ ହଟିଛି ପରଦା। ମନିଷ ଅନୁରାଗଙ୍କ ମୃତ୍ୟୁ ସମ୍ପର୍କରେ ପ୍ରେସ୍‌ମିଟ୍ କରି ବିସ୍ତୃତ ସୂଚନା ଦେଇଛନ୍ତି ଭୁବନେଶ୍ଵର ଡିସିପି ଉମାଶଙ୍କର ଦାସ। ସେ କହିଛନ୍ତି ଯେ, ହୋଟେଲରେ ବିଲ୍ ପେମେଣ୍ଟକୁ ନେଇ ମନିଷ ଓ ତାଙ୍କ ବନ୍ଧୁମାନଙ୍କ ସହ ପାଟିତୁଣ୍ଡ ହୋଇଥିଲା। ଗଣ୍ଡଗୋଳ ଓ ଠେଲାପେଲାରେ ମନିଷଙ୍କ ମୃତ୍ୟୁ ହୋଇଥିଲା। ଏହାପରେ ପ୍ରମାଣ ନଷ୍ଟ କରିବାକୁ ବନ୍ଧୁମାନେ ମନିଷଙ୍କ ମୃତ ଶରୀରକୁ ପାଖ ପୋଖରୀରେ ଫିଙ୍ଗି ଦେଇଥିଲେ।

ଡିସିପିଙ୍କ ସୂଚନା ଅନୁଯାୟୀ, ମନିଷ ୩ ଜଣ ସାଙ୍ଗଙ୍କ ସହ ଯାଇଥିଲେ। ଏହି ୩ ଜଣ ବନ୍ଧୁ ହେଲେ ଅମ୍ରିତ ବିଶ୍ଵାଳ, ଦିନେଶ ମହାପାତ୍ର ଏବଂ ମୃତ୍ୟୁଞ୍ଜୟ ମିଶ୍ର। ଅମ୍ରିତ ବିଶ୍ଵାଳ ଓ ଦିନେଶ ମହାପାତ୍ର କନ୍ଧମାଳ ଅଞ୍ଚଳର। ଦୀନେଶ ଓ ମୃତ୍ୟୁଞ୍ଜୟଙ୍କ ସହ ମନୀଷଙ୍କର ପୂର୍ବରୁ ଚିହ୍ନା ନଥିଲା। ଅମ୍ରିତଙ୍କ ଜରିଆରେ ଦୀନେଶ ଓ ମୃତ୍ୟୁଞ୍ଜୟଙ୍କୁ ଚିହ୍ନିଥିଲେ ମନିଷ। ହୋଟେଲରେ ବିଲ୍ ପେମେଣ୍ଟକୁ ନେଇ ମନିଷ ଓ ତାଙ୍କ ବନ୍ଧୁମାନଙ୍କ ସହ ପାଟିତୁଣ୍ଡ ହୋଇଥିଲା। ହୋଟେଲ ବାହାରେ ମନିଷଙ୍କୁ ତାଙ୍କ ବନ୍ଧୁମାନେ ଆକ୍ରମଣ କରିଥିଲେ। ବନ୍ଧୁମାନଙ୍କ ଆକ୍ରମଣରେ ମନିଷଙ୍କ ମୃତ୍ୟୁ ହୋଇଥିଲା। ଏହାପରେ ପ୍ରମାଣ ନଷ୍ଟ କରିବାକୁ ବନ୍ଧୁମାନେ ମନିଷଙ୍କ ମୃତ ଶରୀରକୁ ପାଖ ପୋଖରୀରେ ଫିଙ୍ଗି ଦେଇଥିଲେ।

ଗଣ୍ଡଗୋଳ ଓ ଠେଲାପେଲାରେ ମନିଷଙ୍କ ମୃତ୍ୟୁ ହୋଇଛି। ହୋଟେଲ ପାଖରେ ପ୍ରାୟ ୫୦୦ ମିଟର ଦୂରରେ ପୋଖରୀ ରହିଛି ବୋଲି ପୂର୍ବରୁ ୩ ସାଙ୍ଗ ଜାଣିଥିଲେ। ୩ ଜଣ ଅଭିଯୁକ୍ତଙ୍କୁ ରିମାଣ୍ଡରେ ଆଣିବାକୁ କୋର୍ଟରେ ଆବେଦନ କରାଯାଇଛି। ଏହା ସହ ମନିଷଙ୍କ ମୃତ ଶରୀରକୁ ଫିଙ୍ଗିବାକୁ ବ୍ୟବହୃତ ହୋଇଥିବା ଗାଡ଼ି ସିଜ୍ ହୋଇଛି। ଡାକ୍ତରଙ୍କ ସୂଚନା ଆଧାରରେ ପୋଲିସ ତଦନ୍ତ ଜାରି ରଖିଛି। ଏହି ମାମଲାର ସମସ୍ତ ଦିଗ ପ୍ରତି ପୋଲିସ ନଜର ରଖିଛି।

ଅପର ପକ୍ଷରେ ସାଉଥ୍ ସିଟି ହୋଟେଲ ସହ ପୋଲିସ ଅଧିକାରୀଙ୍କ ଲିଙ୍କ୍ ବିଷୟରେ ତଦନ୍ତ ହେବ। ଆଜି ଗିରଫ ହୋଇଥିବା ୩ ଜଣ ଅଭିଯୁକ୍ତଙ୍କୁ କୋର୍ଟରେ ହାଜର କରାଯିବ ବୋଲି କହିଛନ୍ତି ଡିସିପି ଉମାଶଙ୍କର ଦାଶ।