BREAKING
‘ଯୁଧିଷ୍ଠିର ଥିଏଟର’ର ଦ୍ୱିତୀୟ ବାର୍ଷିକ ନାଟ୍ୟୋତ୍ସବରେ ମଞ୍ଚସ୍ଥ ହେଲା ‘ଶୁକ ଶାରୀ କଥା’ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର

ଦ୍ବିତୀୟ ଡୋଜ ନେବାକୁ ଥିବା ଲୋକଙ୍କୁ ଅଗ୍ରାଧିକାର ଦିଆଯିବ।

ଭୁବନେଶ୍ବର: ଟିକାକରଣ ସମ୍ପର୍କରେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ରଙ୍କ ସୂଚନା ଦେଇ କହିଛନ୍ତି ଯେ ରାଜ୍ୟରେ ୯୭% ସ୍ବାସ୍ଥ୍ୟକର୍ମୀଙ୍କୁ ପ୍ରଥମ ଓ ୮୭%କୁ ଦ୍ବିତୀୟ ଡୋଜ୍‌ ଦିଆଗଲାଣି। ସମ୍ମୁଖ ଯୋଦ୍ଧାଙ୍କ ମଧ୍ୟରେ ପ୍ରଥମ ଡୋଜ୍‌ ୯୭%, ଦ୍ବିତୀୟ ଡୋଜ୍‌ ୮୫% ନେଲେଣି। ରାଜ୍ୟରେ ୪୫ବର୍ଷରୁ ଊର୍ଦ୍ଧ୍ବ ବର୍ଗରେ ମୋଟ ୧କୋଟି ୧୬ଲକ୍ଷ ଲୋକ ଅଛନ୍ତି। ୧କୋଟି ୧୬ଲକ୍ଷ ଲୋକଙ୍କ ମଧ୍ୟରୁ ୪୩.୫୫ ଲକ୍ଷ ପ୍ରଥମ ଡୋଜ୍‌ ନେଲେଣି। ସେଥିରୁ ୨୩ଲକ୍ଷ ୪୩ହଜାର ଲୋକଙ୍କ ଦ୍ବିତୀୟ ଡୋଜ୍‌ ନେବା ପାଇଁ ଅପେକ୍ଷା କରି ରହିଛନ୍ତି। ଦ୍ବିତୀୟ ଡୋଜ୍‌ ଆମେ ଏ ଯାଏ ୫ଲକ୍ଷ ୯୬ହଜାର ଲୋକଙ୍କୁ ଦେଲୁଣି। ଆଜି ପର୍ଯ୍ୟନ୍ତ ପାଖାପାଖି ୧୭ଲକ୍ଷ ଲୋକଙ୍କ ଦ୍ବିତୀୟ ଡୋଜ୍‌ ନେବାକୁ ଅପେକ୍ଷା କରିଛନ୍ତି। କୋଭାକ୍ସିନ୍‌ ଟିକା କେବଳ ଭୁବନେଶ୍ବର ମହାନଗର ନିଗମରେ ଦିଆଯାଉଛି। କୋଭାକ୍ସିନ୍‌ ଟିକା ଦ୍ବିତୀୟ ଡୋଜ୍ ଦେବାରେ ଏଯାଏ କିଛି ସମସ୍ୟା ନାହିଁ। ଘରୋଇ ହସ୍‌ପିଟାଲ୍‌ରେ ପ୍ରଥମ ଡୋଜ୍‌ ନେଇଥିଲେ, ସରକାରୀ ହସ୍ପିଟାଲ୍‌ରୁ ଦ୍ବିତୀୟ ଡୋଜ୍‌ ନେଇପାରିବେ। ସରକାରୀ ହସ୍‌ପିଟାଲ୍‌ରୁ ମାଗଣାରେ ଦ୍ବିତୀୟ ଡୋଜ୍‌ ଟିକା ନେଇପାରିବେ। ଏପ୍ରିଲ୍‌ ୩୦ ସୁଦ୍ଧା ଘରୋଇ ହସ୍ପିଟାଲ୍‌ରେ ପ୍ରଥମ ଡୋଜ୍ ନେଇଥିଲେ, ଦ୍ବିତୀୟ ଡୋଜ୍‌ ଟିକା ଘରୋଇ ହସ୍‌ପିଟାଲ୍‌ରୁ ମିଳି ପାରିବ। ଭୁବନେଶ୍ବର ମହାନଗର ନିଗମ(ବିଏମ୍‌ସି)କୁ ଛାଡ଼ି ୩୦ ଜିଲାରେ କୋଭିସିଲ୍ଡ ଟିକା ଦିଆଯାଉଥିବାରୁ ସମସ୍ୟା ଉପୁଜିଛି। ଆମେ ତୁରନ୍ତ ୧୫ଲକ୍ଷ ଡୋଜ୍ ଟିକା ଦେବାକୁ କେନ୍ଦ୍ରକୁ ନିବେଦନ କରିଛୁ। ତିନିଦିନ ତଳେ ରାଜ୍ୟକୁ ଲକ୍ଷେ ଟିକା ମିଳିଥିଲା, ୧୫ ଭିତରେ ୬/୭ଲକ୍ଷ ଡୋଜ୍‌ ମିଳିବା ନେଇ ଆଶା କରାଯାଉଛି। ଯେଉଁମାନେ ଦ୍ବିତୀୟ ଡୋଜ୍‌ ଅପେକ୍ଷାରେ ଅଛନ୍ତି, ସେମାନଙ୍କୁ ପ୍ରଥମେ ଦିଆଯିବ। ସେମାନଙ୍କୁ ଛଡ଼ା କୌଣସି ନୂଆ ଲୋକଙ୍କୁ ପ୍ରଥମ ଡୋଜ୍‌ ଏବେ ଦିଆଯିବନାହିଁ। କେନ୍ଦ୍ର ସରକାରଙ୍କ ହାତରେ କରୋନା ଟିକା ଉତ୍ପାଦନ ଓ ନିୟନ୍ତ୍ରଣ ରହିଛି। କେନ୍ଦ୍ର ସରକାର ଯେତେ ସଂଖ୍ୟାରେ ଟିକା ଯୋଗାଇବେ ଆମେ ତାହା ଲୋକଙ୍କୁ ଦେଇପାରିବୁ। ପ୍ରଥମ ଡୋଜ୍‌ ନେଇଥିବା ବ୍ୟକ୍ତି ଅପେକ୍ଷା କରନ୍ତୁ, ଆମେ ସମସ୍ତଙ୍କୁ ଟିକା ଦେବୁ। ୧୮ରୁ୪୪ବର୍ଷ ବର୍ଗର ଲୋକଙ୍କୁ ଏବେ କେବଳ ପଞ୍ଜୀକରଣ କରିବାକୁ ପଡ଼ିବ। ରାଜ୍ୟକୁ ଯଥେଷ୍ଟ ପରିମାଣରେ କୋଭାକ୍ସିନ୍ ଟିକା ଆସିଛି, ତେଣୁ ତାହା ଦିଆଯାଉଛି। ଅପରକ୍ଷରେ କୋଭିସିଲ୍ଡ ଟିକା ଆସି ନାହିଁ। ତାହା ଆସିଲେ ଦିଆଯିବ। ଟିକା ପାଇଁ ଅଗ୍ରୀମ ଦିଆଯାଇଛି, ଟିକା ପହଞ୍ଚିଲେ ସମସ୍ତଙ୍କୁ ଟିକା ଦିଆଯିବ। ସହରାଞ୍ଚଳରେ ଅଧିକ ସଂକ୍ରମଣ ଥିବାରୁ ପ୍ରଥମେ ସହରାଞ୍ଚଳରେ ପ୍ରାଥମିକତା ଭିତ୍ତିରେ ଟିକାକରଣ କରାଯିବ। ଏହାପରେ ଗ୍ରାମାଞ୍ଚଳ ଲୋକଙ୍କୁ ଟିକା ମିଳିବ। ୧୮ରୁ ୪୪ବର୍ଷ ବ୍ୟକ୍ତି ଟିକା ପଞ୍ଜୀକରଣ ପାଇଁ କୋୱିନ୍‌ ଆପ୍‌ ବ୍ୟବହାର କରିପାରିବେ। ସେଥିପାଇଁ ଯେଉଁମାନଙ୍କ ମୋବାଇଲ୍‌ ଆପ୍‌ ଓ କମ୍ପ୍ୟୁଟର ଜ୍ଞାନ ଅଛି କିମ୍ବା ରାଜ୍ୟ ସରକାରଙ୍କ ମୋ ସେବା କେନ୍ଦ୍ରର ମଧ୍ୟ ସହାୟତା ନେଇପାରିବେ ବୋଲି ପ୍ରଦୀପ୍ତ କୁମାର ମହାପାତ୍ର ପ୍ରକାଶ କରିଛନ୍ତି।

ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ରୋଗୀ ସଂଖ୍ୟା ବଢ଼ିବେ ଏ ଆକଳନ ମଧ୍ୟ ପୂର୍ବରୁ ଥିଲା। ଏହାକୁ ନେଇ ଜନସାଧାରଣ ଭୟଭୀତ ହୁଅନ୍ତୁ ନାହିଁ ବୋଲି ରାଜ୍ୟ ସରକାର ବାରମ୍ବାର ଅପିଲ୍‌ କରୁଛନ୍ତି। ତେବେ ସ୍ଥିତିକୁ ଦେଖି ରାଜ୍ୟ ସରକାର ନୂଆ ରଣନୀତି ଆପଣାଇଛନ୍ତି। ପ୍ରତ୍ୟେକ ବ୍ୟକ୍ତି ଲକ୍‌ଡାଉନ୍‌ ଓ ସପ୍ତାହାନ୍ତ ସଟ୍‌ଡାଉନ୍‌ କଟକଣା ମାନନ୍ତୁ। ମାକ୍ସ ପିନ୍ଧିବା, ସାମାଜିକ ଦୂରତା ପାଳନ, ହାତଧୋଇବା ଆଦି କୋଭିଡ୍‌ ନିୟମ ପାଳନ କରନ୍ତୁ। ନିଜେ ସଚେତନ ହୋଇ ଅନ୍ୟକୁ ସଚେତନ କରାନ୍ତୁ। ସଚେତନ ନ ହେଲେ କରୋନା ସଂକ୍ରମଣ ବଢ଼ିବ। ମେ’ ୧୯ ତାରିଖ ବେଳକୁ ଯେଭଳି ରାଜ୍ୟରେ କରୋନା ସଂକ୍ରମଣ ହାର ହ୍ରାସ ପାଇଥିବା ସେଥିପାଇଁ ସମସ୍ତେ ସାମୂହିକ ଉଦ୍ୟମ ଜାରି ରଖିବା ଆବଶ୍ୟକ ବୋଲି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରକାଶ କରିଛନ୍ତି।