BREAKING
ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର“ଭାରତୀୟ ଜ୍ଞାନ ପରମ୍ପରା କେବଳ ଅତୀତର ସ୍ମୃତି ନୁହେଁ, ବରଂ ଏହା ଏକ ଜୀବନ୍ତ ବ୍ୟବସ୍ଥା”

ବାତ୍ୟା ସମ୍ଭାବନା, ପୁର୍ବ ପ୍ରସ୍ତୁତି ପାଇଁ ନିର୍ଦ୍ଦେଶ ଦେଲେ ଏସଆରସି

ଭୁବନେଶ୍ବର,୧୯/୫(ବ୍ୟୁରୋ): ବଙ୍ଗୋପ ସାଗରରେ ସାମ୍ଭାବ୍ୟ ବାତ୍ୟା ନେଇ ରାଜ୍ୟ ଉନ୍ନୟନ ଆୟୁକ୍ତ ତଥା ସ୍ୱତନ୍ତ୍ର ରିଲିଫ ଆୟୁକ୍ତ(ଏସଆରସି) ପ୍ରଦୀପ କୁମାର ଜେନା ସମୀକ୍ଷା କରିଛନ୍ତି। ଆଜି ପୁଲିସ, ଅଗ୍ନିଶମ, ଓଡ୍ରାଫ, ଏନ୍‌ଡିଆର୍‌ଏଫ୍‌ ଅଧିକାରୀଙ୍କ ସହ ଏସ୍‌ଆର୍‌ସି ପ୍ରଦୀପ କୁମାର ଜେନା ଆଲୋଚନା କରିଛନ୍ତି। ଜିଲାପାଳ ଓ ଏସ୍‌ପିମାନଙ୍କ ସହ କଥା ହୋଇ ଏସ୍‌ଆର୍‌ସି ପ୍ରଦୀପ କୁମାର ଜେନା ଜିଲାପାଳମାନଙ୍କୁ ଆଗୁଆ ପଦକ୍ଷେପ ନେବା ପାଇଁ ନିର୍ଦେଶ ଦେଇଛନ୍ତି। ପାଣିପାଗ ବିଭାଗ ଆକଳନ ଅନୁଯାୟୀ ଏ ଯାଏ ବାତ୍ୟା ସ୍ପଷ୍ଟ ହୋଇନାହିଁ। ଏ ଯାଏ ବାତ୍ୟାର ସ୍ଥିତି ଓ ରୂପରେଖ ଅନୁମାନ କରାଯାଇନି। ୨୨ରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେଲା ପରେ ରୂପରେଖ ଜଣାପଡ଼ିବ। ତେବେ ଆଗୁଆ ପଦକ୍ଷେପ ସ୍ବରୂପ ଜିଲାପାଳ ଓ ଏସ୍‌ପିମାନଙ୍କ ସହ ବୈଠକ କରାଯାଇଛି। ସାମ୍ଭାବ୍ୟ ବାତ୍ୟା ପାଇଁ ପ୍ରସ୍ତୁତି କରିବାକୁ ଜିଲାପାଳମାନଙ୍କୁ କୁହାଯାଇଛି ବୋଲି ଏସ୍‌ଆର୍‌ସି ପ୍ରଦୀପ କୁମାର ଜେନା ପ୍ରକାଶ କରିଛନ୍ତି।

ଏସଆରସି ପ୍ରଦୀପ କୁମାର ଜେନା କହିଛନ୍ତି ଯେ ଏକ ପ୍ରାକ୍ ମଡେଲ୍‌କୁ ଆକଳନ ଅନୁସାରେ ଉତ୍ତର ଆଣ୍ଡାମାନ ସାଗର ଓ ବଙ୍ଗୋପସାଗରର ପୂର୍ବ-କେନ୍ଦ୍ରୀୟ ଭାଗରେ ୨୨ତାରିଖରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଯାହାକି ୨୫ତାରିଖ ସୁଦ୍ଧା ଅଧିକ ଘନୀଭୂତ ହୋଇ ସାମୁଦ୍ରିକ ଝଡ଼ର ରୂପ ନେବାର ସମ୍ଭାବନା ରହିଛି। ଯଦି ଏହା ବାତ୍ୟାର ରୂପ ନିଏ ତା’ହେଲେ ଉତ୍ତର-ପଶ୍ଚିମ ଦିଗରେ ଗତି କରି ୨୬ତାରିଖ ସନ୍ଧ୍ୟାରେ ପଶ୍ଚିମବଙ୍ଗ-ଓଡ଼ିଶା ଉପକୂଳ ଅତିକ୍ରମ କରିବାର ସମ୍ଭାବନା ରହିଛି। କିନ୍ତୁ ଏହି ଲଘୁଚାପର ସ୍ଥିତି ଓ ରୂପରେଖ କ’ଣ ହେବ, ତାହା ପ୍ରକୃତରେ ବାତ୍ୟାର ରୂପ ନେବକି ନାହିଁ, ଯଦି ନେବ କେଉଁ ଦିଗରେ ଗତି କରିବ ଓ କେଉଁଠି ଲ୍ୟାଣ୍ଡଫଲ୍ କରିବ ସେ ନେଇ ଏପର୍ଯ୍ୟନ୍ତ ଭାରତୀୟ ପାଣିପାଗ ବିଭାଗ କୌଣସି ଆକଳନ କରିନାହିଁ।