BREAKING
ଓଡ଼ିଶାରେ ପ୍ରାଗୈତିହାସିକ ସଭ୍ୟତାର ପଦଚିହ୍ନ: ମିଳିଲା ଆଦିମ ମଣିଷ ବସବାସର ପ୍ରମାଣ, ବଦଳିଯିବ କି ପୂର୍ବ ଭାରତର ଇତିହାସ?‘ଯୁଧିଷ୍ଠିର ଥିଏଟର’ର ଦ୍ୱିତୀୟ ବାର୍ଷିକ ନାଟ୍ୟୋତ୍ସବରେ ମଞ୍ଚସ୍ଥ ହେଲା ‘ଶୁକ ଶାରୀ କଥା’ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସ

ବାପୁଜୀ ନଗର ଅଟୋ ସ°ଘ ପକ୍ଷରୁ ୭୬ ତମ ସ୍ବାଧିନତା ଦିବସ ପାଳିତ

ଭୁବନେଶ୍ୱର: ବାପୁଜୀ ନଗର ଅଟୋ ସ°ଘ ପକ୍ଷରୁ ବାପୁଜୀ ନଗର ସ୍ଥିତ କାର୍ଯ୍ୟାଳୟ ସମ୍ମୁଖରେ ୭୫ତମ ସ୍ବାଧୀନତା ଦିବସର ପୂର୍ତ୍ତି ଆଜାଦୀ କା ଅମୃତ ମହୋତ୍ସବ ପାଳନ କରିବା ସହ ପବିତ୍ର ୭୬ତମ ସ୍ୱାଧୀନତା ଦିବସ ଉତ୍ସବ ମହା ସମାରୋହରେ ପାଳିତ ହୋଇଯାଇଛି।
ସକାଳୁ ସକାଳୁ ସ°ଘ ପକ୍ଷରୁ ପ୍ରଭାତଫେରୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ସ°ଘର ସମସ୍ତ ଅଟୋ ଚାଳକ ଓ ପରିବହନ କର୍ମଚାରୀ ଯୋଗଦାନ କରି ଦେଶାତ୍ମବୋଧକ ସଙ୍ଗୀତ ଗାନ ସହିତ ଭୁବନେଶ୍ବରର ବିଭିନ୍ନ ସ୍ଥାନ ପରିକ୍ରମା କରିଥିଲେ।
ସ°ଘର ସମ୍ପାଦକ ନାରାୟଣ ସ୍ବାଇଁଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ଜାତୀୟ ପର୍ବରେ ମୁଖ୍ୟ ଅତିଥିଭାବେ ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ଅନ୍ୟ ଅତିଥିମାନଙ୍କ ମଧରେ ରାଜ୍ୟ ତଥା ଭୁବନେଶ୍ୱର ଅଟୋ ମହାସଂଘ ସାଧାରଣ ସମ୍ପାଦକ ପଦ୍ମନ କୁମାର ସାମଲ, କାର୍ଯ୍ୟକାରୀ ସଭାପତି ଜୁନେଦ ଅଲ୍ଲୀ, ଅଟୋମହସଂଘର କର୍ମକର୍ତ୍ତା, ଓଡିଶା ସଡ଼କ ପରିବହନ ସଂଙ୍ଘର କାର୍ଯ୍ୟକର୍ତ୍ତା ବୃନ୍ଦଙ୍କ ସହିତ କର୍ପୋରେଟର, ସମାଜସେବୀ, ଚାମ୍ବରସ ଅଫ କମର୍ଶର କାର୍ଯ୍ୟକର୍ତ୍ତା ଯୋଗ ଦେଇଥିଲେ। ସଙ୍ଘର କାର୍ଯ୍ୟକର୍ତା ଗଦାଧର ପରିଡା, ଚନ୍ଦନ ଦାସ, ଲିଙ୍ଗରାଜ ସାମନ୍ତରାୟ, ଧୀର, ଅମିତ, ସୁରେଶ, ପ୍ରକାଶ, ପ୍ରଧାନ, ଆର୍ତ, ସନ୍ତୋଷ, ନାରଣ, ଦେବରାଜ ଓ ଶତାଧିକ ଅଟୋ ଟ୍ୟାକ୍ସି ମଟର ଚାଳକ ମାନେ ଉପସ୍ଥିତ ଥିଲେ।