BREAKING
ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର“ଭାରତୀୟ ଜ୍ଞାନ ପରମ୍ପରା କେବଳ ଅତୀତର ସ୍ମୃତି ନୁହେଁ, ବରଂ ଏହା ଏକ ଜୀବନ୍ତ ବ୍ୟବସ୍ଥା”

ଏସୀୟ ଦୌଡ଼କୁଦ ପ୍ରତିଯୋଗିତା: ୨୦୦ ମିଟର ଫାଇନାଲରେ ଜାତୀୟ ରେକର୍ଡ ସହ ଅନିମେଷଙ୍କୁ କାଂସ୍ୟ, ରିଲେରେ ଶ୍ରାବଣୀଙ୍କୁ ମିଳିଲା ରୌପ୍ୟ ପଦକ

୮ ସ୍ବର୍ଣ୍ଣ ସହ ୨୪ ପଦକ ଜିତି ଭାରତ ଦ୍ବିତୀୟ

ଭୁବନେଶ୍ବର: ଦକ୍ଷିଣ କୋରିଆର ଗୁମିରେ ଆୟୋଜିତ ଏସୀୟ ଦୌଡ଼କୁଦ ପ୍ରତିଯୋଗିତାରେ ଶନିବାର ୨୦୦ ମିଟର ଫାଇନାଲ୍‌ ରେସ୍‌କୁ ଅନିମେଷ ୨୦.୩୨ ସେକେଣ୍ଡ୍‌ରେ ଶେଷ କରି ଓଡ଼ିଶାର ଧାବକ ଅନିମେଷ କୁଜୁର ପୁଣି ଥରେ ଜାତୀୟ ରେକର୍ଡର ଅଧିକାରୀ ହୋଇଛନ୍ତି। ଶନିବାର ୨୦୦ ମିଟର ଫାଇନାଲ୍‌ ରେସ୍‌କୁ ଅନିମେଷ ୨୦.୩୨ ସେକେଣ୍ଡ୍‌ରେ ଶେଷ କରି ନୂଆ ଜାତୀୟ ରେକର୍ଡ ସହ କାଂସ୍ୟ ପଦକ ଜିତିଥିଲେ ଏବଂ ନିଜ ନାମରେ ଥିବା ୨୦.୪୦ ଦ୍ଵିତୀୟ ଜାତୀୟ ରେକର୍ଡକୁ ଏଠାରେ ଅତିକ୍ରମ କରିଥିଲେ। ସେ ମାତ୍ର ୦.୦୧ ସେକେଣ୍ଡ ପାଇଁ ରୌପ୍ୟରୁ ବଞ୍ଚିତ ହୋଇଥିଲେ ଏବଂ ଚଳିତ ବର୍ଷ ଫେଡେରେସନ୍‌ କପ୍‌ରେ ସେ ଏହି ରେକର୍ଡ କରିଥିଲେ।

ଏହି ପଦକ ସହ ଅନିମେଷ ଦ୍ବିତୀୟ ଭାରତୀୟ ଭାବେ ଏସୀୟ ଦୌଡ଼କୁଦ ପ୍ରତିଯୋଗିତାର ୨୦୦ ମିଟର ଦୌଡ଼ରେ ପଦକ ଜିତିବାର ଗୌରବ ପାଇଛନ୍ତି। ୨୦୧୫ରେ ଧରମବୀର ସିଂହ ପ୍ରଥମ ଭାରତୀୟ ଭାବେ ଏହି ସଫଳତା ହାସଲ କରିଥିଲେ।

ଅନିମେଷ କୁଜୁର ଏହି ଐତିହାସିକ ସଫଳତା ପାଇବା ପରେ କହିଛନ୍ତି ଯେ ବଡ଼ ଅନ୍ତର୍ଜାତୀୟ ପ୍ରତିଯୋଗିତାରେ କାଂସ୍ୟ ପଦକ ଜିତିଥିବାରୁ ଗର୍ବ ଅନୁଭବ କରୁଛି। ‌ଶନିବାର ମାନସିକ ସ୍ତରରେ ମୁଁ ବେଶ୍ ଦୃଢ଼ ଓ ଆତ୍ମବିଶ୍ବାସରେ ଭରପୂର ଥିଲି। ମୋ ଦକ୍ଷତା ଉପରେ ମୋର ସପୂର୍ଣ୍ଣ ଭରସା ଥିଲା। ପୁଣି ଥରେ ଜାତୀୟ ରେକର୍ଡ କରି ବହୁତ ଖୁସି ଲାଗୁଛି। ଏହା କେବଳ ଆରମ୍ଭ ମାତ୍ର। ଆଗକୁ ସଫଳତାର ଆହୁରି ନୂଆସ୍ତର ଛୁଇଁବାକୁ ଚାହୁଛି।

