BREAKING
ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର“ଭାରତୀୟ ଜ୍ଞାନ ପରମ୍ପରା କେବଳ ଅତୀତର ସ୍ମୃତି ନୁହେଁ, ବରଂ ଏହା ଏକ ଜୀବନ୍ତ ବ୍ୟବସ୍ଥା”

ଅରୁଣା ମହାନ୍ତି ସଙ୍ଗୀତ ନାଟକ ଏକାଡେମୀ ସଭାପତି।

ଭୁବନେଶ୍ୱର,୨୧ା୫(ବ୍ୟୁରୋ): ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଅଧୀନରେ କାର୍ଯ୍ୟରତ ବିଭିନ୍ନ ଏକାଡେମୀ ପାଇଁ ଗୁରୁବାର ନୂତନ ସଭାପତି, ଉପସଭାପତି ଓ ସଚିବଙ୍କୁ ମନୋନୀତ କରାଯାଇଛି। ଓଡ଼ିଶା ସାହିତ୍ୟ ଏକାଡେମୀର ସଭାପତି ଭାବେ ଶାରଳା ପୁରସ୍କାରପ୍ରାପ୍ତ କବି ଡ. ହୃଷୀକେଶ ମଲ୍ଲିକ ମନୋନୀତ ହୋଇଥିବାବେଳେ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ସଭାପତି ଭାବେ ପଦ୍ମଶ୍ରୀ ଅରୁଣା ମହାନ୍ତିଙ୍କୁ ମନୋନୀତ କରାଯାଇଛି। ସାହିତ୍ୟ ଏକାଡେମୀ ଉପସଭାପତି ଭାବେ ସଂଗ୍ରାମ ଜେନା, ସଚିବ ଭାବେ ପ୍ରବୋଧ କୁମାର ରାଉତ (ଓକାକ୍‌ରେ କାର୍ଯ୍ୟରତ ଓଏଏସ୍‌ ଅଧିକାରୀ), ସଙ୍ଗୀତ ନାଟକ ଏକାଡେମୀର ଉପସଭାପତି ଭାବେ ମନ୍ମଥ କୁମାର ଶତପଥୀ, ଓଡ଼ିଶା ଲଳିତ କଳା ଏକାଡେମୀ ଉପସଭାପତି ଭାବେ ଶ୍ରୀନିବାସ ପଢ଼ିଆରୀ, ସଚିବ ଭାବେ ପଞ୍ଚାନନ ସାମଲ ଏବଂ ଓଡ଼ିଶା ଉର୍ଦ୍ଦୁ ଏକାଡେମୀର ସଚିବ ଭାବେ ଡ. ସୟେଦ ମୁସୀର ଆଲାମ୍‌ଙ୍କୁ ମନୋନୀତ କରାଯାଇଛି। ଏସବୁ ପଦବୀ ପୂରଣ ପାଇଁ ୭ଜଣିଆ ମନୋନୟନ କମିଟି ଗଠନ କରାଯାଇଥିଲା। କମିଟିର ଅଧ୍ୟକ୍ଷ ତଥା ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଗଠିତ ଏହି କମିଟିରେ ପ୍ରିିନ୍ସିପାଲ ସେକ୍ରେଟାରୀ ଡ. ବିଷ୍ଣୁପଦ ସେଠୀ, ରବିନାରାୟଣ ସେନାପତି, ରମେଶ ପାଣିଗ୍ରାହୀ, ଡ. ପ୍ରିୟମ୍ବଦା ମହାନ୍ତି ହେଜମାଦୀ ଏବଂ ସଦାଶିବ ପ୍ରଧାନ ସଦସ୍ୟ ଥିଲେ। କମିଟି ପକ୍ଷରୁ ମନୋନୀତ ନାମଗୁଡ଼ିକୁ ସରକାରଙ୍କ ଅନୁମୋଦନ ନିମନ୍ତେ ସୁପାରିସ କରାଯାଇଥିଲା। କମିଟି ଦ୍ୱାରା ପ୍ରସ୍ତାବିତ ନାମକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ଅନୁମୋଦନ କରିଛନ୍ତି।