BREAKING
ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର“ଭାରତୀୟ ଜ୍ଞାନ ପରମ୍ପରା କେବଳ ଅତୀତର ସ୍ମୃତି ନୁହେଁ, ବରଂ ଏହା ଏକ ଜୀବନ୍ତ ବ୍ୟବସ୍ଥା”

ଆସନ୍ତା କାଲି(ଶନିବାର) ଖୋଲା ରହିବ ବ୍ୟାଙ୍କ।

ଭୁବନେଶ୍ୱର,୧୪/୫(ବ୍ୟୁରୋ): ରାଜ୍ୟରେ କରୋନା ମହାମାରୀ ମାଡି ମାଡି ଚାଲିଛି । ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ଲକଡାଉନ୍ ଓ ସଟଡାଉନ୍ ଲାଗୁ ହୋଇଛି । ସାପ୍ତାହାନ୍ତ ସଟଡାଉନରେ ଜରୁରୀକାଳୀନ ସେବା ବ୍ୟତୀତ ସବୁ ବନ୍ଦ ରଖାଯାଉଛି । କିନ୍ତୁ ଆସନ୍ତାକାଲି ସଟଡାଉନରେ ବି ରାଜ୍ୟରେ ବ୍ୟାଙ୍କଗୁଡିକ ଖୋଲା ରହିବ ବୋଲି ସୂଚନା ମିଳିଛି । ତେବେ ବଢୁଥିବା କୋଭିଡ୍ ସଂକ୍ରମଣକୁ ଦୃଷ୍ଟିରେ ରଖି ପୂର୍ବରୁ ବ୍ୟାଙ୍କିଙ୍ଗ୍ ସମୟରେ ପରିବର୍ତ୍ତନ କରାଯାଇଛି। ଏବେ ଗ୍ରାହକଙ୍କ ପାଇଁ ବ୍ୟାଙ୍କ ୪ ଘଣ୍ଟା ଖୋଲ ରହୁଛି। ସକାଳ ୧୦ଟାରୁ ଅପରାହ୍ନ ୨ଟା ଯାଏଁ ବ୍ୟାଙ୍କ ଗ୍ରାହକଙ୍କୁ ସେବା ଯୋଗାଇଦିଆଯାଉଛି । କିନ୍ତୁ ପୂର୍ବଭଳି ସକାଳ ୧୦ଟାରୁ ଅପରାହ୍ନ ୪ଟା ଯାଏଁ ବ୍ୟାଙ୍କ ଖୋଲା ରହୁଛି। ମେ ୧୫ ତାରିଖ ତାରିଖ ଯାଏ ଏହି ନୂଆ ସମୟ ଲାଗୁ ହେବ। କରୋନା ସଂକ୍ରମଣ କାରଣରୁ ୫୦ ପ୍ରତିଶତ କର୍ମଚାରୀଙ୍କୁ ନେଇ ବ୍ୟାଙ୍କ କାର୍ଯ୍ୟ ଚାଲିଛି । କର୍ମଚାରୀ ରୋଟେସନ ଆଧାରରେ କାମ କରୁଛନ୍ତି ।