BREAKING
ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର“ଭାରତୀୟ ଜ୍ଞାନ ପରମ୍ପରା କେବଳ ଅତୀତର ସ୍ମୃତି ନୁହେଁ, ବରଂ ଏହା ଏକ ଜୀବନ୍ତ ବ୍ୟବସ୍ଥା”

ବରଗଡ଼, ଯାଜପୁର, ନବରଙ୍ଗପୁର ଜୋନାଲ ଚାମ୍ପିଅନ, ଜୋନାଲ ଚାମ୍ପିଅନଙ୍କୁ ୫୦ ହଜାର ପୁରସ୍କାର

ଭୁବନେଶ୍ୱର : ୧୫ ବର୍ଷରୁ କମ୍ ଅନ୍ତଃ ଜିଲ୍ଲା ଫୁଟବଲ ଚାମ୍ପିଅନସିପ୍ ସିଏମ୍ ଟ୍ରଫିରେ ଆଜି କ୍ୱାର୍ଟର ଫାଇନାଲ ଖେଳାଯାଇଥିଲା। ସମ୍ବଲପୁରରେ ବରଗଡ଼, କେନ୍ଦୁଝରରେ ଯାଜପୁର ଏବଂ ବ୍ରହ୍ମପୁପୁରରେ ନବରଙ୍ଗପୁର ଜୋନାଲ ଚାମ୍ପିଅନ ହୋଇ ସେମି ଫାଇନାଲକୁ ଉନ୍ନୀତ ହୋଇଛନ୍ତି। ଭୁବନେଶ୍ଵରରେ ପ୍ରବଳ ବର୍ଷା ଯୋଗୁ ଭୁବନେଶ୍ୱର-କଟକ ମ୍ୟାଚ ସ୍ଥଗିତ ରଖାଯାଇଥିଲା। ଆସନ୍ତାକାଲି ସକା ଏହି ମ୍ୟାଚ୍ ଖେଳାଯିବ।

ସମ୍ବଲପୁରରେ ବରଗଡ଼ ଓ ସମ୍ବଲପୁର ଦଳ ମୁହାଁମୁହିଁ ହୋଇଥିଲେ। ବରଗଡ଼ ଶେଷରେ ୪-୨ ଗୋଲରେ ମ୍ୟାଚ୍ ଜିତି ନେଇଥିଲା। କିନ୍ତୁ ପରାଜିତ ଦଳର ମହମ୍ମଦ ଫରାନ ଶ୍ରେଷ୍ଠ ଖେଳ ପ୍ରଦର୍ଶନ କରିଥିବାରୁ ପୁରସ୍କୃତ ହୋଇଥିଲେ।

କେନ୍ଦୁଝରରେ ଅନୁଗୁଳ ଓ ଯାଜପୁର ଦଳ ମଧ୍ୟରେ କଡ଼ା ଟକ୍ଟର ହୋଇଥିଲା। ମ୍ୟାଚ ସଂଘର୍ଷପୂର୍ଣ୍ଣ ହୋଇଥିଲା। ଶେଷରେ ଯାଜପୁର ୨-୧ ଗୋଲରେ ମ୍ୟାଚ୍ ଜିତି ନେଇଥିଲା । ବିଜୟୀ ଦଳର କୁନା ମାଝୀ ପ୍ଲେୟାର ଅଫ୍ ଦ ମ୍ୟାଚ ବିବେଚିତ କରାଯାଇଥିଲା।

ବ୍ରହ୍ମପୁରରେ କଳାହାଣ୍ଡି ଓ ନବରଙ୍ଗପୁର ମଧ୍ୟରେ ଖେଳ ତୀବ୍ର ପ୍ରତିଦ୍ବନ୍ଦିତାପୂର୍ଣ୍ଣ ହୋଇଥିଲା। ନିର୍ଦ୍ଧାରିତ ସମୟ ମଧ୍ୟରେ ଖେଳ ୧-୧ ଗୋଲରେ ଅମୀମାଂସିତ ରହିବାରୁ ଖେଳ ପେନାଲ୍ଟି, ସୁଟ୍ ଆଉଟ୍‌କୁ ଯାଇଥିଲା। ଏଥିରେ ନବରଙ୍ଗପୁର ୩-୨ ଗୋଲ ବିଜୟୀ ହେଲା। ଅଞ୍ଜୁ – ପାୟେଲ ଶ୍ରେଷ୍ଠ ଖେଳାଳି ହୋଇଥିଲେ।

ସିଏମ୍ ଟ୍ରଫି (୧୫ ବର୍ଷରୁ କମ୍ ଅନ୍ତଃ ଜିଲ୍ଲା ଫୁଟବଲ) ରାଜ୍ୟ କ୍ରୀଡ଼ା ବିଭାଗ ଏବଂ ଓଡ଼ିଶା ଫୁଟବଲ ସଂଘ (ଫାଓ)ର ମିଳିତ ଆନୁକୂଲ୍ୟରେ ଆୟୋଜିତ ହେଉଛି। ୪ଟି ଜୋନରେ ଏହା ଖେଳାଯାଉଛି । ଇତିମଧ୍ୟରେ ଗୋଟିଏ ମ୍ୟାଚ୍‌କୁ ଛାଡି ଅନ୍ୟ ୩ଟି ଭେନ୍ୟୁରେ କାର୍ଟର ଫାଇନାଲ ଶେଷ ହୋଇଛି। ପ୍ରତ୍ୟେକ ଭେନ୍ୟୁରେ ସେମି ଫାଇନାଲରେ ପ୍ରବେଶ କରିଥିବା ଦଳ ଜୋନାଲ ଚାମ୍ପିଅନ ହୋଇଛନ୍ତି। ଉଭୟ ଚାମ୍ପିଅନ ଓ ରନର୍ସଅପ୍‌ଙ୍କ ପାଇଁ ଆୟୋଜକଙ୍କ ପକ୍ଷରୁ ସୁରସ୍କାର ରାଶି ଘୋଷିତ ହୋଇଛି। ଚାମ୍ପିଅନଙ୍କୁ ୫୦ ହଜାର ଏବଂ ରନର୍ସଅପ ଦଳକୁ ୩୦ ହଜାର ଟଙ୍କା ପୁରସ୍କାର ମିଳିବ।