ଅପର ପକ୍ଷରେ ଅନିମେଷଙ୍କ ଏହି ପ୍ରଦର୍ଶନ ଲାଗି ଓଡ଼ିଶା ରିଲାଏନ୍ସ ଆଥଲେଟିକ୍ସ ଏଚ୍‌ପିସିର ମୁଖ୍ୟ ପ୍ରଶିକ୍ଷକ ମାର୍ଟିନ ଓଏନ୍ସ ଭୂୟସୀ ପ୍ରଶଂସା କରିଛନ୍ତି।


ଦକ୍ଷିଣ କୋରିଆର ଗୁମିରେ ଆୟୋଜିତ ଏସୀୟ ଦୌଡ଼କୁଦ ପ୍ରତିଯୋଗିତାରେ ଶନିବାର ୨୦୦ ମିଟର ଫାଇନାଲ୍‌ ରେସ୍‌ ଇଭେଣ୍ଟରେ ଅନିମେଷ କୁଜୁରଙ୍କ ଠାରୁ ଆଗରେ ରହି ଜାପାନର ତୋୱା ଉଜୱା (୨୦.୧୨ ସେକେଣ୍ଡ) ମିଟ୍‌ ରେକର୍ଡ ସହ ସ୍ବର୍ଣ୍ଣ ଏବଂ ସାଉଦି ଆରବର ଅବଦୁଲଅଜିଜ ଅତାଫି (୨୦.୩୧ ସେକେଣ୍ଡ) ରୌପ୍ୟ ପଦକ ଜିତିଥିଲେ।

ଦ୍ବିତୀୟ ଓଡ଼ିଶା ଖେଳାଳି ଭାବେ ଶ୍ରାବଣୀ ନନ୍ଦ ରୌପ୍ୟ ପଦକ ଜିତି ରାଜ୍ୟ ପାଇଁ ଗୌରବ ଆଣିଛନ୍ତି। ଶ୍ରାବଣୀ, ଅଭିନୟା ରାଜରାଜନ, ‌ସ୍ନେହା ଏସ୍‌ଏସ୍‌ ଓ ନିତ୍ୟା ଗାନ୍ଧେଙ୍କୁ ନେଇ ଗଠିତ ଭାରତୀୟ ୪ଗୁଣା ୧୦୦ ମିଟର ‌ରିଲେ ଦଳ ଋତୁ ଶ୍ରେଷ୍ଠ ସମୟ ୪୩.୮୬ ସେକେଣ୍ଡରେ ରେସ୍‌ ଶେଷ କରି ରୌପ୍ୟ ପଦକ ପାଇଥିଲେ। ଚୀନ୍‌ (୪୩.୨୮ ସେକେଣ୍ଡ) ସ୍ବର୍ଣ୍ଣ ଏବଂ ଥାଇଲାଣ୍ଡ (୪୪.୨୬ ସେକେଣ୍ଡ) କାଂସ୍ୟ ପଦକ ଜିତିଥିଲେ।

ଅନିମେଷ ଓ ଶ୍ରାବଣୀଙ୍କ ସଫଳତା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ସେମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସେହିଭଳି ଭାରତୀୟ ମହିଳା ରିଲେ ଦଳର ସମସ୍ତ ଖେଳାଳିଙ୍କୁ ଅଭିନନ୍ଦନ ଜଣାଇବା ସହ ସେମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି।
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି ଯେ ଦକ୍ଷିଣ କୋରିଆର ଗୁମିରେ ଚାଲିଥିବା ଏସୀୟ ଦୌଡ଼କୁଦ ପ୍ରତିଯୋଗିତାର ମହିଳା ୪ × ୧୦୦ ମିଟର ରିଲେ ରେସରେ ରୌପ୍ୟ ପଦକ ଜିତିଥିବା ମହିଳା ଦଳକୁ ମୋର ଶୁଭେଚ୍ଛା। ଏଥିସହ ଦଳରେ ଥିବା ଓଡ଼ିଶା ମାଟିର ସୁକନ୍ୟା ଓଡ଼ିଆ ଧାବିକା ଶ୍ରାବଣୀ ନନ୍ଦଙ୍କୁ ମଧ୍ୟ ହାର୍ଦ୍ଦିକ ଅଭିନନ୍ଦନ ଜଣାଉଛି। ଆପଣଙ୍କର ଏହି ଉପଲବ୍ଧି ଓଡ଼ିଶା ପାଇଁ ନିଶ୍ଚୟ ଗର୍ବ ଓ ଗୌରବର ବିଷୟ। ଆପଣଙ୍କ ପରିଶ୍ରମ, ଅଦମ୍ୟ ଇଚ୍ଛାଶକ୍ତି ଏବଂ କ୍ରୀଡ଼ା ପ୍ରତି ଆଗ୍ରହ ଆଗାମୀ ପିଢ଼ିକୁ ପ୍ରେରଣା ଦେବ। ସମସ୍ତଙ୍କ ଉଜ୍ଜ୍ୱଳ ଭବିଷ୍ୟତ ଓ ଉତ୍ତରୋତ୍ତର ଉନ୍ନତି କାମନା କରୁଛି।


