BREAKING
ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର“ଭାରତୀୟ ଜ୍ଞାନ ପରମ୍ପରା କେବଳ ଅତୀତର ସ୍ମୃତି ନୁହେଁ, ବରଂ ଏହା ଏକ ଜୀବନ୍ତ ବ୍ୟବସ୍ଥା”

“ଆୟୁଷ୍ମାନ ବୟୋ ବନ୍ଦନା କାର୍ଡ ଯୋଗୁ ବାପାଙ୍କ ଜୀବନ ରକ୍ଷା ହେଲା”

୪ ମାସରେ ୫.୬୩ ଲକ୍ଷରୁ ଅଧିକ ବରିଷ୍ଠ ନାଗରିକ ଯୋଜନାରେ ପଞ୍ଜୀକୃତ

ଭୁବନେଶ୍ୱର : ୭୦ ବର୍ଷ ବା ତଦୁର୍ଦ୍ଧ୍ଵ  ବୟସ୍କ ବରିଷ୍ଠ ନାଗରିକମାନଙ୍କ ପାଇଁ ଆୟୁଷ୍ମାନ ବୟୋ ବନ୍ଦନା ଯୋଜନା କାର୍ଡ ଏକ ଦୃଢ ଆଶା ବାଡ଼ି ସାବ୍ୟସ୍ତ ହେଇଛି। ବୃଦ୍ଧ ବୟସରେ ଦେୟମୁକ୍ତ ଉଚ୍ଚମାନର ସୁପର ସ୍ପେସାଲିଷ୍ଟ ଚିକିତ୍ସା ନିମନ୍ତେ ଏକ ନିର୍ଭର ଯୋଗ୍ୟ ଭରସା ଆଣିଛି।

ଭୁବନେଶ୍ୱର ମଞ୍ଚେଶ୍ଵର ଅଞ୍ଚଳର ରଙ୍ଗମାଟିଆ ଗ୍ରାମବାସୀ ଶ୍ୟାମ ସୁନ୍ଦର ସାହୁ (୭୨ ବର୍ଷ)ଙ୍କ ଝିଅ ସସ୍ମିତା କୁହନ୍ତି ଆମେ ଏକ ନିମ୍ନ ମଧ୍ୟବିତ୍ତ ପରିବାରର ଲୋକ । ଅଧିକ ବୟସ ହେତୁ ବାପା କାମ ଧନ୍ଦା କରିପାରୁ ନାହାନ୍ତି । ଭାଇ ଘରୋଇ ଫାର୍ମରୁ ଯେତିକି ରୋଜଗାର କରୁଛି  ସେଥିରେ କୌଣସି ପ୍ରକାରେ  ଚଳୁଛୁ । ଚିକିତ୍ସା ବା ଭବିଷ୍ୟତ ପାଇଁ ଟଙ୍କା ସଞ୍ଚୟ କରିବା ଆମ ପରିବାର ପକ୍ଷେ କଷ୍ଟ।

ଚଳିତ ମାସ ୧୨ ତାରିଖ ଦିନ ହଠାତ୍ ବାପାଙ୍କ ଛାତିରେ ଭୀଷଣ ଯନ୍ତ୍ରଣା ହେଲା। ସେ ବଡ଼ ଅସ୍ତବ୍ୟସ୍ତ ହେଲେ। କଣ କରିବୁ କିଛି ବୁଦ୍ଧି ଦିଶିଲାନି । ଏତିକିବେଳେ ଭାଇ ବୟୋ ବନ୍ଦନା କାର୍ଡ କଥା ମନ ପକେଇଦେଲା। କାର୍ଡ ଉପରେ ଭରସା ରଖି ବାପାଙ୍କୁ ଆପୋଲୋ ହସ୍ପିଟାଲ ନେଲୁ। ସେଠାରେ ଡାକ୍ତର ତୁରନ୍ତ ପରୀକ୍ଷା କରି କହିଲେ ଯେ ବାପାଙ୍କ ହାର୍ଟରେ ବ୍ଲକେଜ୍ ହୋଇଛି। କାର୍ଡ ବଳରେ ବାପାଙ୍କର କରୋନାରୀ ଆଞ୍ଜିଓଗ୍ରାମ୍ ହେଲା ଏବଂ ଷ୍ଟେଣ୍ଟ ପ୍ରତିରୋପଣ ହେଲା। ଆବଶ୍ୟକୀୟ ଔଷଧ ଚିକିତ୍ସା ସବୁ ମିଳିଲା। ଏସବୁ ବାବଦରେ ଆମକୁ କୌଣସି ଖର୍ଚ୍ଚ କରିବାକୁ ପଡିଲାନି । ବୟୋ ବନ୍ଦନା କାର୍ଡ ଯୋଗୁ ଜାତୀୟ ସ୍ତରରେ ସୁନାମ ଥିବା ଆପୋଲୋ ହସ୍ପିଟାଲ ଭଳି ବଡ଼ ହସ୍ପିଟାଲରେ ଆମ ବାପାଙ୍କୁ ଅତ୍ୟାଧୁନିକ ଚିକିତ୍ସା ମିଳିଲା । ସଠିକ୍ ସମୟରେ ଚିକିତ୍ସା ମିଳିବାରୁ ବାପାଙ୍କ ଜୀବନ ରକ୍ଷା ହେଲା। ଏହି ଯୋଜନା ପାଇଁ ଆମେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଆମର ମୁଖ୍ୟମନ୍ତ୍ରୀ ମୋହନ ମାଝିଙ୍କୁ କୃତଜ୍ଞତା ଜଣାଉଛୁ।

କେବଳ ଶ୍ୟାମ ସୁନ୍ଦର ସାହୁ ନୁହନ୍ତି, ଏହିପରି ଅନେକ ବୟୋବୃଦ୍ଧ ଲୋକଙ୍କ ପାଇଁ ବୟୋ ବନ୍ଦନା କାର୍ଡ ବର୍ତ୍ତମାନ ଆଶାବାଡି ସାଜିଛି। ପ୍ରାପ୍ତ ସୂଚନାରୁ ଜଣାପଡିଛି, ଚଳିତ ବର୍ଷ ଏପ୍ରିଲ ୧୧ ତାରିଖରୁ ଆରମ୍ଭ ହୋଇଥିବା ଏହି ଯୋଜନାରେ ବର୍ତ୍ତମାନ ସୁଦ୍ଧା ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ୫.୬୩ ଲକ୍ଷରୁ ଅଧିକ ବରିଷ୍ଠ ନାଗରିକ ଏହି ଯୋଜନା ଅନ୍ତର୍ଭୁକ୍ତ ହୋଇଛନ୍ତି। ପ୍ରତିଦିନ ଅଧିକରୁ ଅଧିକ ଲୋକ ଏହି ଯୋଜନାର ଅନଲାଇନ୍ ପୋର୍ଟାଲ(http://beneficiary.nha.gov.in)ରେ ନିଜକୁ ପଞ୍ଜୀକୃତ କରୁଛନ୍ତି  । ଏହି ୪ ମାସ ମଧ୍ୟରେ ୯୭୦୦ରୁ ଅଧିକ ବରିଷ୍ଠ ନାଗରିକ ଏଥିରେ ଦେୟମୁକ୍ତ ଚିକିତ୍ସା ପାଇଛନ୍ତି।