BREAKING
‘ଯୁଧିଷ୍ଠିର ଥିଏଟର’ର ଦ୍ୱିତୀୟ ବାର୍ଷିକ ନାଟ୍ୟୋତ୍ସବରେ ମଞ୍ଚସ୍ଥ ହେଲା ‘ଶୁକ ଶାରୀ କଥା’ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର

ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟରେ ଓଡ଼ିଶା ଜନସେବା ଅଧିକାର ଆଇନ ସମ୍ବନ୍ଧୀୟ ସଚେତନତା କାର୍ଯ୍ୟକ୍ରମ

ଭୁବନେଶ୍ୱର : ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ପ୍ରେକ୍ଷାଳୟରେ ଜାତୀୟ ସେବା ଯୋଜନା ବ୍ୟୁରୋ , CYSD ଓ CMG ଓଡିଶାର ମିଳିତ ଆନୁକୂଲ୍ୟରେ ଓଡ଼ିଶା ଜନସେବା ଅଧିକାର ଆଇନ ସମ୍ବନ୍ଧୀୟ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

ଏହି କାର୍ଯ୍ୟକ୍ରମରେ ରମାଦେବୀ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଚଣ୍ଡି ଚରଣ ରଥ ମୁଖ୍ୟ ଅତିଥି ଭାବେ ଉପସ୍ଥିତ ରହି OTRPSA ଆଇନର ଗୁରୁତ୍ୱ ଓ ଏହା ଓଡ଼ିଶାର ସମସ୍ତ ନାଗରିକଙ୍କ ପାଇଁ କିପରି ସୁବିଧାଜନକ ସେଥିପରେ ଆଲୋକପାତ କରିଥିଲେ।

ଏହି କାର୍ଯ୍ୟକ୍ରମରେ CYSDର ପ୍ରତିଷ୍ଠାତା ଓ ଓଡ଼ିଶାର ପୂର୍ବତନ ସୂଚନା ଆୟୁକ୍ତ ଶ୍ରୀ ଜଗଦାନନ୍ଦ ମୁଖ୍ୟ ବକ୍ତା ଭାବରେ ଅଂଶ ଗ୍ରହଣ କରିଥିଲେ। ସେ ORTPSA ଆଇନର ପାରଦର୍ଶିତା, ଦାୟିତ୍ୱବୋଧ ଓ ପ୍ରାସଙ୍ଗିକତା ବିଷୟରେ ଜାତୀୟ ସେବା ଯୋଜନା ପ୍ରୋଗ୍ରାମ ଅଫିସର ଓ ସ୍ବେଛାସେବୀମାନଙ୍କୁ ଅବଗତ କରାଇଥିଲେ ।

CMG ର ଉପସଂଯୋଜିକା ମିସ୍ ସରିତା କାନୁନ୍ ଗୋ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଆଇନର ସମୟସୀମା, ଅଭିଯୋଗ ନିବାରଣ ପ୍ରକ୍ରିୟା ଓ ପ୍ରାୟୋଗ ବିଷୟରେ ପକ୍ଷରେ ବିସ୍ତୃତ ଆଲୋଚନା କରିଥିଲେ।

ତତ୍ ପରେ ଭିନ୍ନ ଭିନ୍ନ ଜିଲ୍ଲା ଆଧାରରେ ସ୍ବେଛାସେବୀ ମାନଙ୍କୁ ଚାରଟି ଦଳରେ ବିଭକ୍ତ କରାଗଲା ଏବଂ ପ୍ରତ୍ୟେକ ଦଳ ନିଜ-ନିଜ ଭବିଷ୍ୟତ କାର୍ଯ୍ୟଯୋଜନା ପ୍ରସ୍ତୁତ କରି ସାମୁହିକ ଭାବରେ ପ୍ରଦର୍ଶନ କରିଥିଲେ।

ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ଜାତୀୟ ସେବା ଯୋଜନା ବ୍ୟୁରୋର କାର୍ଯ୍ୟକ୍ରମ ସଂଯୋଜିକା ଡ଼. ଅଲିଭା ମହାନ୍ତି କାର୍ଯ୍ୟକ୍ରମର ଆରମ୍ଭରେ ସ୍ୱାଗତ ଉଦ୍ବୋଧନ ଦେଇଥିବାବେଳେ ପରିଶେଷରେ ଜାତୀୟ ସେବା ଯୋଜନା ୟୁନିଟ୍–୧ର କାର୍ଯ୍ୟକ୍ରମ ଅଧିକାରୀ ଡ଼. ଗୀତାଞ୍ଜଳି ନାଏକ ଅନୁଷ୍ଠାନିକ ଭାବେ ଧନ୍ୟବାଦ ଅର୍ପଣ କରିଥିଲେ। ୟୁନିଟ-୨ର କାର୍ଯ୍ୟକ୍ରମ ଅଧିକାରୀ ମିସ୍ ଅଭା ଆୟୁଶ୍ରୀ ସମଗ୍ର କାର୍ଯ୍ୟକ୍ରମଟିର ପରିଚାଳନା କରିଥିଲେ।

ଏହି କାର୍ଯ୍ୟକ୍ରମରେ ରମାଦେବୀ ବିଶ୍ୱବିଦ୍ୟାଳୟ ଏବଂ ଏହାର ସହଭାଗୀ କଲେଜରୁ ପ୍ରାୟ ଦୁଇଶହ ସ୍ବେଛାସେବୀ ଓ କାର୍ଯ୍ୟକ୍ରମ ଅଧିକାରୀମାନେ ସକ୍ରିୟ ଭାବରେ ଅଂଶଗ୍ରହଣ କରିଥିଲେ।