BREAKING
ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର“ଭାରତୀୟ ଜ୍ଞାନ ପରମ୍ପରା କେବଳ ଅତୀତର ସ୍ମୃତି ନୁହେଁ, ବରଂ ଏହା ଏକ ଜୀବନ୍ତ ବ୍ୟବସ୍ଥା”

ଆଳି ଥାନା ଅଧିକାରୀ ଓ ଏସଆଇଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ହାଇକୋର୍ଟ ଙ୍କ ନିର୍ଦ୍ଦେଶ

ଆଳି,୨୪ା୧୨(ବ୍ୟୁରୋ): ଆଳି ଥାନା ଅଞ୍ଚଳର ୨ ସାମ୍ବାଦିକଙ୍କୁ ପୋଲିସ ଗିରଫ ଘଟଣାରେ ଆଇଆଇସି, ଏସ୍‌ଆଇଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଲାଗି ହାଇକୋର୍ଟ କେନ୍ଦ୍ରାପଡ଼ା ଏସ୍‌ପିଙ୍କୁ ଗୁରୁବାର ନିର୍ଦ୍ଦେଶ ଦେଇଛନ୍ତି। ନଭେମ୍ବର ୨୮ରେ ଆଳି ଅଞ୍ଚଳର ଶୁଭାଶିଷ ଷଡଙ୍ଗୀ ଓ ସାମ୍ବାଦିକ ଦୁଷ୍ମନ୍ତ ଆଚାର୍ଯ୍ୟ ଆଠକୋଣିଆ ଛକ ନିକଟରେ ଏକ ଗୋରୁ ଚାଲାଣ ଗାଡ଼ି ଅଟକାଇ ଥାନାକୁ ଖବର ଦେଇଥିଲେ। ପୋଲିସ ନ ଆସିବାରୁ ସେମାନେ ଥାନାକୁ ଯାଇଥିଲେ। ସେଠାରେ ଆଇଆଇସି ଓ ଏସ୍‌ଆଇ ସେମାନଙ୍କ କଥା ନ ଶୁଣି ଓଲଟା ମାଡମାରି ହାଜତରେ ପୁରାଇଥିଲେ। ଏହି ସମୟରେ ଅନ୍ୟ ଜଣେ ସ୍ଥାନୀୟ ଲୋକେ ତାଙ୍କ ସହ ଥିବାରୁ ତାଙ୍କୁ ମଧ୍ୟ ପୋଲିସ ଗିରଫ କରିଥିଲା। ୩ ଜଣଙ୍କ ମଧ୍ୟରୁ ଜଣେ ବ୍ୟକ୍ତିଙ୍କ ସ୍ତ୍ରୀ ଥାନାକୁ ଯାଇଥିଲେ। ପୋଲିସ ତାଙ୍କୁ ମଧ୍ୟ ଦୁର୍ବ୍ୟବହାର କରିଥିଲା। ସେ ଥାନାରେ ୨୯ ତାରିଖରେ ଅଭିଯୋଗ କରିଥିଲେ। ସୁଫଳ ନ ପାଇ ଏସ୍‌ପିଙ୍କୁ ଜଣାଇଥିଲେ। ଶେଷରେ ସେ ଆଇନଜୀବୀଙ୍କ ସହ ଯୋଗାଯୋଗ କରିଥିଲେ। ଆଇନଜୀବୀ ବ୍ୟୋମକେଶ ତ୍ରିପାଠୀ ଏନେଇ ହାଇକୋର୍ଟରେ ମାମଲା ଦାଏର କରିଥିଲେ। ମାମଲାର ବିଚାର ହାଇକୋର୍ଟଙ୍କ ଏକ ଖଣ୍ଡପୀଠ ଉକ୍ତ ରାୟ ଶୁଣାଇଛନ୍ତି। ଘଟଣାରେ କ’ଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ୪ ସପ୍ତାହ ମଧ୍ୟରେ ଜଣାଇବା ପାଇଁ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଥିବା ବ୍ୟୋମକେଶ କହିଛନ୍ତି।