BREAKING
‘ଯୁଧିଷ୍ଠିର ଥିଏଟର’ର ଦ୍ୱିତୀୟ ବାର୍ଷିକ ନାଟ୍ୟୋତ୍ସବରେ ମଞ୍ଚସ୍ଥ ହେଲା ‘ଶୁକ ଶାରୀ କଥା’ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର

ଭୁବନେଶ୍ୱରରେ କମୁନି ସ°କ୍ରମଣ। ଆଜି ୧୩୫୩ ପଜିଟିଭ ଚିହ୍ନଟ।

ଭୁବନେଶ୍ୱର,୧୬।୫: ରାଜଧାନୀ ଭୁବନେଶ୍ୱରରେ କରୋନା ସଂକ୍ରମଣକୁ ରୋକିବା ପାଇଁ ସବୁ ପ୍ରକାର ଚେଷ୍ଟା କରାଯାଉଛି। ହେଲେ ସଂକ୍ରମଣ କମୁନାହିଁ। ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ଅଞ୍ଚଳରୁ ରବିବାର ପୁଣି ୧୩୫୩ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ୨୧୮ ଜଣ କ୍ୱାରେଣ୍ଟିନ୍‌ରୁ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ସଂକ୍ରମଣ ୧୧୩୫ ରହିଛନ୍ତି। ୯୩୮ କରୋନାରୁ ସୁସ୍ଥ ହୋଇ ଘେରକୁ ଫେରିଛନ୍ତି। ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ଲକ୍ଷ୍ମୀସାଗରରୁ ୪୫, ମଞ୍ଚେଶ୍ୱରରୁ ୧୬, ନୀଳାଦ୍ରିବିହାରରୁ ୨୫, କଳ୍ପନାରୁ ୧୦, ବରମୁଣ୍ଡାରୁ ୨୮, ଜୟଦେବ ବିହାରରୁ ୨୦, ଆଚାର୍ଯ୍ୟବିହାରରୁ ୫, ଖଣ୍ଡଗିରିର ୪୫, ବମିଖାଲରୁ ୧୨, ହଂସପାଳରୁ ୫, ସିଆରପିଏଫ କ୍ୟାମ୍ପସରୁ ୨, ୟୁନିଟ-୮ ୨୫, ଚନ୍ଦ୍ରଶେଖରପୁର ୩୦, ରସୁଲଗଡ଼ ୩୭, ଶହୀଦନଗର ୩୬, ପୋଖରୀପୁଟ ୨୩, ପଟିଆ ୧୦୨, ନୟାପଲ୍ଲୀରୁ ୭୮ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ରାଜଧାନୀର ବିଭିନ୍ନ ସ୍ଥାନରୁ ମଧ୍ୟ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।