BREAKING
‘ଯୁଧିଷ୍ଠିର ଥିଏଟର’ର ଦ୍ୱିତୀୟ ବାର୍ଷିକ ନାଟ୍ୟୋତ୍ସବରେ ମଞ୍ଚସ୍ଥ ହେଲା ‘ଶୁକ ଶାରୀ କଥା’ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର

ବିକଶିତ ଓଡ଼ିଶା ଓ ବିକଶିତ ଭାରତ ଗଠନ ପାଇଁ ସମସ୍ତେ ମିଳିମିଶି ନିଷ୍ଠାପର ଭାବେ କାର୍ଯ୍ୟକରିବାକୁ ରାଜ୍ୟପାଳଙ୍କ ଆହ୍ୱାନ

ସ୍ୱାଧୀନତା ଦିବସ ଅବସରରେ ରାଜ ଭବନରେ ଆଟ୍-ହୋମ୍ ଅନୁଷ୍ଠିତ

ଭୁବନେଶ୍ୱର :  ୭୯ତମ ସ୍ୱାଧୀନତା ଦିବସ ଅବସରରେ ଅପରାହ୍ନରେ ମାନ୍ୟବର ରାଜ୍ୟପାଳ ଡ. ହରି ବାବୁ କମ୍ଭମ୍ପାଟିଙ୍କ ସୌଜନ୍ୟରେ ରାଜଭବନର ନ୍ୟୁ ଅଭିଷେକ ହଲ୍ ଠାରେ ଆଟ୍-ହୋମ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟପାଳଙ୍କ ଆମନ୍ତ୍ରଣ କ୍ରମେ ସମାଜର ବିଭିନ୍ନ ବର୍ଗର ବିଶିଷ୍ଟ ବ୍ୟକ୍ତିବିଶେଷ ଉକ୍ତ କାର୍ଯ୍ୟକ୍ରମରେ ଯୋଗଦାନ କରିଥିଲେ। ଏହି ଅବସରରେ ରାଜ୍ୟପାଳ ଡ. କମ୍ଭମ୍ପାଟି ସମସ୍ତଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଥିଲେ। ରାଜ୍ୟପାଳ ବିଭିନ୍ନ ବର୍ଗର ଅତିଥିମାନଙ୍କ ସହ ମିଶିବା ସହିତ ଭାବବିନିମୟ କରିଥିଲେ। ଏହି ଅବସରରେ ରାଜ୍ୟପାଳ ଏକ ବାର୍ତ୍ତାରେ ବିକଶିତ ଓଡ଼ିଶା ଓ ବିକଶିତ ଭାରତ ଗଠନ ପାଇଁ ସମସ୍ତେ ମିଳିମିଶି ନିଷ୍ଠାପର ଭାବେ କାର୍ଯ୍ୟକରିବାକୁ ଆହ୍ୱାନ ଜଣାଇଛନ୍ତି।

ମାନ୍ୟବର ରାଜ୍ୟପାଳଙ୍କ ସହଧର୍ମିଣୀ ତଥା ରାଜ୍ୟର ପ୍ରଥମ ମହିଳା ଶ୍ରୀମତୀ ଜୟଶ୍ରୀ କମ୍ଭମ୍ପାଟି, ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ସହଧର୍ମିଣୀ ଡ. ପ୍ରିୟଙ୍କା ମାର୍ଣ୍ଡି, ଓଡ଼ିଶା ବିଧାନସଭାର ମାନ୍ୟବର ବାଚସ୍ପତି ଶ୍ରୀମତୀ ସୁରମା ପାଢ଼ୀ ଉକ୍ତ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ।

ଏତଦ୍ବ୍ୟତୀତ ଓଡ଼ିଶାର ମାନ୍ୟବର ଆଇନ୍, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ମାନ୍ୟବର ବିଧାୟକ, ସ୍ୱାଧୀନତା ସଂଗ୍ରାମୀ, ପଦ୍ମ ପୁରସ୍କାର ବିଜେତା, ରାଜନୈତିକ ଦଳର କର୍ମକର୍ତ୍ତା / ବ୍ୟକ୍ତି ବିଶେଷ, ରାଜ୍ୟ ପ୍ରଶାସନର ବରିଷ୍ଠ ଅଧିକାରୀ, ବିଭିନ୍ନ ବୈଧାନିକ ସଂସ୍ଥାର ମୂଖ୍ୟ ଏବଂ କର୍ମକର୍ତ୍ତା, ଅବସର ପ୍ରାପ୍ତ ବରିଷ୍ଠ ଅଧିକାରୀ, ପ୍ରତିରକ୍ଷା ବିଭାଗର ପଦାଧିକାରୀ ଏବଂ ଅବସର ପ୍ରାପ୍ତ ବରିଷ୍ଠ ପଦାଧିକାରୀ, ଶିକ୍ଷାବିତ, ବୁଦ୍ଧିଜୀବୀ, ସମାଜସେବୀ, ଗଣମାଧ୍ୟମର ପ୍ରତିନିଧି, କ୍ରୀଡ଼ାବିତ୍, ସାରସ୍ୱତ ସ୍ରଷ୍ଟା, କଳାକାର ଓ ଶିଳ୍ପୀ, କର୍କଟ ରୋଗରୁ ମୁକ୍ତ ବ୍ୟକ୍ତି, ପିଭିଟିଜି ବର୍ଗର ବ୍ୟକ୍ତି ବିଶେଷ, ସରକାରଙ୍କ ବିଭିନ୍ନ ଯୋଜନାର ହିତାଧିକାରୀ ପ୍ରମୁଖ ଆଟ୍-ହୋମ୍ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ।