BREAKING
ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର“ଭାରତୀୟ ଜ୍ଞାନ ପରମ୍ପରା କେବଳ ଅତୀତର ସ୍ମୃତି ନୁହେଁ, ବରଂ ଏହା ଏକ ଜୀବନ୍ତ ବ୍ୟବସ୍ଥା”

ଭୁବନେଶ୍ୱରରେ ହେବ କ୍ୟାନସର ହସ୍ପିଟାଲ। ବାଗଚୀଙ୍କୁ ଧନ୍ୟବାଦ ଦେଲେ ଧର୍ମେନ୍ଦ୍ର।

ଭୁବନେଶ୍ୱର, ୧୩।୪(ବ୍ୟୁରୋ): ଭୁବନେଶ୍ୱରରେ କ୍ୟାନ୍‌ସର ହସ୍ପିଟାଲ ଓ ଏକ କେୟାର ସେଣ୍ଟର ପ୍ରତିଷ୍ଠା ପାଇଁ ସୁବ୍ରତୋ ବାଗ୍‌ଚୀ ଓ ସୁସ୍ମିତା ବାଗ୍‌ଚୀ ୩୪୦ କୋଟି ଟଙ୍କା ନିଜସ୍ବ ପାଣ୍ଠିରୁ ଦାନ କରିଛନ୍ତି। ଏଥିପାଇଁ ସୁବ୍ରତୋ ଓ ସୁସ୍ମିତାଙ୍କ ସହ କଥା ହୋଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କୃତଜ୍ଞତା ଜ୍ଞାପନ କରିବା ସହ ଧନ୍ୟବାଦ ଜଣାଇଛନ୍ତି। ଏହି ସୁନାମ ଧନ୍ୟ ଦମ୍ପତି ଓଡ଼ିଶାର ଅନନ୍ୟ ସେବା ପରମ୍ପରାରେ ଏକ ନୂଆ ଫର୍ଦ୍ଦ ଯୋଡ଼ିଛନ୍ତି ବୋଲି ଧର୍ମେନ୍ଦ୍ର ଟୁଇଟ୍‌ କରି କହିଛନ୍ତି। ଆଜି ଏକ ଖୁସିର ଦିନ। ଓଡ଼ିଶାର ଏହି ଦମ୍ପତି ଉତ୍କଳମଣି ଗୋପବନ୍ଧୁ ଦାସ ଏବଂ କଟକର ବାଇମୁଣ୍ଡିଙ୍କ ଉଚ୍ଚ ପରମ୍ପରାକୁ ଆଗେଇ ନେଇଛନ୍ତି। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପାଖରେ ପ୍ରାର୍ଥନା ତାଙ୍କ ଜୀବନ କୁସୁମିତ ହେଉ। ଏହି ମହତ କାମ ଓଡ଼ିଶାବାସୀଙ୍କୁ ପ୍ରେରିତ କରିବ ବୋଲି ଧର୍ମେନ୍ଦ୍ର କହିଛନ୍ତି।