BREAKING
ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର“ଭାରତୀୟ ଜ୍ଞାନ ପରମ୍ପରା କେବଳ ଅତୀତର ସ୍ମୃତି ନୁହେଁ, ବରଂ ଏହା ଏକ ଜୀବନ୍ତ ବ୍ୟବସ୍ଥା”

ମହଙ୍ଗା ହେବ ଏଟିଏମ କାରବାର

ନୂଆଦିଲ୍ଲୀ,୩ା୧୨: ନୂଆବର୍ଷରୁ ଏଟିଏମ୍‌ ବ୍ୟବହାର ମହଙ୍ଗା ହେବାକୁ ଯାଉଛି। ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ୨୦୨୨ ଜାନୁୟାରୀ ୧ରୁ ଏଟିଏମ୍‌ କାରବାରର ଚାର୍ଜ ବଢ଼ାଇବା ପାଇଁ ଅନୁମତି ଦେଇଛି। ବ୍ୟାଙ୍କ ପକ୍ଷରୁ ଦିଆଯାଉଥିବା ମାଗଣା କାରବାର ବ୍ୟବହାର ପରେ ଆଉ ଅଧିକ କାରବାର କଲେ ବ୍ୟାଙ୍କକୁ ପୂର୍ବ ଅପେକ୍ଷା ଏବେ ଅଧିକ ଟଙ୍କା ଦେବାକୁ ପଡ଼ିବ ।

ଆରବିଆଇର ବିଜ୍ଞପ୍ତି ଅନୁସାରେ, ବର୍ତ୍ତମାନ ସବୁ କାରବାରରେ ବ୍ୟାଙ୍କ ୨୦ ଟଙ୍କା ନେଉଛି । ତେବେ ଏହା ୧ ଜାନୁୟାରୀ ୨୦୨୨ରୁ ବ୍ୟାଙ୍କ ୨୧ ଟଙ୍କା ନେବ । ବ୍ୟାଙ୍କ ଗ୍ରାହକଙ୍କୁ ପ୍ରତି ମାସରେ ସେହି ବ୍ୟାଙ୍କର ଏଟିଏମ୍‌ରୁ ପାଞ୍ଚଟି ମାଗଣା କାରବାର ପାଇଁ ଅନୁମତି ଦେଇଥାଏ । ଅନ୍ୟ ବ୍ୟାଙ୍କରୁ ମାଗଣା କାରବାରର ଲିମିଟ୍‌ ଆପଣ କେଉଁ ସହରରେ ରହୁଛନ୍ତି ତାହା ଉପରେ ନିର୍ଭର କରିଥାଏ। ମେଟ୍ରୋ ସହରରେ ରହୁଥିବା ବ୍ୟାଙ୍କ ଗ୍ରାହକମାନେ ଅନ୍ୟ ବ୍ୟାଙ୍କର ଏଟିଏମ୍‌ରୁ ପ୍ରତି ମାସରେ ମାତ୍ର ୩ ଥର କାରବାର କରିପାରିବେ।