BREAKING
ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର“ଭାରତୀୟ ଜ୍ଞାନ ପରମ୍ପରା କେବଳ ଅତୀତର ସ୍ମୃତି ନୁହେଁ, ବରଂ ଏହା ଏକ ଜୀବନ୍ତ ବ୍ୟବସ୍ଥା”

ରୋଗୀଙ୍କ ସେବା ପାଇଁ ୫ ଟି ଆମ୍ବୁଲାନ୍ସ ଦେଲେ ଉତ୍ତର ବିଧାୟକ ସୁଶାନ୍ତ ରାଉତ।

ଭୁବନେଶ୍ୱର,୨୩/୫(ଓଡ଼ିଆ ନ୍ୟୁଜ): କରୋନାର ଦ୍ବିତୀୟ ଲହର ଅତି ଭୟଙ୍କର ଭାବରେ ବ୍ୟାପୁଛି। ଭୁବନେଶ୍ୱର ହଟସ୍ପଟ ଭାବେ ଗଣା ହେଉଛି। ପ୍ରତି ଗଳି କନ୍ଦିରେ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ଲକଡାଉନ୍ କାରଣରୁ ସମସ୍ତ ଯାତ୍ରୀ ସେବା ଯାନବାହନ ବନ୍ଦ ରହିଛି। ଆକ୍ରାନ୍ତ ମାନେ ହସ୍ପିଟାଲ ଯିବାପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଠିକ୍ ଏଭଳି ଘଡିସନ୍ଧି ମୁହୁର୍ତ୍ତରେ ପ୍ରାଇଭେଟ ଆମ୍ବୁଲାନ୍ସ ମନଇଚ୍ଛା ଟଙ୍କା ଦାବି କରୁଛନ୍ତି। ଯେଉଁଥି ପାଇଁ ନିମ୍ନ ମଧ୍ୟବିତ୍ତ ଲୋକମାନେ ବହୁ ଅସୁବିଧାରେ ପଡୁଛନ୍ତି।ଏଭଳି ସମସ୍ୟାକୁ ଦୃଷ୍ଟିରେ ରଖି ମାନ୍ୟବର ଉତ୍ତର ବିଧାୟକ ତଥା ବିଜେଡି ସାଙ୍ଗଠନିକ ଜିଲ୍ଲା ସଭାପତି ଶ୍ରୀ ସୁଶାନ୍ତ କୁମାର ରାଉତ, ଭୁବନେଶ୍ୱର ବାସୀଙ୍କ ପାଇଁ ୫ ଟି ନିଃଶୁଳ୍କ ଆମ୍ବୁଲାନ୍ସ ସେବା ଲୋକାର୍ପିତ କରିଛନ୍ତି | ଏହି ଆମ୍ବୁଲାନ୍ସ ସେବା ଦ୍ୱାରା କୋଭିଡ ଆକ୍ରାନ୍ତ ଏବଂ ଅପାତକାଳୀନ ରୋଗୀ ମାନେ ଉପକୃତ ହୋଇପାରିବେ |

ଏହି ଆମ୍ବୁଲାନ୍ସ ସେବା ପାଇବା ପାଇଁ  ଟୋଲ ଫ୍ରି ନମ୍ବର ୧୮୦୦୮୯୧୩୮୪୦ ସର୍ବସାଧାରଣଙ୍କ ନିମନ୍ତେ ଜାରି କରାଯାଇଛି  |  ସମାଜସେବା କ୍ଷେତ୍ରରେ ବିଧାୟକଙ୍କ ଏହି ଜନହିତକାରୀ କାର୍ଯ୍ୟ ଏକ ନୂତନ ମାଇଲ୍ଖୁଣ୍ଟ ସ୍ଥାପନ କରିବ |