ଏସୀୟ ଦୌଡ଼କୁଦରେ ଐତିହାସିକ ସଫଳତା ହାସଲ କରି ଆମ କ୍ରୀଡ଼ାବିତ୍‌ମାନେ ଆମ ପାଇଁ ଗର୍ବ ଓ ଗୌରବ ଆଣିଛନ୍ତି। ସେମାନଙ୍କ ପାଇଁ ଆମେ ଅତ୍ୟନ୍ତ ଗର୍ବିତ। ଆଜିର ଏହି ସଫଳତା ଭବିଷ୍ୟତର ସମସ୍ତ କ୍ରୀଡ଼ାବିତ୍‌ମାନଙ୍କୁ ନିଶ୍ଚିତ ଭାବେ ପ୍ରୋତ୍ସାହିତ କରିବ। ଏଥିସହିତ ଓଡ଼ିଶାରେ ବିଶେଷଭାବରେ ମହିଳା କ୍ରୀଡ଼ାବିତ୍‌ମାନେ କ୍ରୀଡ଼ା କ୍ଷେତ୍ରରେ ନିଜର ଭବିଷ୍ୟତ ନିର୍ମାଣ କରିବା ନିମନ୍ତେ ପ୍ରେରିତ ହେବେ।

ଦକ୍ଷିଣ କୋରିଆର ଗୁମିରେ ଆୟୋଜିତ ଏସୀୟ ଦୌଡ଼କୁଦ ପ୍ରତିଯୋଗିତାରେ ଏହି ଦୁଇ ପଦକ ସହ ଭାରତକୁ ଶନିବାର ୩ ଲେଖାଏଁ ରୌପ୍ୟ ଓ କାଂସ୍ୟ ମିଳିଛି। ଅନ୍ୟ ଦୁଇ ରୌପ୍ୟ ପଦକ ପୁରୁଷ ଜାଭ୍‌ଲିନ୍‌ରେ ସଚିନ ୟାଦବ, ମହିଳା ୫୦୦୦ ମିଟରରେ ପାରୁଲ ଚୌଧୁରୀ ଜିତିଥିଲେ। ସଚିନ (୮୫.୧୬ ମିଟର) ବ୍ୟକ୍ତିଗତ ଶ୍ରେଷ୍ଠ ସହ ରୌପ୍ୟ ପାଇଥଲେ। ଅଲିମ୍ପିକ୍ସ ବିଜେତା ପାକିସ୍ତାନର ଅର୍ସଦ ନଦୀମ (୮୬.୪୦ ମିଟର) ‌ସ୍ବର୍ଣ୍ଣ ଏବଂ ଜାପାନର ୟୁତା ସାକିୟ‌ାମା (୮୩.୭୫ ମିଟର) କାଂସ୍ୟ ଜିତିଥିଲେ।
ପାରୁଲ ୧୫:୧୫.୩୩ ସେକେଣ୍ଡରେ ରେସ୍‌ ଶେ‌ଷ କରି ଦ୍ବିତୀୟ ସ୍ଥାନରେ ରହିଥିଲା ବେଳେ କାଜାଖସ୍ତାନର ନୋରା ଜେରୁଟୋ ତନୁଇ (୧୩:୫୮.୭୧) ସ୍ବର୍ଣ୍ଣ ଏବଂ ଜାପାନର ୟୁମା ୟାମାମୋତୋ (୧୫:୧୬.୮୬) କାଂସ୍ୟ ପାଇଛନ୍ତି। କାଂସ୍ୟ ପଦକ ଦ୍ବୟ ମହିଳା ୪୦୦ ମିଟର ବାଧା‌ଦୌଡ଼ରେ ଭିତ୍ୟା ରାମରାଜ (୫୬.୪୬ ସେକେଣ୍ଡ) ଏବଂ ୮୦୦ ମିଟରରେ ପୂଜା (୨:୦୧.୮୯) ଜିତିଥିଲେ।
ଏହି ପ୍ରତିଯୋଗିତାରେ ଭାରତ ୮ ସ୍ବର୍ଣ୍ଣ, ୧୦ ରୌପ୍ୟ, ୬ କାଂସ୍ୟ ସହ ୨୪ ପଦକ ଜିତି ଚୀନ୍‌ (୧୯ ସ୍ବର୍ଣ୍ଣ, ୯ ରୌପ୍ୟ, ୪ କାଂସ୍ୟ) ୩୨ ପଦକ ପଛକୁ ଦ୍ବିତୀୟ ସ୍ଥାନରେ ରହି ଅଭିଯାନ ଶେଷ କରିଛି। ଗତ ସଂସ୍କରଣରେ ଭାରତ ୨୭ ପଦକ ଜିତିଥିଲା ଚଳିତ ସଂସ୍କରଣ ଏହାଠୁ ପଦକରେ ପଛରେ ପଡ଼ିଥିଲେ ମଧ୍ୟ ସ୍ବର୍ଣ୍ଣରେ ୨ଟି ଅଧିକ ଜିତିଛି।