BREAKING
‘ଯୁଧିଷ୍ଠିର ଥିଏଟର’ର ଦ୍ୱିତୀୟ ବାର୍ଷିକ ନାଟ୍ୟୋତ୍ସବରେ ମଞ୍ଚସ୍ଥ ହେଲା ‘ଶୁକ ଶାରୀ କଥା’ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର

ସାତ ମାସର ଗର୍ଭବତୀକୁ ପିଟି ପିଟି ମାରିଦେଲେ

ବଲାଙ୍ଗୀର ,୪ା୪: ବଲାଙ୍ଗୀର ସଦର ଥାନା ଅନ୍ତର୍ଗତ ତଲିଉଡାର ଗ୍ରାମରେ ଜଣେ ୭ ମାସର ଗର୍ଭବତୀ ମହିଳାଙ୍କୁ ପିଟି ପିଟି ମାରି ଦେଇଥିବା ଅଭିଯୋଗ ହୋଇଛି। ଏ ନେଇ ସ୍ବାମୀ ଓ ଶାଶୁଙ୍କ ବିରୋଧରେ ମୃତା ମହିଳାଙ୍କ ପରିବାର ଲୋକେ ସଦର ଥାନାରେ ଅଭିଯୋଗ କରିଛନ୍ତି। ଏ ସଂକ୍ରାନ୍ତରେ ସଦର ଥାନାରେ ଏକ ମାମଲା (୧୪୬/୨୨) ରୁଜୁ କରି ପୋଲିସ ତଦନ୍ତ ଆରମ୍ଭ କରିଛି।
୨୦୨୧ ମସିହାରେ ତଲିଉଡାର ଗ୍ରାମର ବିପିନ ପ୍ରଧାନଙ୍କ ସହ ପାଟଣାଗଡ ଥାନା ଅନ୍ତର୍ଗତ ବନକାବିହାର ଗ୍ରାମର ପୁଷ୍ପାଞ୍ଜଳି ପ୍ରଧାନଙ୍କ ବୈଦିକ ରୀତିରେ ବିବାହ ସମ୍ପନ୍ନ ହୋଇଥିଲା। ବିବାହ ସମୟରେ ପୁଷ୍ପାଞ୍ଜଳିଙ୍କ ପରିବାର ଲୋକେ ବରପକ୍ଷଙ୍କ ଦାବି ଅନୁସାରେ ଯୌତୁକ ଦେଇଥିଲେ। କିଛିଦିନ ଗଲା ପରେ ବିପିନ ଅଧିକ ଯୌତୁକ ଦାବି କରିଥିଲେ। ବିବାହ ସମୟରେ ଏକ ହିରୋହୋଣ୍ଡା ଡିଲକ୍ସ ବାଇକ୍‌ ଦିଆଯାଇଥିଲା। ଏହି ବାଇକ୍‌କୁ ଛୋଟ ବାଇକ୍‌ ଦର୍ଶାଇ ପୁଣି ହିରୋ ଗ୍ଲାମର ବାଇକ୍‌ ମାଗିଥିଲେ। ଏହାପରେ ପୁଷ୍ପାଞ୍ଜଳିଙ୍କ ପରିବାର ଲୋକେ ପୁଣି ଏକ ଗ୍ଲାମର ବାଇକ୍‌ କିଣି ବିପିନଙ୍କୁ ଦେଇଥିଲେ। ପୂର୍ବରୁ ୮ ଲକ୍ଷ ଟଙ୍କାର ଯୌତୁକ ଦିଆଯାଇଥିଲା। ପରେ ପୁଣି ୯୦ ହଜାର ଟଙ୍କା ମାଗିବାରୁ ଦିଆଯାଇଥିଲା ା ଏହାସତ୍ତ୍ୱେ ଝିଅକୁ ଯୌତୁକ ନିର୍ଯାତନା ଦେଇ ମାରି ଦେଇଛନ୍ତି ବୋଲି ପରିବାର ଲୋକେ ଅଭିଯୋଗ କରିଛନ୍ତି। ମୃତା ଯୁବତୀଙ୍କ ମାଆ ଗଣମାଧ୍ୟମକୁ କହିଛନ୍ତି ଯେ, ଝିଅ ୭ ମାସର ଗର୍ଭବତୀ ହୋଇଥିବାରୁ ରବିବାର ତାଙ୍କ ପରିବାର ସହ ଝିଅର ମାମୁଁଘର ଲୋକେ ଝିଅକୁ ପିଠା ଖୁଆଇବାକୁ ଆସିବା କାର୍ଯ୍ୟକ୍ରମ ଥିଲା। ଏନେଇ ସମସ୍ତ ପ୍ରସ୍ତୁତି ସରିଥିଲା। ସକାଳେ ଜ୍ୱାଇଁଘର ଲୋକେ ଖବର ଦେଲେ ଯେ, ପୁଷ୍ପାଞ୍ଜଳି ପଡିଯିବାରୁ ତାଙ୍କୁ ବଲାଙ୍ଗୀର ଭୀମଭୋଇ ମେଡିକାଲ ହସ୍ପିଟାଲକୁ ନିଆଯାଇଛି। ଏଣୁ ପିଠାଖୁଆ ସାମଗ୍ରୀ ନ ଆଣି ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲକୁ ଆସିବାକୁ କହିଥିଲେ। ସେଠାକୁ ଆସିବା ପରେ ଝିଅର ମୃତ୍ୟୁ ହୋଇଥିବା ଜାଣିବାକୁ ପାଇଥିଲେ। କିଭଳି ଭାବେ ପୁଷ୍ପାଞ୍ଜଳିଙ୍କ ମୃତ୍ୟୁ ହେଲା ତାହା ଶାଶୁଘର ଲୋକେ କହି ନ ଥିଲେ। ଏହାପରେ ପରିବାର ଲୋକେ ସଦର ଥାନାକୁ ଯାଇ ପୁଷ୍ପାଞ୍ଜଳିଙ୍କୁ ଯୌତୁକ ପାଇଁ ସ୍ବାମୀ ବିପିନ ଓ ଶାଶୁ ପିଟି ପିଟି ମାରି ଦେଇଥିବା ଅଭିଯୋଗ କରିଛନ୍ତି। ଏନେଇ ଶାଶୁଘର ଲୋକଙ୍କ ମତାମତ ମିଳିପାରିନାହିଁ। ଅଭିଯୋଗ ମିଳିବା ପରେ ଥାନାରେ ମାମଲା ରୁଜୁ ହୋଇ ତଦନ୍ତ ଆରମ୍ଭ ହୋଇଛି ବୋଲି ସଦର ଥାନା ଆଇଆଇସି ଶ୍ରୀକାନ୍ତ ସାହୁ ସୂଚନା ଦେଇଛନ୍ତି।