BREAKING
ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର“ଭାରତୀୟ ଜ୍ଞାନ ପରମ୍ପରା କେବଳ ଅତୀତର ସ୍ମୃତି ନୁହେଁ, ବରଂ ଏହା ଏକ ଜୀବନ୍ତ ବ୍ୟବସ୍ଥା”

ଭୁବନେଶ୍ୱର ଅଟୋ ମହାସଂଘର ହକି ବିଶ୍ୱକପ ସ୍ୱାଗତ ରାଲି

ଭୁବନେଶ୍ୱର,୨୭ା୧୨ ଭୁବନେଶ୍ୱର ଅଟୋ ମହାସଂଘ ପକ୍ଷରୁ ହକି ବିଶ୍ୱକପକୁ ସ୍ୱାଗତ ଜଣାଇବା ସହ ଏକ ବିରାଟ ଅଟୋ ରାଲି ଅନୁଷ୍ଠିତ ହୋଇଯାଇଛି । ଏହାକୁ ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା, ମେୟର ସୁଲୋଚନା ଦାସ, କଟକ ମେୟର ସୁବାସ ସିଂହ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦ୍‌ଘାଟନ କରିଥିଲେ । ସଂଘର ସମ୍ପାଦକ ପଦ୍ମନ କୁମାର ସାମଲଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ରାଲି ଆଚାର୍ଯ୍ୟ ବିହାର ସ୍ଥିତ ଅଲ୍ ଓଡିଶା ଅଟୋ ମହାସଂଘ କାର୍ଯ୍ୟାଳୟ ସମ୍ମୁଖରୁ ବାହାରି ବାଣୀବିହାର, ମାଷ୍ଟରକ୍ୟାିନ, ରାଜମହଲ ହୋଇ ଜୟଦେବ ବିହାର ଠାରେ ପହଞ୍ଚି ଥିଲା ।

ଜୟଦେବ ବିହାର ଅଟୋ ସଂଘ କାର୍ଯ୍ୟାଳୟ ପରିସରରେ ଅଟୋ ମହାସଂଘର ପ୍ରତିଷ୍ଠା ଦିବସ ଓ ପୂର୍ବତନ ସମ୍ପାଦକ ସ୍ୱର୍ଗତ ବିମଳ ମହାନ୍ତିଙ୍କ ୧୪ ତମ ଶ୍ରାଦ୍ଧ ବାର୍ଷିକ ଉତ୍ସବ ପାଳିତ ହୋଇଥିଲା । ଅଟୋ ମହାସଂଘର ସଭାପତି ତଥା ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସଭାରେ ମୁଖ୍ୟ ଅତିଥି ଭାବେ କଟକ ମେୟର ସୁବାସ ସିଂହ, ସମ୍ମାନିତ ଅତିଥି ଭାବେ ଟ୍ରାଫିକ ଡିସିପି ଠାକୁର ପ୍ରସାଦ ପାତ୍ର, ସଂଘର କାର୍ଯ୍ୟକାରୀ ସଭାପତି ଆତିଶ କୁମାର ମାର୍ଥା, ଉପସଭାପତି ତଥା ୧ ନମ୍ବର ଓାର୍ଡର କର୍ପୋରେଟର ମିହିର କୁମାର ରାଉତ, ଯୁଗ୍ମ ସମ୍ପାଦକ ନିହାର ରଞ୍ଜନ ସ୍ୱାଇଁ, ଉଠା ଦୋକାନୀ ସଂଘର ସଭାପତି ପ୍ରତାପ କୁମାର ସାହୁ, ଓମଫେଡ୍ ସଂଘର ସଭାପତି ଅଶୋକ କୁମାର ନାୟକ, କଟକ ଅଟୋ ସଂଘର ସମ୍ପାଦକ ଦେବେନ୍ଦ୍ର ପାଣିଗ୍ରାହୀ, ପ୍ରଶାନ୍ତ ରାଉତ, ପ୍ରମୁଖ ଯୋଗଦେଇ ସ୍ୱର୍ଗତ ବିମଳ ମହାନ୍ତିଙ୍କର ସ୍ମୃତି ଚାରଣ କରିଥିଲେ ।

ହକି ବିଶ୍ୱକପ ପାଇଁ ଦେଶ ବିଦେଶରୁ ଅସିଥିବା ଅତିଥି ମାନଙ୍କୁ ଉତ୍ତମ ଯାତ୍ରୀସେବା ଓ ବ୍ୟବହାର ଦେଖାଇବା ପାଇଁ ଅଟୋ ଚାଳକ ମାନଙ୍କୁ ପରାମର୍ଶ ଦେଇଥିଲେ । ଶୃଙ୍ଖଳିତ ଗାଡି ଚଳାଚଳ ଓ ଛକ ମାନଙ୍କରେ ଭିଡ ନ ଜମାଇବା ପାଇଁ ଟ୍ରାଫିକ ଡିସିପି ଶ୍ରୀଯୁକ୍ତ ପାତ୍ର କହିଥିଲେ । ସଂଘର ସାଧାରଣ ସମ୍ପାଦକ ପଦ୍ମନ କୁମାର ସାମଲ ଅତିଥି ପରିଚୟ ପ୍ରଦାନ କରିବା ସହିତ ସ୍ୱାଗତ ଭାଷଣ ରଖିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ସଡକ ପରିବହନ ସଂଘର ସମ୍ପାଦକ ସନ୍ତୋଷ ସାହୁ, କିନ୍ନର ସଂଘର ସଭାପତି ମେନକା ପରିଡା, ଅଟୋ ମହାସଂଘର ନାରାୟଣ ସ୍ୱାଇଁ, ଦେବରାଜ ପରିଡା, ଲିଙ୍ଗରାଜ ସାମନ୍ତସିଂହାର, ବିପିନ ବିହାରୀ ହୋତା, ଧୀରେନ ସ୍ୱାଇଁ, ରାମନାଥ ସୁବୁଦ୍ଧି, ଆଶୀର୍ବାଦ ନାୟକ,ବୁଦ୍ଧିରାମ ସିଂ, କବିନ୍ଦ୍ର ପଶ୍ଚିମକବାଟ ପ୍ରମୁଖ ଉପସ୍ଥିତ ଥିଲେ । ଏହି ଅବସରରେ ନିହାର ରଞ୍ଜନ ସ୍ୱାଇଁଙ୍କ ରଚିତ ନାଟକ ହାଣ୍ଡିଆ ବାଲି ଅତିଥି ମାନଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା । ଏହି ନାଟକ ଜଣେ ଅଟୋ ଚାଳକ ଜୀବନୀ ଉପରେ ରଚିତ ହୋଇଛି । ଯାହା ଆସନ୍ତା ଫେବୃଆରୀ ୧ ତାରିଖରେ ଅଟୋ ଚାଳକ ମାନଙ୍କ ଦ୍ୱରା ମସ୍ଥ ହେବ । ଏହି କାର୍ଯ୍ୟକ୍ରମରେ ୧୫୦ ଅଟୋ ସଂଘର କର୍ମର୍କା ଓ ଚାଳକମାନେ ଉପସ୍ଥିତ ଥିଲେ ।