BREAKING
‘ଯୁଧିଷ୍ଠିର ଥିଏଟର’ର ଦ୍ୱିତୀୟ ବାର୍ଷିକ ନାଟ୍ୟୋତ୍ସବରେ ମଞ୍ଚସ୍ଥ ହେଲା ‘ଶୁକ ଶାରୀ କଥା’ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର

ମହିଳାଙ୍କ ବେକରୁ ଚେନ ଝାମ୍ପି ଛେଚା ଖାଇଲା ଲୁଟେରା।

ଭୁବନେଶ୍ୱର,୩।୫(ବ୍ୟୁରୋ): ମହିଳାଙ୍କ ବେକରୁ ସୁନାଚେନ୍‌ ଝାମ୍ପିନେଇ ଖସି ପଳାଉଥିବାବେଳେ ବାଇକ୍‌ ଷ୍ଟାର୍ଟ ବନ୍ଦ ହୋଇଗଲା। ଫଳରେ ଜଣେ ଲୁଟେରା ଧରାପଡିଥିବାବେଳେ ଆଉଜଣେ ଖସି ଯାଇଛନ୍ତି। ତେବେ ଧରାପଡିଥିବା ଯୁବକଙ୍କୁ ସ୍ଥାନୀୟ ଲୋକେ ଗଛରେ ବାନ୍ଧି ନିସ୍ତୁକ ମାଡ଼ ମାରିବା ପରେ ପୋଲିସକୁ ହସ୍ତାନ୍ତର କରିଛନ୍ତି। ଏଭଳି ଏକ ଘଟଣା ସୋମବାର ଚନ୍ଦ୍ରଶେଖରପୁର ଥାନା ନାଲ୍‌କୋ ଛକରେ ଦେଖିବାକୁ ମିଳିଛି। ସୂଚନା ଅନୁଯାୟୀ, ମୈତ୍ରୀ ବିହାର ଅଞ୍ଚଳର ଜଣେ ମହିଳା ନାଲ୍‌କୋ ଛକରେ ଥିବା ଏକ ଔଷଧ ଦୋକାନକୁ ଔଷଧ କିଣିବାକୁ ଆସିଥିଲେ। ସେ ଧାଡ଼ିରେ ଛିଡା ହୋଇ ଫୋନରେ କଥା ହେଉଥିବାବେଳେ ଜଣେ ଯୁବକ ହଠାତ୍‌ ଦୌଡ଼ି ଆସି ତାଙ୍କ ବେକରୁ ସୁନାଚେନ ଝାମ୍ପି ନେଇ ନିକଟରେ ବାଇକ୍‌ ଧରି ଅପେକ୍ଷା କରିଥିବା ସହଯୋଗୀଙ୍କ ସହ ପଳାଉଥିଲେ। ହେଲେ ହଠାତ୍‌ ବାଇକ୍‌ ଷ୍ଟାର୍ଟ ବନ୍ଦ ହୋଇଯାଇଥିଲା। ଯେତେ ଚେଷ୍ଟା କରିଥିଲେ ମଧ୍ୟ ଷ୍ଟାର୍ଟ ନ ହେବାରୁ ଧରାପଡିବା ଭୟରେ ଯୁବକଦ୍ୱୟ ବାଇକଟିକୁ ଛାଡ଼ି ଖସିଯିବାକୁ ଉଦ୍ୟମ କରିଥିଲେ। ଏପଟେ ମହିଳାଙ୍କ ଚିତ୍କାର ଶୁଣି ଲୋକେ ଜଣଙ୍କୁ କାବୁ କରିବାବେଳେ ଅନ୍ୟଜଣେ ଯୁବକ ଖସି ପଳାଇଥିଲେ। ଖବରପାଇ ପୋଲିସ ପହଞ୍ଚତ୍ ଯୁବକଙ୍କୁ ଆହତ ଅବସ୍ଥାରେ ଉଦ୍ଧାର କରିବା ସହ ବାଇକ୍‌ଟିକୁ ଜବତ କରିଥିଲା। ଏନେଇ ପୋଲିସ ଏକ ମାମଲା ରୁଜୁ କରି ସମ୍ପୃକ୍ତ ଯୁବକଙ୍କୁ ଅଟକ ରଖିଛି।