BREAKING
ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର“ଭାରତୀୟ ଜ୍ଞାନ ପରମ୍ପରା କେବଳ ଅତୀତର ସ୍ମୃତି ନୁହେଁ, ବରଂ ଏହା ଏକ ଜୀବନ୍ତ ବ୍ୟବସ୍ଥା”

କେନ୍ଦୁପତ୍ର ତୋଳାଳିଙ୍କ ପାଇଁ ସହାୟତା, ₹୪୧.୧୭ କୋଟି ଟଙ୍କାର ବୃହତ୍ ପ୍ୟାକେଜ୍ ପ୍ରଦାନ

ଭୁବନେଶ୍ୱର: କେନ୍ଦୁପତ୍ର ତୋଳାଳି, ବାଇଣ୍ଡର୍ ଏବଂ ଋତୁକାଳୀନ କର୍ମଚାରୀଙ୍କ ସମ୍ମାନିତ ଜୀବିକାକୁ ସୁଦୃଢ଼ କରିବା ପାଇଁ ଓଡ଼ିଶା ସରକାର ଏକ ଦୃଢ଼ ମାନବିକ ପଦକ୍ଷେପ ଗ୍ରହଣ କରିଛି। ମୁଖ୍ୟମନ୍ତ୍ରୀ କେନ୍ଦୁପତ୍ର କଲ୍ୟାଣ ପାଣ୍ଠିରୁ ୨୦୨୪ ଫସଲ ବର୍ଷ ଏବଂ ୨୦୨୫-୨୬ ଅର୍ଥବର୍ଷ ପାଇଁ ମୋଟ ୪୧.୧୭ କୋଟି ଟଙ୍କା ବିତରଣ କରାଯାଇଛି।

କେନ୍ଦୁପତ୍ର ତୋଳାଳିଙ୍କ ପାଇଁ ବୃହତ୍ ସହାୟତା ଭାବେ ଆଜି ସୁଦ୍ଧା ୮,୫୯,୭୨୭ ଜଣ କେନ୍ଦୁପତ୍ର ତୋଳାଳିଙ୍କୁ ନିମ୍ନଲିଖିତ ସୁବିଧା ପାଇଁ ଚପଲ – ଏକକ ପିଛା ₹୧୬୦, କେରି ବହନକାରି କପଡ଼ା – ଏକକ ପିଛା ₹୨୦୦ ଏବଂ ହେଡ୍ କ୍ୟାପ – ଏକକ ପିଛା ₹୧୦୦ ହିସାବରେ ମୋଟ ₹୩୯,୫୪,୭୪,୪୨୦.୦୦ ଟଙ୍କା ଜମା କରାଯାଇଛି। ଏହା କେନ୍ଦୁପତ୍ର ତୋଳାଳିଙ୍କ ଶ୍ରମ ଏବଂ ମୂଲ୍ୟବାନ ଅବଦାନ ପ୍ରତି ରାଜ୍ୟ ସରକାରଙ୍କ ଗଭୀର ସମ୍ମାନର ପ୍ରତୀକ।

ସେହିପରି ୧୮୭୬୮ ଜଣ ବାଇଣ୍ଡରଙ୍କୁ କମ୍ବଳ ଓ ମଶାରି ପାଇଁ ୟୁନିଟ ପିଛା ୭୦୦ ଟଙ୍କା ହିସାବରେ ୧,୩୧,୩୭,୬୦୦.୦୦ ଟଙ୍କା ପ୍ରଦାନ କରାଯିବା ସହିତ  ୧୬୨୩୭ ଜଣ ଋତୁକାଳୀନ କର୍ମଚାରୀଙ୍କୁ ୟୁନିଟ ପିଛା ୧୦୦ ଟଙ୍କା ହାରରେ ୧୬,୨୩,୭୦୦.ଟଙ୍କା ମଧ୍ୟ୍ୟ ପ୍ରଦାନ କରାଯାଇଛି।

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଦୃଢ଼ ନେତୃତ୍ୱ ଓ ସଫଳ କଲ୍ୟାଣକାରି ପଦକ୍ଷେପ  ଏବଂ ଜଙ୍ଗଲ ଓ ପରିବେଶ, ଶ୍ରମ ଓ ରାଜ୍ୟ କର୍ମଚାରୀ ବୀମା ବିଭାଗର ମନ୍ତ୍ରୀ ଶ୍ରୀ ଗଣେଶ ରାମ ସିଂହ ଖୁଣ୍ଟିଆଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଏହି ଯୋଜନାଗୁଡ଼ିକ ନିର୍ଣାୟକ ଭୂମିକା ନେଇଛି।

ଏହି ବୃହତ୍ କଲ୍ୟାଣ ପ୍ୟାକେଜ୍ ରାଜ୍ୟର କେନ୍ଦୁପତ୍ର ଆଧାରିତ ଶ୍ରମଜୀବୀଙ୍କ ସୁଯୋଗ-ସୁବିଧା, ସୁରକ୍ଷା ଏବଂ ସାମାଜିକ ସମ୍ମାନକୁ ନୂତନ ଉଚ୍ଚତାକୁ ନେଇଯାଉଛି। ସରକାରଙ୍କ ଏହି ପ୍ରୟାସ ତାଙ୍କ ଜୀବିକାକୁ ସମୃଦ୍ଧ ବନାଇବା ସହିତ ସମାଜର ଦୃଢ଼ ଅର୍ଥନୈତିକ ଭିତି ଗଢ଼ିବାରେ ସହାୟକ ହେବ।