BREAKING
ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର“ଭାରତୀୟ ଜ୍ଞାନ ପରମ୍ପରା କେବଳ ଅତୀତର ସ୍ମୃତି ନୁହେଁ, ବରଂ ଏହା ଏକ ଜୀବନ୍ତ ବ୍ୟବସ୍ଥା”

ବନ୍ୟା ବିପନ୍ନଙ୍କୁ ରିଲିଫ ବଣ୍ଟନ

ଭୁବନେଶ୍ୱର : ଭୁବନେଶ୍ୱର ଅଟୋ ମହାସଂଘ, ବସ୍ ମାଲିକ ସଂଘ ଓ ଅଲ ଓଡ଼ିଶା ସଡ଼କ ପରିବହନ ସଂଘର ମିଳିତ ସହଯୋଗରେ ଦୁଇଟି ପର୍ଯ୍ୟାୟରେ ରିଲିଫ ବଣ୍ଟନ କରାଯାଇଛି । ପ୍ରଥମ ପର୍ଯ୍ୟାୟରେ ଏକ ୩୩ ଜଣିଆ ଟିମ୍ ପୁରୀ ଜିଲ୍ଲା ଗ୍ରସ୍ଥ କରି କଣାସ ବ୍ଳକ ଅନ୍ତର୍ଗତ ବଡ଼ଶ ପଞ୍ଚାୟତର ଚାରୋଟି ଗ୍ରାମରେ ପ୍ରୟ ୫୦୦ ଲୋକଙ୍କୁ ରିଲିଫ ବଣ୍ଟନ କରିଥିଲେ । ଦ୍ୱିତୀୟ ପର୍ଯ୍ୟାୟରେ ଏକ ୨୦ ଜଣିଆ ଟିମ୍ ଖୋର୍ଦ୍ଧା ଜିଲ୍ଲା ସ୍ଥିତ ବ୍ରଜ ମୋହନ ପୁର ଗ୍ରାମପଞ୍ଚାୟତର ଶରଧାପୁର ଗ୍ରାମରେ ରିଲିଫ ବଣ୍ଟନ କରିଥିଲେ ।

ଅଟୋ ମହାସଂଘର ସାଧାରଣ ସଂପାଦକ ପଦ୍ମନ କୁମାର ସାମଲଙ୍କ ନେତୃତ୍ୱରେ ଗଠିତ ଟିମ୍ ଶୁଖିଲା ଖାଦ୍ୟ ଚୂଡ଼ା, ମୁଢ଼ି, ଗୁଡ଼, ଛତୁଆ, ବିସ୍କୁଟ ଆଦି ସାମଗ୍ରୀ ନେଇ ବଣ୍ଟନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅଟୋ ସଂଘର ବରିଷ୍ଠ ସଦସ୍ୟ, ଅତିଶ କୁମାର ମାର୍ଥା, ପ୍ରଶାନ୍ତ ରାଉତ, ଦେବରାଜ ପରିଡ଼ା, ମିହିର ରାଉତ,ଧୀରେନ ସ୍ୱାଇଁ, ଅମୀତ, ବିମଳ, ରମେଶ, ଅର୍ଶୀବାଦ ନାୟକ, ସଡ଼କ ପରିବହନ ସଂଘର କାର୍ଯ୍ୟକର୍ତ୍ତା ଚନ୍ଦନ ଦାସ, ସନ୍ତୋଷ ସାହୁ, ପ୍ରକାଶ ଚନ୍ଦ୍ର ମହାରଣା, ଦୁର୍ଗା ଚରଣ ସାହୁ, ସରୋଜ ଦାସ, ରବିନ୍ଦ୍ର କୁମାର ମନ୍ତ୍ରୀ, ଲକ୍ଷ୍ମୀଧର ବେହେରା, ଅଜିତ୍ ମେହେର, ଅତୁଲ ମହାନ୍ତି, ରାଜେଶ ରଥ, ବସ ମାଲିକ ସଂଘ କାର୍ଯ୍ୟକର୍ତ୍ତା ଦୟାନିଧି ସ୍ୱାଇଁ, ନିରଞ୍ଜନ ପଟ୍ଟନାୟକ, ବିଶ୍ୱନାଥ ମହାନ୍ତି, ଦିଲ୍ଲୀପ କୁମାର ମିତ୍ର, କାଳନ୍ଦି ମାନସିଂ, ନୃସିଂହ ସାହୁ ସହିତ ଶରଧାପୁର ଗ୍ରାମର ୱର୍ଡ଼ ସଭ୍ୟ ପ୍ରବୀର ଭୁଜବଳ, ଘଣ୍ଟେଶ୍ବର ବରାଳ, ସ୍ୱେଚ୍ଛାସେବୀ ସଞ୍ଜୟ ଜେନା, ଗଦାଧର ଚମ୍ପତି,ରଶ୍ମିରଞ୍ଜନ ବଳିୟାର ସିଂ, ସୁଶାନ୍ତ ପରିଡ଼ା, ଉଗ୍ରେସେନ ମାର୍ଥା ଓ ଗଣେଶ୍ୱର ପ୍ରଧାନ ପ୍ରମୁଖ ସହଯୋଗ କରିଥିଲେ ।