BREAKING
ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର“ଭାରତୀୟ ଜ୍ଞାନ ପରମ୍ପରା କେବଳ ଅତୀତର ସ୍ମୃତି ନୁହେଁ, ବରଂ ଏହା ଏକ ଜୀବନ୍ତ ବ୍ୟବସ୍ଥା”

ବନ୍ଦ ହେଲା ଓଡିଶା ପ୍ରସିଦ୍ଧ ବାଲିଯାତ୍ରା

କଟକ ,୯।୧୧: ଗତବର୍ଷ ଭଳି ଚଳିତ ବର୍ଷ ମଧ୍ୟ କଟକର ଐତିହାସିକ ବାଲିଯାତ୍ରା ହେବ ନାହିଁ। ମହାମାରୀ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି କଟକ ଜିଲା ପ୍ରଶାସନ ବାଲିଯାତ୍ରା ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛି। ଏନେଇ କଟକ ଜିଲାପାଳ ଭବାନୀ ଶଙ୍କର ଚଇନୀ ମଙ୍ଗଳବାର ସୂଚନା ଦେଇଛନ୍ତି।

କରୋନାର ଦୁଇଟି ଲହରରେ ବହୁ ଜନଜୀବନ ହାନି ହୋଇଥିଲା। ଏବେ ତୃତୀୟ ଲହର ଆଶଙ୍କା ଥିବାରୁ ବିଶେଷଜ୍ଞମାନେ ସତର୍କବାଣୀ ଶୁଣାଇଛନ୍ତି। ଏବେଠାରୁ ସତର୍କ ନ ହେଲେ କରୋନା ସଂକ୍ରମଣ ଭୟଙ୍କର ରୂପ ନେଇପାରେ। ଏଣୁ ପରିସ୍ଥିତିକୁ ଦେଖି ବାଲିଯାତ୍ରା ନ କରିବାକୁ କଟକ ଜିଲା ପ୍ରଶାସନ ନିଷ୍ପତ୍ତି ନେଇଛି।