BREAKING
‘ଯୁଧିଷ୍ଠିର ଥିଏଟର’ର ଦ୍ୱିତୀୟ ବାର୍ଷିକ ନାଟ୍ୟୋତ୍ସବରେ ମଞ୍ଚସ୍ଥ ହେଲା ‘ଶୁକ ଶାରୀ କଥା’ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର

“ଦି ଇଣ୍ଟରଭ୍ୟୁ ଟାଇମ୍ସ”ର ୧୦ମ ବାର୍ଷିକ ଉତ୍ସବ ପାଳିତ ସମ୍ମାନିତ ହେଲେ ୧୦ଜଣ ଜୀବନ୍ତ କିମ୍ବଦନ୍ତୀ ଓ ୨୦ଜଣ ପ୍ରେରଣାଦାୟୀ ବ୍ୟକ୍ତିବିଶେଷ

ଭୁବନେଶ୍ୱର,୩/୧୦ : ରାଜ୍ୟର ଅଗ୍ରଣୀ ମାସିକ ପତ୍ରିକା “ଦି ଇଣ୍ଟରଭ୍ୟୁ ଟାଇମ୍ସ”ର ୧୦ମ ବାର୍ଷିକ ଉତ୍ସବ ହୋଟେଲ୍ ମେ’ଫେୟାର, ଭୁବନେଶ୍ୱର ଠାରେ ଅନୁଷ୍ଠିତ ହୋଇଯାଇଛି । କୋଭିଡ୍‌-୧୯ ମହାମାରୀ କଟକଣା ସହ ରାଜ୍ୟସରକାରଙ୍କ ଦ୍ୱାରା ଜାରି ହୋଇଥିବା କୋଭିଡ଼୍ ଗାଇଡ଼୍‌ଲାଇନ୍‌କୁ ଅନୁପାଳନ କରି କାର୍ଯ୍ୟକ୍ରମ କରାଯାଇଥିଲା।

ଏହି କାର୍ଯ୍ୟକ୍ରମରେ କ୍ୟାପ୍‌ଟେନ୍ ଦିବ୍ୟଶଙ୍କର ମିଶ୍ର (ମାନ୍ୟବର ମନ୍ତ୍ରୀ, ଗୃହ, ଶିଳ୍ପ, ଶକ୍ତି, କ୍ଷୁଦ୍ର, ମଧ୍ୟମ ଓ ଲଘୁ ଉଦ୍ୟୋଗ, ଓଡ଼ିଶା ସରକାର) ମୁଖ୍ୟଅତିଥି ଭାବେ ଯୋଗ ଦେଇଥିଲେ । ଏଥି ସହ ସ୍ୱତନ୍ତ୍ର ଅତିଥି ଭାବେ ସୌମେନ୍ଦ୍ର ପ୍ରିୟଦର୍ଶୀ (ପୋଲିସ୍ କମିଶନର, ଦ୍ୱୌତନଗରୀ), ଡ଼ଃ ସୁଜାତା କର (ବରିଷ୍ଠ ସ୍ତ୍ରୀ ରୋଗ ବିଶେଷଜ୍ଞ), ଶ୍ରୀ ମହେନ୍ଦ୍ର ଗୁପ୍ତା (ଅଧ୍ୟକ୍ଷ, ଗୁପ୍ତା ପାୱାର୍‌) ଓ ମୁଖ୍ୟ ବକ୍ତା ଭାବେ ଡ଼ଃ ଓମ୍‌କାର୍‌ନାଥ ମହାନ୍ତି ଯୋଗଦାନ କରିଥିଲେ ।

ପ୍ରାରମ୍ଭରେ “ଦି ଇଣ୍ଟରଭ୍ୟୁ ଟାଇମ୍ସ”ର ସମ୍ପାଦକ ଦିବ୍ୟଜିତ୍ ସାହୁ ସ୍ୱାଗତ ଭାଷଣ ରଖିବା ସହ “ଦି ଇଣ୍ଟରଭ୍ୟୁ ଟାଇମ୍ସ” ପତ୍ରିକାର ଦୀର୍ଘ ୧୦ ବର୍ଷର ଯାତ୍ରା ସମ୍ପର୍କରେ ସୂଚନା ଦେଇଥିଲେ ।

ମାନ୍ୟବର ଓଡ଼ିଶା ରାଜ୍ୟପାଳ ପ୍ରଫେସର୍ ଗଣେଶୀ ଲାଲ୍ ଏକ ସ୍ୱତନ୍ତ୍ର ଭିଡ଼ିଓ ର୍ବାର୍ତା ଜରିଆରେ “ଦି ଇଣ୍ଟରଭ୍ୟୁ ଟାଇମ୍ସ”ର ୧୦ବର୍ଷର ଯାତ୍ରାର ଅଭିଯାନକୁ ଭୁୟଷୀ ପ୍ରଶଂସା କରିବା ସହ ସମ୍ବର୍ଦ୍ଧିତ ବ୍ୟକ୍ତିବିଶେଷଙ୍କୁ ଶୁଭେଚ୍ଛା ଜଣାଇଥିଲେ । ଏହି ଅବସରରେ ଅତିଥିମାନେ “ଦି ଇଣ୍ଟରଭ୍ୟୁ ଟାଇମ୍ସ”ର ପ୍ରୟାସକୁ ସାଧୁବାଦ୍ ଜଣାଇବା ସହ ଅନୁଷ୍ଠାନର ଉତ୍ତୋରତର ଉନ୍ନତି କାମନା କରିଥିଲେ । ଏହି କାର୍ଯ୍ୟକ୍ରମରେ “ଦି ଇଣ୍ଟରଭ୍ୟୁ ଟାଇମ୍ସ”ର ସ୍ୱତନ୍ତ୍ର ସଂଖ୍ୟା ଉନ୍ମୋଚିତ କରାଯାଇଥିଲା ।

ମଞ୍ଚ ସଭା ପରେ “ଦି ଇଣ୍ଟରଭ୍ୟୁ ଟାଇମ୍ସ” ପରିବାର ତରଫରୁ ୧୦ ଜଣ ବ୍ୟକ୍ତିତ୍ୱଙ୍କୁ ଜୀବନ୍ତ କିମ୍ବଦନ୍ତୀ ସମ୍ମାନ ଓ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ୨୦ଜଣ ବ୍ୟକ୍ତିବିଶେଷଙ୍କୁ ସମ୍ମାନଜନକ “ଶ୍ରେଷ୍ଠ-୨୦ ଓଡ଼ିଶାର ପ୍ରେରଣାଦାୟୀ ବ୍ୟକ୍ତିତ୍ୱ” ଭାବେ ସମ୍ବର୍ଦ୍ଧିତ କରାଯାଇଥିଲା। କାର୍ଯ୍ୟକ୍ରମରେ “ଦି ଇଣ୍ଟରଭ୍ୟୁ ଟାଇମ୍ସ”ର ଅଧ୍ୟକ୍ଷ ଡ଼ଃ ସୁଭାଶିଷ ଦାସ ଏବଂ ଅନୁଷ୍ଠାନର ସଦସ୍ୟ ଅରୁଣ କୁମାର ମାହାନା, ପ୍ରମୋଦ କୁମାର ଲେଙ୍କା ଓ ମୁଖ୍ୟ ଲୋକସମ୍ପର୍କ ଅଧିକାରୀ ରାଜୀବ ନୟନ ପ୍ରମୁଖ ଉପସ୍ଥିତ ଥିଲେ । ପରିଶେଷରେ ସହସମ୍ପାଦକ ଶୁଭୋଜିତ୍ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ ।