BREAKING
ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର“ଭାରତୀୟ ଜ୍ଞାନ ପରମ୍ପରା କେବଳ ଅତୀତର ସ୍ମୃତି ନୁହେଁ, ବରଂ ଏହା ଏକ ଜୀବନ୍ତ ବ୍ୟବସ୍ଥା”

ପିପିଲି ଟୋଲ୍ ପ୍ଲାଜା ନିକଟରେ ବୋମା ଭର୍ତ୍ତି ବ୍ୟାଗ୍ ଉଦ୍ଧାର, ପୋଲିସ ତଦନ୍ତ ଆରମ୍ଭ

ପିପିଲି: ପିପିଲି ଟୋଲ୍ ପ୍ଲାଜା ନିକଟବର୍ତ୍ତୀ ଓରକଳ ଗ୍ରାମ ରାସ୍ତା ନିକଟରେ ରାସ୍ତା କଡ଼ରେ ଏକ ବିସ୍ଫୋରକ ଭର୍ତ୍ତି ବ୍ୟାଗ୍ ପରିତ୍ୟକ୍ତ ଅବସ୍ଥାରେ ପଡ଼ିଥିବା ଦେଖିବାକୁ ମିଳିଥିଲା । ପୋଲିସ ପିପିଲି ଟୋଲ୍ ପ୍ଲାଜା ନିକଟରୁ ଏହି ବୋମା ଭର୍ତ୍ତି ବ୍ୟାଗ୍ ଉଦ୍ଧାର ପରେ ସୁରକ୍ଷା ସତର୍କତା ସୂଚନା ଜାରି କରିଥିବା ସୂଚନା ମିଳିଛି।

ମିଳିଥିବା ସୂଚନା ଅନୁଯାୟୀ, ପୁରୀରୁ ଆସିଥିବା ବୋମା ନିଷ୍କ୍ରିୟକାରୀ ଦଳ ସହାୟତାରେ ପିପିଲି ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଞ୍ଚଳକୁ ସୁରକ୍ଷିତ ରଖି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା। ବ୍ୟାଗଟି ଏକ ବୁଦାରେ ଲୁଚାଇ ରଖାଯାଇଥିରୁ ଯେଭଳି କାହାର କିଛି କ୍ଷତି ଏ ଘଟେ ସେଥିପାଇଁ ସତର୍କତାର ସହ ପଦକ୍ଷେପ ନିଆଯାଇଥିଲା।

ପ୍ରାରମ୍ଭିକ ରିପୋର୍ଟ ଅନୁଯାୟୀ ବ୍ୟାଗରେ ପାଞ୍ଚରୁ ଅଧିକ କଞ୍ଚା ବୋମା ରହିଥିବା ଦେଖିବାକୁ ମିଳିଥିଲା। ଉପକରଣଗୁଡ଼ିକୁ ସୁରକ୍ଷିତ ଭାବରେ ନିଷ୍କ୍ରିୟ ଏବଂ ଅପସାରଣ କରାଯାଇଥିଲା । ଏହି ଘଟଣା ସ୍ଥାନୀୟ ଲୋକଙ୍କ ଏବଂ କର୍ତ୍ତୃପକ୍ଷଙ୍କ ମଧ୍ୟରେ ଚିନ୍ତା ସୃଷ୍ଟି କରିଛି।

ସୂତ୍ର ଅନୁସାରେ ବିସ୍ଫୋରକଗୁଡ଼ିକ ମନ୍ଦ ଉଦ୍ଦେଶ୍ୟ ରଖି ରଖାଯାଇଥାଇପାରେ।ବ୍ୟକ୍ତିଗତ ଶତ୍ରୁତା କିମ୍ବା ଯୋଜନାବଦ୍ଧ ଭାବ କାହାକୁ ମରଣାନ୍ତକ ଆକ୍ରମଣ ପାଇଁ ଏହା ରଖାଯାଇଥାଇପରେ ବୋଲି ପୋଲିସ ଅନୁମାନ କରୁଛି । ପୋଲିସ ଏକ ମାମଲା ରୁଜୁ ପରେ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି ଏବଂ ସମ୍ପୃକ୍ତ ବ୍ୟକ୍ତିମାନଙ୍କୁ ଖୋଜିବା ପାଇଁ ପ୍ରୟାସ ଜାରି ରଖିଛି।

ରିପୋର୍ଟ: ଶୁଭସ୍ମିତା ପ୍ରଧାନ