BREAKING
‘ଯୁଧିଷ୍ଠିର ଥିଏଟର’ର ଦ୍ୱିତୀୟ ବାର୍ଷିକ ନାଟ୍ୟୋତ୍ସବରେ ମଞ୍ଚସ୍ଥ ହେଲା ‘ଶୁକ ଶାରୀ କଥା’ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର

ପ୍ରାଚୀନ ଧର୍ମଗ୍ରନ୍ଥ ଜୀବନଚର୍ଯ୍ୟାର ଶିକ୍ଷା ଦିଏ : ତ୍ରିଲୋଚନ ରାଉତ

ଭୁବନେଶ୍ୱର,୨୮/୧(ଓଡ଼ିଆ ନ୍ୟୁଜ): ଆଧୁନିକତାର ବାତାବରଣରେ ଆଜିର ପିଲାମାନେ ମିଛୁଆ ଯନ୍ତ୍ର ମୋବାଇଲ ମାଧ୍ୟମରେ କୁପଥଗାମୀ ହେଉଛନ୍ତି। ନୀତି ଶିକ୍ଷା ଦେଉଥିବା ପ୍ରାଚୀନ ଧର୍ମଗ୍ରନ୍ଥ ଧିରେଧିରେ ବିଲୁପ୍ତ ହେବାକୁ ବସିଲାଣି। ଲୋକଙ୍କ ମନରୁ ଦୟା, କ୍ଷମା, ସହନଶୀଳତା ଲୋପ୍ ପାଇଯାଉଛି। ସର୍ବପୁରାତନ ଗ୍ରନ୍ଥ ଭଗବତ୍ ଗୀତା ପ୍ରତ୍ୟେକ ପାଦରେ ମଣିଷ ଜୀବନଚର୍ଯ୍ୟାର ଶିକ୍ଷା ଦେଇଥାଏ। ଏଣୁ ଆମ୍ଭେମାନେ ପ୍ରାଚୀନ ଧର୍ମଗ୍ରନ୍ଥ ଅଧ୍ୟୟନ କରିବା ନିହାତି ଆବଶ୍ୟକ ବୋଲି ମୁଖ୍ୟ ଅତିଥି ତ୍ରିଲୋଚନ ରାଉତ ପାଠାଗାର ଉଦଘାଟନ କରିବା ଅବସରରେ କହିଛନ୍ତି।
ଗୁରୁବାର ଦିନ ଭୁବନେଶ୍ୱର ଉପକଣ୍ଠ ଢାୱା ଗ୍ରାମରେ ଥିବା ବହୁ ପୁରାତନ ସୋମନାଥ ମନ୍ଦିର ପିଠରେ ପାଠାଗାର ଉଦ୍‌ଘାଟିତ ହୋଇଯାଇଛି ।ଆଧ୍ୟାତ୍ମିକ ଓ ଦେବାଦେବୀଙ୍କ ଉପରେ ଆଧାରିତ ପୁସ୍ତକ ସ୍ଥାନିତ କରାଯାଇଛି । ଏଠାକୁ ଆସୁଥିବା ଭକ୍ତମାନେ ସୋମନାଥଙ୍କୁ ଦର୍ଶନ କରିବା ସହିତ ପାଠାଗାରରେ କିଛି ସମୟ ଅତିବାହିତ କରି ଆଧ୍ୟତ୍ମିକତାର ଜ୍ଞାନ ଆହରଣ କରିପାରିବେ । ଆଜିର ଏହି ଉତ୍ସବରେ ସତ୍ୟସନ୍ଧାନର ଚିପ୍ ଏଡିଟର ତ୍ରିଲୋଚନ ରାଉତ ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ଆନୁଷ୍ଠାନିକ ଭାବେ ଏହାକୁ ଉଦ୍‌ଘାଟନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଯୁବ ଉଦ୍ୟଗପତି ସନ୍ଦିପ କୁମାର ମହାନ୍ତି , ନାରୀ ଜାଗରଣ ମଂଚ ର ସମ୍ପାଦିକା ସୁନିତା ପରିଡା , ଓଡିଶା ମିଡିଆ ୱେଲଫେୟାର ଆସୋସିଏସନର ଉପସଭାପତି ସଞ୍ଜୟ ମହାନ୍ତିଙ୍କ ସମେତ ବାବା ସୋମନାଥ ସେନା ଓ ନାରୀଜାଗରଣ ମଂଚର କର୍ମଚାରୀମାନେ ଉପସ୍ଥିତ ଥିଲେ ।