BREAKING
‘ଯୁଧିଷ୍ଠିର ଥିଏଟର’ର ଦ୍ୱିତୀୟ ବାର୍ଷିକ ନାଟ୍ୟୋତ୍ସବରେ ମଞ୍ଚସ୍ଥ ହେଲା ‘ଶୁକ ଶାରୀ କଥା’ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର

ବିଶ୍ୱ ମାତୃ ଦିବସ ଉପଲକ୍ଷେ ସାହିତ୍ୟିକ ବନ୍ଧୁ ପରିବାର ତରଫରୁ ଗୁଗୁଲ୍ ମିଟ୍ ମାଧ୍ୟମରେ କବିତା ଆସର ଅନୁଷ୍ଠିତ

ବାଲେଶ୍ବର,୮/୫(ବ୍ୟୁରୋ):ବାଲଶ୍ୱରର ପ୍ରତିଷ୍ଠିତ ସାହିତ୍ୟିକ ବନ୍ଧୁ ପରିବାର ଅନୁଷ୍ଠାନ ପକ୍ଷରୁ ଆଜିର ବିଶ୍ୱ ମାତୃତ୍ୱ ଦିବସ ଉପଲକ୍ଷେ ମାତୃମଣ୍ଡଳୀଙ୍କ ସମ୍ମାନାର୍ଥେ ଗୁଗୁଲ୍ ମିଟ୍ ମାଧ୍ୟମରେ ଏକ କବିତା ଆସର ଅନୁଷ୍ଠିତ ହୋଇଯାଇଅଛି l ଏହି କାର୍ଯ୍ୟକ୍ରମର ପ୍ରାରମ୍ଭରେ ଅନୁଷ୍ଠାନର ସଦସ୍ୟ ତଥା ସଂଯୋଜକ ଦେବେନ୍ଦ୍ର କୁମାର ନାୟକ ଏବଂ ବିଶେଶ୍ୱର ମାଝୀ ମାଁଙ୍କୁ ନେଇ ସ୍ମରଣିକା ଶାନ୍ତିପାଠ କରିଥିଲେ l ଅନୁଷ୍ଠାନର ସମ୍ପାଦିକା ପ୍ରଣତି ମହାପାତ୍ରଙ୍କ ପୌରହିତ୍ୟ ତଥା ସଂଯୋଜନାରେ ମୁଖ୍ୟ ଅତିଥି ଭାବେ ଓଡିଶା ସାହିତ୍ୟ ଏକାଡେମୀର ସଦସ୍ୟା ରିତାରାଣୀ ନାୟକ ଯୋଗ ଦେଇ ମାଁ ଶବ୍ଦର ତାତ୍ପର୍ଯ୍ୟତା ଦର୍ଶାଇଥିଲେ l ଏହି କବିତା ଆସରକୁ ଅନୁଷ୍ଠାନର ସଂଯୋଜକ ରଞ୍ଜନ କୁମାର ମହାନ୍ତି ସଂଯୋଜନା କରିଥିଲେ ଠିକ ସେହିପରି ଏହି କବିତା ଆସରରେ ଶ୍ରୀମତୀ ରିତା ଅପରାଜିତା ମହାନ୍ତି ସହଯୋଗ ପ୍ରଦାନ କରିଥିଲେ l ଏହି କବିତା ଆସରରେ ପ୍ରିୟମ୍ବଦା ସାମଲ, ସୁସାହିତ୍ୟିକ ତଥା କବି ତ୍ରିନାଥ ପଟ୍ଟନାୟକ, ଦମ୍ବୁରୁଧର ଦାସ, ହରିହର ଭୁକ୍ତା, ପିଙ୍କୁ ରଣବିଡା,ସ୍ନିଗ୍ଧା ସାମନ୍ତରାୟ,ବୈଜୟନ୍ତୀ ସାହୁ, ଅରୁଣ କୁମାର ମହାପାତ୍ର,ସଂହିତା ଦାସ, ତପନ କୁମାର ପଣ୍ଡା, ବୈଷ୍ଣବ ଭୋଇ, ସଞ୍ଜୟ ସାହୁ, ପ୍ରଫୁଲ କୁମାର ଦାସଙ୍କ ସମେତ ବିଭିନ୍ନ ପ୍ରାନ୍ତରୁ କବି ଏବଂ କବିୟତ୍ରୀ ଯୋଗ ଦେଇ କାର୍ଯ୍ୟକ୍ରମକୁ ସରଗରମ୍ କରିଥିଲେ l ପରିଶେଷରେ ଏହି କାର୍ଯ୍ୟକ୍ରମର ସମସ୍ତ କବି ଏବଂ କବିୟତ୍ରୀଙ୍କୁ କବିତା ଆସରରେ ସହଯୋଗ କରିଥିବାରୁ ଅନୁଷ୍ଠାନର ସଦସ୍ୟ ମନୋରମା ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ l